ଓଡିଶା

odisha

ETV Bharat / international

ଆମେରିକାର 46ତମ ରାଷ୍ଟ୍ରପତି ହେଲେ ଜୋ ବିଡେନ

ଗୁରୁତ୍ବପୂର୍ଣ୍ଣ ପେନିନସଲଭିଆ ଇଲୋକ୍ଟ୍ରାଲ ଭୋଟ ଜିତିବା ପରେ 46 ତମ ରାଷ୍ଟ୍ରପତି ହ୍ବାଇଟ ହାଉସ ଦଖଲ କରିଛନ୍ତି ଜୋଏ ବିଡେନ । ଅଧିକ ପଢନ୍ତୁ...

By

Published : Nov 7, 2020, 10:34 PM IST

Updated : Nov 8, 2020, 12:07 AM IST

US Election: ହ୍ବାଇଟ ହାଉସ ଉପରେ ବିଜୟ ପାଇଲେ ବିଡେନ  !
US Election: ହ୍ବାଇଟ ହାଉସ ଉପରେ ବିଜୟ ପାଇଲେ ବିଡେନ !

ୱାସିଂଟନ: ଡେମୋକ୍ରାଟ ଜୋଏ ବିଡେନ ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପଙ୍କୁ ପରାସ୍ତ କରି ଶନିବାର ଆମେରିକାର 46 ତମ ରାଷ୍ଟ୍ରପତି ହୋଇଛନ୍ତି । ଐତିହାସିକ ମହାମାରୀ, ଆର୍ଥିକ ଓ ସାମାଜିକ ବିଷମତା ମଧ୍ୟରେ ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ରର ନେତୃତ୍ବ ନେବାକୁ ଯାଉଛନ୍ତି ।

3ଦିନରୁ ଅଧିକ ସମୟ ଧରି ଅନିଶ୍ଚିନ୍ତତା ଓ ଭୋଟ ଗଣତି ପରେ ସ୍ପଷ୍ଟ ଚିତ୍ର ସ୍ପଷ୍ଟ ହୋଇଛି । ବାଲଟ ଭୋଟ ମଧ୍ୟରେ ମେଲ ଭୋଟ ନିର୍ବାଚିତ ଅଧିକାରୀଙ୍କ ପାଇଁ ଗଣତି ପ୍ରକ୍ରିୟାରେ ବିଳମ୍ବ ସୃଷ୍ଟି କରିଥିଲା । ତେବେ ଗୁରୁତ୍ବପୂର୍ଣ୍ଣ ପେନସିଲଭେନିଆ ରାଜ୍ୟ ଜିତିବା ପରେ ବହୁମତ ପାଇଁ ଆବଶ୍ୟକ 270 ଇଲେକ୍ଟୋରାଲ କଲେଜ ଭୋଟକୁ ଅତିକ୍ରମ କରିଥିଲେ ବିଡେନ ।

77 ବର୍ଷୀୟ ବିଡେନ, ମତଦାତାଙ୍କ ବିଶ୍ବାସ ଜିତିବାକୁ ନିଜର ପ୍ରାର୍ଥୀତ୍ବକୁ କୌଣସି ବି ରାଜନୈତିକ ବିଚାରଧାରା ମଧ୍ୟରେ ସୀମିତ ନ ରଖି ଟ୍ରମ୍ପ ଆମେରିକା ଲୋକତନ୍ତ୍ର ପାଇଁ ଏକ ସମ୍ଭାବ୍ୟ ବିପଦ ବୋଲି ଦର୍ଶାଇଥିଲେ । ଏହି ରଣନୀତି ସଫଳ ସାବ୍ୟସ୍ତ ହୋଇଛି । ଯାହାର ପରିଣାମ ସ୍ବରୂପ ମିଚିଗାନ ଓ ୱିସକନସନ ସହ ପେନସିଲଭେନିଆ ଭଳି ରାଜ୍ୟରେ ବିଡେନ ବିଜୟୀ ହୋଇପାରିଛନ୍ତି । ଡେମୋକ୍ରାଟିକର ଗଡ ରହିଆସିଥିବା ଏହି ରାଜ୍ୟ ଗୁଡିକ ବର୍ଷ 2016ରେ ଟ୍ରମ୍ପଙ୍କ ଦଖଲରେ ଚାଲିଯାଇଥିଲା ।

4 ମିଲିୟନରୁ ଅଧିକ ଜାତୀୟଲ ଲୋକପ୍ରିୟ ଭୋଟ ହାତେଇ ବିଡେନ ବିଜୟ ଟ୍ରାକରେ ପ୍ରଥମରୁ ରହିଥିଲେ, ପରେ ବାଲଟ ଗଣତି ହେବାପରେ ଏହାର ସଂଖ୍ୟା ବଢିବାରେ ଲାଗିଥିଲା ।

ଭୋଟ ଗଣତି ଶେଷ ପୂର୍ବରୁ ବିଳମ୍ବିତ ଭୋଟ ଗଣତି ପ୍ରକ୍ରିୟାକୁ ନେଇ ରାଷ୍ଟ୍ରପତି ଥିବା ଟ୍ରମ୍ପ 'ଭୋଟର ଫ୍ରଡ୍' ର ଆରୋପ ଆଣିବା ସହ ପ୍ରତିଦ୍ବନ୍ଦ୍ବୀ କ୍ଷମତା ହାତେଇବାକୁ ଚାହୁଁଥିବା ଅଭିଯୋଗ ଆଣିଥିଲେ । ଏହା ବେଡ୍ରକ୍ ଗଣତାନ୍ତ୍ରିକ ପ୍ରକ୍ରିୟା ଉପରେ ସନ୍ଦେହ ସୃଷ୍ଟି କରିଥିଲା ।

ଅନ୍ୟପଟେ, ଭୋଟ୍ ଗଣନା ଚାଲିଥିବାବେଳେ ବିଡେନ ଉତ୍ତେଜନାକୁ ହ୍ରାସ କରିବାକୁ ଏବଂ ରାଷ୍ଟ୍ରପତି ନେତୃତ୍ବ ଭାବେ ନିଜକୁ ସାମ୍ନାରେ ରଖିଥିଲେ । ନିର୍ବାଚିତ ସମୟରେ ଉଷ୍ମ ଥିବା ବିଭାଜିତ ଦେଶର ତାପମାତ୍ରାକୁ ଥଣ୍ଡା କରିବାକୁ ଲକ୍ଷ୍ୟରେ ଏକାଧିକବାର ଏକତାକୁ ଗୁରୁତ୍ବ ଦେବାକୁ ଅନୁରୋଧ କରିଥିଲେ ।

ଶୁକ୍ରବାର ରାତିରେ ବିଡେନ, ଆମେରିକାବାସୀଙ୍କ ଉଦ୍ଦେଶ୍ୟରେ ଡେଲାୱେର ଠାରେ କହିଥିଲେ ଯେ, "ଆମକୁ ମନେ ରଖିବାକୁ ହେବ ଯେ ଆମର ରାଜନୀତିକ ଉଦ୍ଦେଶ୍ୟ ସମ୍ପୂର୍ଣ୍ଣ କଠୋର, ଅନନ୍ତ ଯୁଦ୍ଧ ନୁହେଁ । "ନା, ଆମର ରାଜନୀତିର ଉଦ୍ଦେଶ୍ୟ, ଆମ ଦେଶର କାର୍ଯ୍ୟ, ବିବାଦକୁ ପ୍ରୋତ୍ସାହନ ଦେବା ନୁହେଁ, ବରଂ ସମସ୍ୟାର ସମାଧାନ କରିବା, ନ୍ୟାୟ ସୁନିଶ୍ଚିତ କରିବା, ସମସ୍ତଙ୍କୁ ନ୍ୟାୟ ପ୍ରଦାନ କରିବା ।" ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 8, 2020, 12:07 AM IST

ABOUT THE AUTHOR

...view details