ୱାଶିଂଟନ: ଆମେରିକାର ଗଣତାନ୍ତ୍ରିକ ସଭା ତଥା ପ୍ରତିନିଧିମାନଙ୍କ ୟୁଏସ ହାଉସରେ ଗୁରୁବାର ହଂକଂ ସମ୍ବନ୍ଧୀୟ ପ୍ରତିବନ୍ଧକକୁ ଅନୁମୋଦନ ମିଳିଛି । ବୁଧବାର ବେଜିଂ ଦ୍ବାରା ପ୍ରଣୟନ ହୋଇଥିବା ହଂକଂର ଅଟୋନୋମି ଆକ୍ଟକୁ ସାରା ବିଶ୍ବରେ ନିନ୍ଦା କରାଯାଇଛି । ଏହି ନୂଆ ସୁରକ୍ଷା ଆଇନକୁ ଅଚାନକ ପ୍ରଣୟନ କରାଯାଇଥିବା ବେଳେ ଏହି ନିୟମ ଦ୍ବାରା ହଂକଂର ଗଣତନ୍ତ୍ର ସମର୍ଥକଙ୍କ ଉପରେ ଦମନ କରୁଥିବା ଚୀନୀ ଅଧିକାରୀଙ୍କ ସମ୍ପର୍କିତ ବ୍ୟାଙ୍କରେ ପ୍ରତିବନ୍ଧକ ଲାଗୁ ହୋଇଛି ।
ଏହା ଅତି ବର୍ବର ଓ ହଂକଂବାସୀଙ୍କ ସ୍ବାଧୀନତା ବିରୋଧୀ ଆଇନ ହୋଇଥିବା ବେଳେ ଏହା ହଂକଂବାସୀଙ୍କୁ ପ୍ରତିଶୃତି ମିଳିଥିବା ସ୍ବାଧୀନତାକୁ କ୍ଷୁର୍ଣ୍ଣ କରୁଛି ବୋଲି ସୂଚନା ଦେଇଛନ୍ତି ହାଉସ ମୁଖପାତ୍ର ନାନସୀ ପେଲୋସୀ । ସେ ଏହା ମଧ୍ୟ କହିଛନ୍ତି କି ଚୀନ ଦ୍ବାରା ପ୍ରଣୟନ ହୋଇଥିବା ଜାତୀୟ ସୁରକ୍ଷା ଆଇନ ପ୍ରତି ଦିନକୁ ଦିନ ବଢୁଥିବା ପ୍ରତିବାଦକୁ ରୋକିବା ପାଇଁ ଏହା ଚୀନର ଏକ ଚରମ ପଦକ୍ଷେପ । ଏହାର ଉଦ୍ଦେଶ୍ୟ ହେଉଛି କେବଳ ହଂକଂବାସୀଙ୍କ ଗଣତନ୍ତ୍ର ସମର୍ଥନ ମନୋବଳକୁ ଭାଙ୍ଗିବା ।