ୱାଂଶିଟନ: ଚୀନ ବିରୋଧରେ ଆମେରିକା ସିନେଟରଙ୍କ ସଙ୍ଗୀନ ଅଭିଯୋଗ । କାେରୋନା ଟୀକା ପ୍ରସ୍ତୁତିରେ ଚୀନ ବାଧା ସୃଷ୍ଟି କରୁଛି । ଏହା କହିଛନ୍ତି ଆମେରିକାର ସିନେଟର ରିକ ସ୍କଟ । ସେ କହିଛନ୍ତି ଯେ ପଶ୍ଚିମ ଦେଶମାନଙ୍କ ଟୀକା ପ୍ରସ୍ତୁତି କାର୍ଯ୍ୟରେ ଚୀନ୍ ପ୍ରଭାବ ପକାଉଛି । ଏହାର ପ୍ରମାଣ ତାଙ୍କୁ ଗୁଇନ୍ଦା ବିଭାଗ ଗ୍ରୁପ ଦେଇଥିବା ସେ କହିଛନ୍ତି ।
କୋରୋନା ଟୀକା ପ୍ରସ୍ତୁତିରେ ଚୀନ ବାଧା ସୃଷ୍ଟି କରୁଛି: ଆମେରିକା ସିନେଟର - କୋରୋନା ମହାମାରୀ
କୋରୋନା ଟୀକା ପ୍ରସ୍ତୁତିରେ ଚୀନ ବାଧା ସୃଷ୍ଟି କରୁଥିବା ନେଇ ଆମେରିକାର ସିନେଟର ରିକ ସ୍କଟ କହିଛନ୍ତି । ବିଶେଷତଃ ପଶ୍ଚିମ ଦେଶମାନଙ୍କର ଟୀକା ପ୍ରସ୍ତୁତି କାର୍ଯ୍ୟରେ ଚୀନ୍ ପ୍ରଭାବ ପକାଉଛି ବୋଲି ସ୍କଟ କହିଛନ୍ତି ।
କାରୋନା ଟିକା ପ୍ରସ୍ତୁତିରେ ଚୀନ ବାଧା ସୃଷ୍ଟି କରୁଛି
ଏପଟେ ଚୀନ ଭାଇରସ ବିରୋଧରେ କରାଯାଇଥିବା ନିଜର ତଦନ୍ତ ନେଇ ଏକ ଚିଠି ଜାରି କରିଛି । ଗତ ଜାନୁୟାରୀ 4ରେ ଆମେରିକାକୁ କୋରୋନା ନେଇ ସୂଚନା ଦେଇଥିଲା ବୋଲି ଦାବି କରିଛି ଚୀନ । ଏଥିସହ ଚୀନ ଚିଠିରେ କହିଛି ଯେ, କୋରୋନା ଭାଇରସକୁ ନେଇ ରାଜନୀତି କରାନଯାଉ ।
ପ୍ରକାଶ ଥାଉକି, ଚୀନର ଉହାନରୁ ଉତ୍ପତ୍ତି ହୋଇଥିବା ମାରାତ୍ମକ କୋରୋନା ଭାଇରସରେ ଏଯାବତ ବିଶ୍ବର 70 ଲକ୍ଷ ଲୋକ ଆକ୍ରାନ୍ତ ହୋଇଛନ୍ତି । ଏଥିସହ ବିଶ୍ବରେ କୋରୋନା କାରଣରୁ 4 ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି ।