ଓଡିଶା

odisha

ETV Bharat / international

ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ଅଧିବେଶନ ଆରମ୍ଭ - us-house

ଗତ ସପ୍ତାହରେ ଆମେରିକାର ସଂସଦ ପରିସରରେ ହୋଇଥିବା ହିଂସାରେ ଟ୍ରମ୍ପଙ୍କ ଭୂମିକାକୁ ନେଇ ଆମେରିକା ସଂସଦର ତଳ ଗୃହରେ ମହାଭିଯୋଗର ମତଦାନ ଦେବ । ଅଧିକ ପଢନ୍ତୁ...

ଟ୍ରମ୍ପଙ୍କ ବିରୋଧରେ ଆମେରିକା ପ୍ରତିନିଧି ସଭାରେ ମହାଭିଯୋଗ ଅଧିବେଶନ ଆରମ୍ଭ
ଟ୍ରମ୍ପଙ୍କ ବିରୋଧରେ ଆମେରିକା ପ୍ରତିନିଧି ସଭାରେ ମହାଭିଯୋଗ ଅଧିବେଶନ ଆରମ୍ଭ

By

Published : Jan 14, 2021, 7:37 AM IST

ୱାଶିଂଟନ: ଆମେରିକାର ପ୍ରତିନିଧି ସଭାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ମହାଅଭିଯୋଗ ନେଇ ଅଧିବେଶନ କାର୍ଯ୍ୟ ଆରମ୍ଭ ହୋଇଛି । ଗତ ସପ୍ତାହରେ ଆମେରିକାର ସଂସଦ ପରିସରରେ ହୋଇଥିବା ହିଂସାରେ ଟ୍ରମ୍ପଙ୍କ ଭୂମିକାକୁ ନେଇ ଆମେରିକା ସଂସଦର ତଳ ଗୃହରେ ମହାଭିଯୋଗର ମତଦାନ ଦେବ ।

ଡେମୋକ୍ରାଟ ରାଷ୍ଟ୍ରପତି ଟ୍ରମ୍ପଙ୍କ ଉପରେ ସଂସଦ ଉପରେ ଆକ୍ରମଣ କରିବା ନେଇ ନିଜ ସମର୍ଥକଙ୍କୁ ଉସକାଇଥିବାର ଅଭିଯୋଗ ଲଗାଇଛନ୍ତି । ଏହି ଘଟଣାରେ 5 ଜଣଙ୍କର ମୃତ୍ୟୁ ହୋଇଥିଲା ।

ଏହା ପୂର୍ବରୁ କୁହାଯାଇଥିଲା ଯେ ଆମେରିକାର ସଂସଦ ଭବନର କ୍ୟାପିଟଲ ବିଲ୍ଡିଂରେ ଗତ ସପ୍ତାହରେ ହୋଇଥିବା ହିଂସାକୁ ଦୃଷ୍ଟିରେ ରଖି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଉପରେ ଡେମୋକ୍ରାଟିକ ନେତାଙ୍କ ନିୟନ୍ତ୍ରଣରେ ଥିବା ଆମେରିକା ପ୍ରତିନିଧି ସଭା ଭୋଟିଂ ପାଇଁ ପ୍ରସ୍ତୁତ ରହିଛି ।

ଟ୍ରମ୍ପ ଆମେରିକା ଇତିହାସରେ ପ୍ରଥମ ରାଷ୍ଟ୍ରପତି ଯାହାଙ୍କ ବିରୋଧରେ ମହାଭିଯୋଗ ରହିଛି । ମହାଭିଯୋଗ ପ୍ରସ୍ତାବକୁ ସୋମବାର ଆଗତ କରାଯାଇଥିଲା । ଏଥିରେ ଜାନୁଆରୀରେ ଟ୍ରମ୍ପଙ୍କ ଉପରେ ରାଜଦ୍ରୋହ ପାଇଁ ଉସକାଇବାର ଅଭିଯୋଗ ରହିଛି ।

ABOUT THE AUTHOR

...view details