ୱାଶିଂଟନ: କୋରୋନାର ଏ ମହାଯୁଦ୍ଧରେ ଭାରତକୁ ଅନେକ ଦେଶ ସହାୟତାର ହାତ ବଢାଇଛି । ଆମେରିକା ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛି । ଏବେ ସୁଦ୍ଧା ମହାମାରୀ ପାଇଁ ଆମେରିକା ଭାରତକୁ 500ମିଲିୟନର ସହାୟତ ପ୍ରଦାନ କରିଥିବା ବୁଧବାର ହ୍ବାଇଟ ହାଉସ ଏକ ବିବୃତ୍ତିରେ ପ୍ରକାଶ କରିଛି । ଏହା ଅନ୍ୟ ଦେଶକୁ 80ମିଲିୟନ ଭ୍ୟାକ୍ସିନ ବଣ୍ଟନ କରିବାକୁ ଶୀଘ୍ର ନିଷ୍ପତ୍ତି ନେବ ବୋଲି କହିଛି ହ୍ବାଇଟ ହାଉସ ।
ଭାରତରେ ମହାମାରୀ ଯୁଦ୍ଧ ପାଇଁ ଏ ପର୍ଯ୍ୟନ୍ତ 500ମିଲିୟନର ସହାୟତା ପ୍ରଦାନ କରିଛି ଆମେରିକା । ଏହି ସହାୟତା ପ୍ରଦାନରେ ଆମେରିକା କମ୍ପାନୀ ଏବଂ ସଙ୍ଗଠନ ସହିତ ବେସାମରିକ ନାଗରିକଙ୍କର ଅବଦାନ ରହିଛି ବୋଲି କହିଛନ୍ତି ହ୍ବାଇଟ ହାଉସ ପ୍ରେସ ସଚିବ ଜେନ ପସାକି । ଏହି ମହାମାରୀ କବଳରେ ଥିବା ସାଉଥ ଏସିଆର ସମସ୍ତ ଦେଶକୁ ସହାୟତା ଯୋଗାଇ ଦେବାକୁ କାର୍ଯ୍ୟ କରୁଛି ବାଇଡେନ ପ୍ରଶାସନ । ଆମେ ବର୍ତ୍ତମାନ ସୁଦ୍ଧା ସାତଟି ବାୟୁ ପରିବହନ ସହିତ ସ୍ବାସ୍ଥ୍ଯ ଯୋଗାଣ, ଅମ୍ଳଜାନ ଯୋଗାଣ, 95 ମାସ୍କ ଓ ମେଡିସନ ଭାରତକୁ ଯୋଗାଇଛି ।