ଓଡିଶା

odisha

ETV Bharat / international

ମହାମାରୀରେ ଅଣନିଶ୍ବାସୀ ଆମେରିକା, ମୃତ୍ୟୁସଂଖ୍ୟା 80 ହଜାର ପାର - corona virus

ଆମେରିକାରେ କୋରୋନା ମୃତ୍ୟୁସଂଖ୍ୟା 80 ହଜାର ଛୁଇଁଲା। ଗତ 24 ଘଣ୍ଟାରେ 830 ଲୋକଙ୍କ ମୃତ୍ୟୁ ହୋଇଛି। ଅଧିକ ଖବର ପଢନ୍ତୁ...

america
ମହାମାରୀରେ ଅଣନିଶ୍ବାସୀ ଆମେରିକା, ମୃତ୍ୟୁସଂଖ୍ୟା 80 ହଜାର ପାର

By

Published : May 12, 2020, 9:41 AM IST

ୱାଶିଂଟନ: ବେକାବୁ କୋରୋନା ନାଚାର ସରକାର। ଆମେରିକାର ମୃତ୍ୟୁର ତାଣ୍ଡବ ରଚିଥିବା ଏହି ମହାମାରୀ ଏବେ ଉଗ୍ର ହେବାରେ ଲାଗିଛି। ଦେଶବାସୀଙ୍କୁ ଅଣନିଶ୍ବାସୀ କରିଥିବା ଏହି ଅଦୃଶ୍ୟ ମହାମାରୀରେ 80 ହଜାର ଲୋକଙ୍କ ମୃତ୍ୟୁ ହୋଇ ସାରିଲାଣି। ଏହାସହ ଗତ 24 ଘଣ୍ଟାରେ 830 ଲୋକଙ୍କ ମୃତ୍ୟୁ ହୋଇଛି। ଯଦିଓ ଗତ 2 ଦିନ ହେବ ଦେଶରେ କୋରୋନା ମୃତ୍ୟୁ ସଂଖ୍ୟାରେ ସାମାନ୍ୟ ହ୍ରାସ ଘଟିଛି କିନ୍ତୁ ବିପଦରେ ସତର୍କ ଘଣ୍ଟି ଏବେ ବି ଦେଶରେ ବାଜିବାରେ ଲାଗିଛି।

ସୂଚନା ଥାଉକି କି, ମାର୍ଚ୍ଚ ମାସ ପରଠୁ ଦେଶରେ ହୁ ହୁ ହୋଇ ବଢିଚାଲିଥିବା ମୃତ୍ୟୁ ସଂଖ୍ୟା ମଧ୍ୟରେ ଗତ ମେ 10 ଓ 11ର କୋରୋନା ମୃତ୍ୟୁସଂଖ୍ୟା ଆମେରିକା ସରକାରଙ୍କୁ ସାମାନ୍ୟ ଆଶ୍ବସ୍ତି ପ୍ରଦାନ କରିଛି। ଯାହାକି ଆକ୍ରାନ୍ତଙ୍କୁ ବଞ୍ଚିବାର ଦମ୍ଭ ଦେବା ସହ ବିନା ଭ୍ୟାକ୍ସିନରେ ସରକାରଙ୍କୁ କୋଭିଡ୍ ଯୁଦ୍ଧ ଲଢିବାକୁ ସାହାସ ପ୍ରଦାନ କରିଛି।

ଏହା ପୂର୍ବରୁ ପ୍ରତ୍ୟେକ ଦିନ ଦେଶରେ ମୃତ୍ୟୁସଂଖ୍ୟା ଏକ ହଜାର ଓ ଦୁଇ ହଜାରରୁ ଉର୍ଦ୍ଧ୍ବ ରେକର୍ଡ କରୁଥିଲା। ଏବେ ସୁଦ୍ଧା ଆମେରିକାରେ 1,385,834 ନୂଆ କୋରୋନା ମାମଲା ରହିଛି। ସେଥିମଧ୍ୟରୁ 262,225 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବୋଲି ଜହନ ହକପିନ୍ସ ବିଶ୍ବବିଦ୍ୟାଳୟ ପକ୍ଷରୁ ସୂଚନା ମିଳିଛି।

ବିଶ୍ବବ୍ୟାପୀ ହଇଚଇ ସୃଷ୍ଟି କରିଥିବା ଏହି ମହାମାରୀରେ ସର୍ବାଧିକ ଶକ୍ତ ଧକ୍କା ଖାଇଥିବା ଶକ୍ତିଶାଳୀ ଦେଶ ହେଉଛି ଆମେରିକା। ଯାହା ଗତ କିଛି ମାସ ହେବ ସେଠାକାର ସରକାର ଓ ଜନସାଧାରଣଙ୍କୁ ନାକରେ କନ୍ଦାଇ ଦେଲାଣି। ଖବର ଥାଉକି, ବିଶ୍ବବ୍ୟାପୀ 41,23,232 କୋରୋନା ମାମଲା ରହିଛି। ସେଥିମଧ୍ୟରୁ 2,81,580 ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ 13,50,673 ଲୋକ ସୁସ୍ଥ ହୋଇ ଫେରିଛନ୍ତି।

ABOUT THE AUTHOR

...view details