ୱାଶିଂଟନ: ଗୋଟିଏ ପଟେ କୋରୋନା ବିରୋଧରେ ଯୁଦ୍ଧ, ଅନ୍ୟପଟେ କୋରୋନାକୁ ନେଇ ଚୀନ ଓ ଆମେରିକା ମଧ୍ୟରେ ବିବାଦ । କୋରୋନା ଭାଇରସକୁ ନେଇ ଆମେରିକା ଓ ଚୀନ ମଧ୍ୟରେ ବର୍ତ୍ତମାନ ବାକ ଯୁଦ୍ଧ ଜାରି ରହିଛି । କୋରୋନା ଭାଇରସ ବିସ୍ତାର ପଛରେ ଚୀନର ଚକ୍ରାନ୍ତ ଓ ଷଡଯନ୍ତ୍ର ଥିବା ନେଇ ବାରମ୍ବାର ବୟାନ ବାଜି କରୁଛନ୍ତି ରାଷ୍ଟ୍ରପତି ଟ୍ରମ୍ପ । ଚୀନ ବିରୁଦ୍ଧରେ ନିଜର ସ୍ବରକୁ ଦିନକୁ ଦିନ ଅଧିକ ଶାଣିତ କରୁଛନ୍ତି ଆମେରିକା ରାଷ୍ଟ୍ରପତି । ଏପରିସ୍ଥଳେ ମଙ୍ଗଳବାର ଏକ ବୟାନରେ ଟ୍ରମ୍ପ କଡା ଆଭିମୁଖ୍ୟ ଦର୍ଶାଇଛନ୍ତି । ସେ କହିଛନ୍ତି ଚୀନ ବିରୋଧରେ ଆମେରିକା ଏକ ଗୁରୁତ୍ବପୂର୍ଣ୍ଣ ଓ ନିହାତି କଠୋରତାପୂର୍ଣ୍ଣ ତଦନ୍ତ ଜାରି ରଖିଛି ।
ଚୀନ ବିରୋଧରେ ଆମେରିକା ଏକ “ଗୁରୁତର” ଅନୁସନ୍ଧାନ କରୁଛି ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି । ଏହାସହ ସେ କୋରୋନା କ୍ଷତିପୂରଣ ସ୍ବରୁପ ଜର୍ମାନୀ ଚୀନ ଠାରୁ 130 ବିଲିୟନ ୟୁରୋ ଦାବି ରଖିଛି । ଏହା ତୁଳନାରେ ୱାଶିଂଟନ ବେଜିଂରୁ କ୍ଷତିପୂରଣ ହିସାବରେ ଏହାର ଅନେକ ଗୁଣା ଅର୍ଥରାଶି ଦାବି କରିବ ।