ୱାଶିଂଟନ: ଯୁକ୍ତରାଷ୍ଟ୍ର ଆମେରିକାରେ କୋରୋନା ସ୍ଥିତି ସାଙ୍ଘାତିକ ହୋଇପଡିଛି । ପରିସ୍ଥିତି ଦିନକୁ ଦିନ ହାତରୁ ଖସିବାରେ ଲାଗିଛି । ଆଜି ସୁଦ୍ଧା ମୃତ୍ୟୁ ସଂଖ୍ୟା 50 ହଜାରରେ ପହଞ୍ଚିଛି । ସେପଟେ, ଲକଡାଉନ ଯୋଗୁଁ ଦେଶର ଆର୍ଥିକ ସ୍ଥିତି ଦୁର୍ବଳ ହେବାରେ ଲାଗିଛି । ବେପାର ବାଣିଜ ଠପ ହୋଇପଡିଥିବାବେଳେ ଖାଦ୍ୟାଭାବ ଦେଖାଦେଲାଣି । ଏପରି ପରିସ୍ଥିତିର ମୁକାବିଲା ପାଇଁ ୟୁଏସ ହାଉସରେ 484 ମିଲିୟମ ଡଲାରର ରିଲିଫ ବିଲ ପାରିତ ।
ୟୁଏସ ହାଉସରେ 484 ମିଲିୟନ ଡଲାରର ରିଲିଫ ବିଲ ପାରିତ - ୟୁଏସ ହାଉସର ରିଲିଫ ବିଲ ପାସ
ଆମେରିକାରେ କୋରୋନା ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଏହାର ମୁକାବିଲା ପାଇଁ ରିଲିଫ ବିଲ ପାସ କରିଛି ୟୁଏସ ହାଉସ । ଅଧିକ ପଢନ୍ତୁ...
![ୟୁଏସ ହାଉସରେ 484 ମିଲିୟନ ଡଲାରର ରିଲିଫ ବିଲ ପାରିତ US House approves relief bill](https://etvbharatimages.akamaized.net/etvbharat/prod-images/768-512-6917934-363-6917934-1587702031258.jpg)
484 ମିଲିୟମ ଡଲାରର ରିଲିଫ ବିଲ ପାସ କଲା ୟୁଏସ ହାଉସ
ଗତ ମଙ୍ଗଳବାର ଏହି ବିଲ ସିନେଟର ପାସ କରାଯାଇଥିଲା । ଗୁରୁବାର ଏହି ବିଲକୁ ୟୁଏସ ହାଉସ ଗୃହୀତ କରିଛି। ଆଜି ଏହି ବିଲ ଉପରେ ସ୍ବାକ୍ଷର ମାରିବେ ରାଷ୍ଟ୍ରପତି ଡୋଲାନ୍ଡ ଟ୍ରମ୍ପ । ଏହାକୁ ମିଶାଇ ଆମେରିକା ଏଯାବତ 3 ଟ୍ରିଲିୟନ ଡଲାରର ବିଲ ପାରିତ କରିଛି । ତେବେ ଏହା ଆମେରିକାର ଚତୁର୍ଥ ରିଲିଫ ବିଲ ।
ଏହି ଅର୍ଥ ମୁଖ୍ୟତଃ କ୍ଷୁଦ୍ର ଶିଳ୍ପ, ବ୍ୟବସାୟୀ ଓ ହସ୍ପିଟାଲଗୁଡିକରେ ଖର୍ଚ୍ଚ ହେବ । ଟ୍ରମ୍ପଙ୍କ ସମେତ ବହୁ ବିରୋଧୀ ମଧ୍ୟ ଦେଶର ଆର୍ଥିକ ସ୍ଥିତି ଦେଖି ଚିନ୍ତା ପ୍ରକଟ କରିଛନ୍ତି । ଏହା ସହ ବଜାର ଖୋଲିବାକୁ ଆଶା କରିଛନ୍ତି ।