ୱାଶିଂଟନ: ଆତଙ୍କୀ ସଙ୍ଗଠନ ତହରିକ-ଏ-ତାଲିବାନର ନେତାଙ୍କୁ ଆତଙ୍କବାଦ ଘୋଷଣା କଲା ଆମେରିକା । ଏହି ଆତଙ୍କୀ ସଙ୍ଗଠନକୁ ପାକିସ୍ତାନ ତାଲିବାନ(ଟିଟିପି) କୁହାଯାଏ । ଏହି ସଙ୍ଗଠନ ଆତ୍ମଘାତୀ ଆକ୍ରମଣରେ ସାମିଲ ଥିବାବେଳେ ଶହ ଶହ ଲୋକଙ୍କୁ ଜୀବନ ନେଇଥିଲା । ଯାହାକୁ ନେଇ ଏଭଳି ଘୋଷାଣା କରିଛି ଆମେରିକା। ପୂର୍ବରୁ ଟିଟିପିକୁ ଆମେରିକାର ଷ୍ଟେଟ ଡିପାର୍ଟମେଣ୍ଟ ଦ୍ବାରା ସ୍ପେଶାଲ ଡିଜିଗ୍ରେଡେଟ ଗ୍ଲୋବାଲ ଟେରୋରିଷ୍ଟ ଭାବେ ଘୋଷଣା କରାଯାଇଛି ।
ତହରିକ-ଏ-ତାଲିବାନର ନେତାଙ୍କୁ ଆତଙ୍କବାଦ ଘୋଷଣା କଲା ଆମେରିକା - ନେତାଙ୍କୁ ଆତଙ୍କବାଦ ଘୋଷଣା କଲା ଆମେରିକା
ତହରିକ-ଏ-ତାଲିବାନର ନେତାଙ୍କୁ ଆମେରିକାର ଆତଙ୍କବାଦୀ ଘୋଷଣା । ବହୁ ଆତ୍ମଘାତୀ ଆକ୍ରମଣ ସାମିଲ ଥିଲା ଏହି ସଙ୍ଗଠନ ।
ଫଟୋ ସୌଜନ୍ୟ: ଏଏନଆଇ
ଜୁନ 2008ରେ ତହରୀକ-ଏ-ତାଲିବାନର ମୁଖ୍ୟ ମଲ୍ଲହା ଫୌଜୁଲ୍ଲାର ମୃତ୍ୟୁ ପରେ ନୁର ୱଲୀ ଏହି ସଙ୍ଗଠନର ମୁଖ୍ୟ ନେତା ସାଜିଥିଲେ । ଯାହାର ନେତୃତ୍ବରେ ପାକିସ୍ତାନର ବିଭିନ୍ନ ସ୍ଥାନରେ ଆତଙ୍କୀ ଖେଳାଇଥିବା ନେଇ ଆମେରିକା ପକ୍ଷରୁ କୁହାଯାଇଛି ।
ଆମେରିକାର କହିବାନୁଯାୟୀ, ତହରିକ-ଏ-ତାଲିବାନ ଅଲକାୟଦା ସହିତ ଜଡିତ ରହିଛି । ଏହ ସଙ୍ଗଠନ ଆତଙ୍କୀ ଗତିବିଦ୍ଧି ଲାଗି ପଇସା ଏକାଠି କରିବା ସହ ଆତଙ୍କୀ ହମଲାକୁ ପରିଣାମ ଦେବାକୁ ବିଭିନ୍ନ ଷଡଯନ୍ତ୍ର ରଚିଥାନ୍ତି । ତେବେ ତାଲିବାନ ସହ ଶାନ୍ତି ଆଲୋଚନା କରିବାକୁ ମନା କରିଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।