ଓଡିଶା

odisha

ETV Bharat / international

ଆସନ୍ତା ସପ୍ତାହରୁ ଆମେରିକା ଓ ଚୀନ ମଧ୍ୟରେ ଉଡିବ ଡେଲ୍ଟା ବିମାନ - କୋଭଡ୍ 19

ଆମେରିକା ଏବଂ ଚୀନ୍ ଦୁଇ ଦେଶ ମଧ୍ୟରେ ଉଡିବ ବିମାନ। ଚାରିଟି ସପ୍ତାହିକ ବିମାନ ଉଡାଣ ପାଇଁ ସୋମବାର ଆମେରିକା ଓ ଚୀନ ମଧ୍ୟରେ ବୁଝାମଣା ପରେ ଏହି ଖବର ସାମ୍ନାକୁ ଆସିଛି। ଆସନ୍ତା ସପ୍ତାହଠୁ ଡେଲ୍ଟା ବିମାନ ଉଡାଣ ଭରିବ।

ଆସନ୍ତା ସପ୍ତାହରୁ ଆମେରିକା ଓ ଚୀନ ମଧ୍ୟରେ ଉଡିବ ଡେଲଟା ବିମାନ
ଆସନ୍ତା ସପ୍ତାହରୁ ଆମେରିକା ଓ ଚୀନ ମଧ୍ୟରେ ଉଡିବ ଡେଲଟା ବିମାନ

By

Published : Jun 16, 2020, 2:36 PM IST

ୱାସିଂଟନ୍: ଆମେରିକା ଏବଂ ଚୀନ୍ ଦୁଇ ଦେଶ ମଧ୍ୟରେ ଉଡିବ ବିମାନ। ଚାରିଟି ସାପ୍ତାହିକ ବିମାନ ଉଡାଣ ପାଇଁ ସୋମବାର ଆମେରିକା ଓ ଚୀନ ମଧ୍ୟରେ ବୁଝାମଣା ହୋଇଥିଲା। ତେବେ ବିମାନ ଉଡାଣ ସମ୍ପର୍କରେ ଆମେରିକାର ପରିବହନ ବିଭାଗ ସୂଚନା ଦେଇଛି। ପୂର୍ବରୁ କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ଦୁଇ ଦେଶ ମଧ୍ୟରେ ବିମାନ ଚଳାଚଳକୁ ବନ୍ଦ କରାଯାଇଥିଲା।

ଆମେରିକା ସରକାର ତଥାପି ଆଶା କରୁଛନ୍ତି ଯେ ଚୀନ୍ ସେମାନଙ୍କର ଦ୍ୱିପାକ୍ଷିକ ବିମାନ ଚଳାଚଳ ଚୁକ୍ତିନାମା ଅନୁଯାୟୀ ସମ୍ପୂର୍ଣ୍ଣ ଆମେରିକାର ବିମାନ ଅଧିକାର ଫେରାଇ ଆଣିବାକୁ ରାଜି ହେବ। ବିଶ୍ବର ଦୁଇଟି ବୃହତ ଅର୍ଥନୀତି ମଧ୍ୟରେ କୋରୋନା କାଳରେ ତିକ୍ତତା ଆରମ୍ଭ ହୋଇଥିଲା। ଯାହାଦ୍ବାରା ଆମେରିକାର ତାର ବିମାନ ସେବାକୁ ବନ୍ଦ ରଖିବା ସହ ବେଜିଂରୁ ଯାତ୍ରୀବାହୀ ବିମାନଚଳାଚଳ କରିବ ନାହିଁ ବୋଲି ଧମକ ଦେଇଥିଲା। ଏବଂ ଚାଇନାର ପରିବହନକାରୀ ବିମାନ ଚଳାଚଳ କରିବାକୁ ଚାହୁଁଥିବା ଚାର୍ଟର ବିମାନ ସଂଖ୍ୟାକୁ ନେଇ ଚିନ୍ତାରେ ଥିଲା।

ଆମେରିକାର ଏୟାରଲାଇନ୍ସ ମଧ୍ୟରେ ଡେଲଟା ଏୟାର ଲାଇନ୍ସ ଏବଂ ୟୁନାଇଟେଡ୍ ଏୟାରଲାଇନ୍ସ ପ୍ରତ୍ୟେକ ଜୁନ୍ ମାସରେ ଚୀନ୍‌କୁ ଦୈନିକ ଯାତ୍ରୀବାହୀ ବିମାନ ପୁନଃ ଆରମ୍ଭ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସରକାରୀ ଅନୁମୋଦନ ଅଭାବରୁ ସେମାନଙ୍କ ଯୋଜନା ବଦଳାଇ ଦେଇଥିଲେ।

ଆମେରିକାର ଚାରୋଟି ବିମାନକୁ ଅନୁମତି ଦେବା ପାଇଁ ଚୀନ୍‌ର ଚୁକ୍ତିନାମା ପରେ ଡେଲ୍ଟା କହିଛି ଯେ ଏହା ଆସନ୍ତା ସପ୍ତାହରେ ସିଆଟେଲରୁ ସାଂଘାଇକୁ ଦୁଇଟି ବିମାନ ଚଳାଚଳ କରିବ ଏବଂ ଜୁଲାଇରୁ ସିଆଟେଲ ଏବଂ ଡେଟ୍ରୋଇଟ୍ ରୁ ସାପ୍ତାହିକ ବିମାନ ଉଡ଼ାଣ କରିବ।

ABOUT THE AUTHOR

...view details