ୱାଶିଂଟନ: ଜାନୁଆରୀ 6 ରେ କ୍ୟାପିଟାଲ୍ ହିଲ୍ ବିଲ୍ଡିଂରେ ହୋଇଥିବା ହିଂସା ଘଟଣାରେ ହେବ ତଦନ୍ତ । ଏ ନେଇ ଆମେରିକାର ହାଉସରେ ଏକ ଚୟନ କମିଟି ଗଠନ ପାଇଁ ଏକ ସଂକଳ୍ପ ପାରିତ ହୋଇଛି । ଏ ନେଇ ୟୁଏସ ହାଇସ 222-190 ଭୋଟ୍ ସହିତ ଏହି ପଦକ୍ଷେପକୁ ଅନୁମୋଦନ କରିଛି ।
ହିଲ୍ ବିଲ୍ଡିଂରେ ହୋଇଥିବା ହିଂସା ଘଟଣାରେ ତଦନ୍ତ ପାଇଁ ଗତମାସରେ ଏକ କମିଟି ଗଠନ ହୋଇଥିଲା । କ୍ୟାପିଟାଲ ହିଲ୍ ବିଲ୍ଡଂ ଘଟଣାର ଅନୁସନ୍ଧାନ ପାଇଁ ପ୍ୟାନେଲ ଲୋକସଭାର 13 ଜଣ ବିଧାୟକଙ୍କୁ ନେଇ ଗଠିତ ହେବ । ଆଠ ଜଣଙ୍କୁ ବାଚସ୍ପତି ନାନସୀ ପେଲୋସି ଏବଂ ପାଞ୍ଚଜଣଙ୍କୁ ଗୃହ ସଂଖ୍ୟାଲଘୁ ନେତା କେଭିନ ମ୍ୟାକକାରିଙ୍କ ପରାମର୍ଶରେ ନିଯୁକ୍ତ କରାଯିବ ।