ଓଡିଶା

odisha

ETV Bharat / international

ପେରୁର ନାଲି ନଈର ରହସ୍ୟ - କୁସକୋ ସହରର ଲାଲ ନଈ

ପେରୁର କୁସକୋ ସହରରେ ରହିଛି ସ୍ବର୍ଗୀୟ ସୌନ୍ଦର୍ଯ୍ୟରେ ଭରା ନାଲି ନଦୀ । ଦେଖିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହି ନଦୀର ପାଣି ଲାଲ । ଯାହାକୁ ଦେଖିବାକୁ ଓ ଏହି ଅଞ୍ଚଳର ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଏଠାକୁ ଅନେକ ପର୍ଯ୍ୟଟକ ଆସିଥାନ୍ତି । ଅଧିକ ପଢ଼ନ୍ତୁ...

unknown facts, red river of Peru, Red river in cusco city, ପେରୁର ନାଲି ନଈର ରହସ୍ୟ, କୁସକୋ ସହରର ଲାଲ ନଈ, ଅଜଣା କଥା
ପେରୁର ନାଲି ନଈର ରହସ୍ୟ

By

Published : Jul 15, 2020, 9:01 AM IST

ଜଳର ରଙ୍ଗ କଣ ? କେହି ଯଦି ଆପଣଙ୍କୁ ପଚାରେ ଆପଣ ଭାବିବେ ଏତେ ସହଜ ପ୍ରଶ୍ନର ଉତ୍ତର ଛୋଟ ପିଲାଟିଏ ବି କହି ଦେଇପାରିବ ଯେ ଜଣ ରଙ୍ଗହୀନ । କିନ୍ତୁ ଯଦି ଆପଣଙ୍କୁ କେହି କହେ ଯେ ସେ ରଙ୍ଗୀନ ପାଣି ଦେଖିଛି, ତେବେ ଆପଣ କହିବେ ନିଶ୍ଚୟ ରଙ୍ଗ ମିଶା ଯାଇଥିବ କିନ୍ତୁ ଯଦି ସେ କହେ ଲାଲ ନଦୀ କଥା, ଯାହାର ପାଣି ଲାଲ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ ନିଶ୍ଚୟ । ଆଉ ଏହି ନଦୀ ଯଦି ଆପଣ ଦେଖିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଯିବାକୁ ହେବ ପେରୁର କୁସକୋ ଅଞ୍ଚଳକୁ ।

ପେରୁର ନାଲି ନଈର ରହସ୍ୟ

କଣ ଏହି ନାଲି ନଦୀ

ଏଠାରେ କଳିଙ୍ଗ ଯୁଦ୍ଧ ଭଳି କୌଣସି ଯୁଦ୍ଧ କି ରକ୍ତପାତ ହୋଇନାହିଁ । ଏହା ପ୍ରକୃତିର ବରଦାନ । ଏହି ନାଲି ନଈର ରହସ୍ୟ ହେଉଛି ଏହାର ବିଭିନ୍ନ ସ୍ତରର ମୃତ୍ତିକାରେ ମଦଜୁଦ ଥିବା ଖଣିଜ ପଦାର୍ଥ ଯାହା ମୃତ୍ତିକା କ୍ଷୟ ହେତୁ ଆସିଥାଏ । ପର୍ବତର ନାଲି ଅଞ୍ଚଳରୁ ଆସୁଥିବା ଲୌହ ଅକସାଇଡର ଉପସ୍ଥିତି ଯୋଗୁଁ ଏହି ପାଣିର ରଙ୍ଗ ନାଲି ଦେଖାଯାଏ । ତେବେ ଏହି ତଥାକଥିତ ନାଲି ନଦୀକୁ କେବଳ ବର୍ଷା ଦିନରେ ହିଁ ଦେଖାଯାଇ ପାରିବ । ବର୍ଷର ଅନ୍ୟ ସମୟରେ ଏହାର ଜଳ ଅଳ୍ପ କାଦୁଆ ବାଦାମି ଦେଖାଯାଏ ।

ପାଲକୋୟୋର ଏହି ନାଲି ନଦୀ ସବୁଜ ପାହାଡ଼ର ବକ୍ଷ ଚିରି ଅତି ମନୋରମ ଭାବେ ବହି ଯାଇଛି । ଚେରି କିମ୍ବା ଇଟା ନାଲି ରଙ୍ଗର ଏହି ନଦୀର ସ୍ବର୍ଗୀୟ ସୌନ୍ଦର୍ଯ୍ୟକୁ ଦେଖିଲେ ମନେହୁଏ ସତେ ଏବା ଅନ୍ୟ ଗ୍ରହରେ ଆସି କେହି ପହଞ୍ଚି ଯାଇଛି ।

ନାଲି ନଦୀର ସ୍ବର୍ଗୀୟ ସୌନ୍ଦର୍ଯ୍ୟ

କୁସକୋର କେଉଁଠାରେ ଅଛି ନାଲି ନଦୀ

କୁସକୋ ସହର ଠାରୁ ଦକ୍ଷିଣ ପୂର୍ବକୁ ତିନି ଘଣ୍ଟାର ବାଟ ଅତିକ୍ରମ କରିବା ପଡ଼େ ଏହି ନାଲି ନଈ ବା ରେଡ ରିଭର । ଏହାର ଉତ୍ପତ୍ତି ପାଲକୋୟୋ ରୋନବୋ ମାଉଣ୍ଟେନ ଭ୍ୟାଲିରୁ ହୋଇଛି । ପ୍ରସିଦ୍ଧ ଭିନିକୁଙ୍କା ରେନବୋ ପର୍ବତ ସହିତ ଏହି ପର୍ବତ ଉପତ୍ୟକା କର୍ଡିଲେରା ଭିଲକାନୋଟା ପର୍ବତଶୃଙ୍ଖଳାର ଏକ ଅଂଶ ତିଆରି କରେ ଯାହା ନିଜେ ଦକ୍ଷିଣ ଆମେରିକାର ମେରୁଦଣ୍ଡ ବୋଲି ବିଶ୍ବାସ କରାଯାଉଥିବା ମହାନ ଆଣ୍ଡିସ ପର୍ବତଶୃଙ୍ଖଳାର ଏକ ଅଂଶ ।

ରେନବୋ ପର୍ବତ

କେମିତି ଦେଖିବ ନାଲି ନଦୀ

ପର୍ଯ୍ୟଟକମାନେ ନିକଟସ୍ଥ ପାଲକୋୟା ରେନବୋ ପର୍ବତରେ ଏକ ଗାତ କରି ଛିଡା ହୋଇ ରୁହନ୍ତି । ସାଧାରଣତଃ କୁସକୋରୁ ପର୍ଯ୍ୟଟକମାନେ ଏହି ଅଞ୍ଚଳକୁ ଦିନିକିଆ ଯାତ୍ରା କରନ୍ତି, ଏବଂ ଯଦି ସେମାନେ ଆଗକୁ ଯାତ୍ରା କରିବାକୁ ଚାହାଁନ୍ତି, ତେବେ ସେମାନେ କ୍ବେସୱାଚାକା ଇନକା ଦଉଡି ବ୍ରିଜ୍, ଭିନିକୁଙ୍କା ରେନବୋ ପର୍ବତ ଏବଂ ୱାକ୍ରାପୁକାରାର ଧ୍ବଂସାବଶେଷ ଦେଇ ଯାତ୍ରା କରିପାରିବେ ।

କେଉଁ ସମୟରେ ଯିବେ

ନାଲି ନଦୀ ଏକ ଋତୁକାଳୀନ ଜଳାଶୟ ଅଟେ । ମୌସୁମୀ ସମୟରେ ଏଠାକୁ ବୁଲିଯିବାର ସବୁଠାରୁ ଶ୍ରେଷ୍ଠ ସମୟ । ଯାହା ମେ ରୁ ନଭେମ୍ବର ମାସରେ ହୋଇଥାଏ । ଯେତେବେଳେ ଜଳସ୍ତର ଉଚ୍ଚ ଥାଏ ସେହି ସମୟରେ ଯାତ୍ରା କରିବା ଉପଯୁକ୍ତ ସମୟ ।

ଯାତ୍ରା ସମୟରେ ସାଥୀରେ କଣ ନେବେ

ପାଲକୋଇ ଉଚ୍ଚତାରେ ଅବସ୍ଥିତ, ତେଣୁ, ଥଣ୍ଡା ପାଗର ମୁକାବିଲା ପାଇଁ ଗ୍ରୀଷ୍ମ ପୋଷାକ ନେବା ବାଧ୍ୟତାମୂଳକ । ପାଲକୋୟୋଠାରେ ରାସ୍ତା କାଦୁଆ ହୋଇପାରେ ଯାହାର ଅର୍ଥ ହେଉଛି ପର୍ଯ୍ୟଟକ ଏକ ଯୋଡା ହାଇକିଙ୍ଗ୍ ବୁଟ୍ ମଧ୍ୟ ନେବା ଉଚିତ । ଆହୁରି ମଧ୍ୟ, ଯଦି ଆପଣ ଏପରି ପରିସ୍ଥିତିରେ ଯଦି ଉଚ୍ଚତା କାରଣରୁ ଅସୁସ୍ଥ ହୁଅନ୍ତି ତେବେ ଔଷଧ ଆଦି ନେବା ମଧ୍ୟ ଗୁରୁତ୍ବପୂର୍ଣ୍ଣ ।

ABOUT THE AUTHOR

...view details