ୱାଶିଂଟନ : ଚୀନ ସହ ବିବାଦ ମଧ୍ୟରେ ଜାପାନକୁ F-35 ଯୁଦ୍ଧ ବିମାନ ବିକ୍ରୟ କରିବ ଆମେରିକା । ଆମେରିକାର ପ୍ରତିରକ୍ଷା ସୁରକ୍ଷା ସହଯୋଗ ଏଜେନ୍ସି ଜାପାନକୁ ଏହି ଯୁଦ୍ଧ ବିମାନ ବିକ୍ରୟ କରିବା ନେଇ କଂଗ୍ରେସକୁ ଏକ ବିଜ୍ଞପ୍ତି ଦାଖଲ କରିଥିବା ଜଣାପଡିଛି ।
F-35B ଏକ ଷ୍ଟିଲ୍ଥ ଭର୍ଟିକାଲ୍ ଟେକ୍ ଅଫ୍ ଏବଂ ଲ୍ୟାଣ୍ଡିଂ ଯୁଦ୍ଧ ଜେଟ୍ ଅଟେ । ଏହା ଏକ ବିମାନ ବାହକ ପୋତ ଭଲି ଏକ ଆକ୍ରମଣାତ୍ମକ ସାମର୍ଥ୍ୟ ହାସଲ କରିବାରେ ସାହାଯ୍ୟ କରିଥାଏ । ତେବେ ଏହି ବିକ୍ରିରେ 42 ଟି F-35B ଜେଟ୍ ଅନ୍ତର୍ଭୁକ୍ତ ଥିବା ଡିଏସସିଏ ପକ୍ଷରୁ କୁହାଯାଇଛି । ଯାହା ଆମ୍ଫିବିଆସ୍ ଆକ୍ରମଣକାରୀ ଜାହାଜରେ ନିୟୋଜିତ ହୋଇପାରିବ।