ଓଡିଶା

odisha

ETV Bharat / international

ଆମେରିକାରେ କୋରୋନା: 47 ଲକ୍ଷ 13 ହଜାର 540 ଆକ୍ରାନ୍ତ, 1ଲକ୍ଷ 55 ହଜାର 402 ମୃତ - usa

ଗୋଟିଏ ଦିନରେ ଦେଶରେ 48 ହଜାର 622ରୁ ଅଧିକ ନୂତନ କୋରୋନା ସଂକ୍ରମଣ ମାମଲା ରିପୋର୍ଟ ହୋଇଛି । ଅଧିକ ପଢନ୍ତୁ...

ଆମେରିକାରେ 4713540ରେ ପହଞ୍ଚିଲା କୋରୋନା ସଂକ୍ରମଣ, 1,55,402 ମୃତ
ଆମେରିକାରେ 4713540ରେ ପହଞ୍ଚିଲା କୋରୋନା ସଂକ୍ରମଣ, 1,55,402 ମୃତ

By

Published : Aug 4, 2020, 10:52 AM IST

ୱାଶିଂଟନ: ବିଶ୍ୱରେ କୋରୋନା ଦ୍ୱାରା ଆମେରିକା ସର୍ବାଧିକ ପ୍ରଭାବିତ ହୋଇଛି । ଏଠାରେ ସର୍ବାଧିକ କୋରୋନା ମାମଲା ଏବଂ ମୃତ୍ୟୁ ରେକର୍ଡ କରାଯାଇଛି । ଏବେବି ଦେଶରେ ପୂର୍ବ ଅପେକ୍ଷା ସଂକ୍ରମଣ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ତେବେ ବର୍ତ୍ତମାନ ସୁଦ୍ଧା ଦେଶରେ 47 ହଜାର ପାର କରିଛି କୋରୋନା ସଂକ୍ରମଣ ସଂଖ୍ୟା ।

ଜନ ହପକିନ୍ସ ୟୁନିଭର୍ସିଟି ରିପୋର୍ଟ ମୁତାବକ, ଗତ 24 ଘଣ୍ଟାରେ ଦେଶରେ 48 ହଜାର 622ରୁ ଅଧିକ ନୂତନ କୋରୋନା ସଂକ୍ରମଣ ମାମଲା ରିପୋର୍ଟ ହୋଇଛି, ଏଥିରେ 568 ଜଣଙ୍କର ମୃତ୍ୟୁ ଘଟିଛି। ଯାହାକୁ ମିଶାଇ ଆମେରିକାରେ କୋରୋନା ସଂକ୍ରମଣ ସଂଖ୍ୟା 47 ଲକ୍ଷ 13 ହଜାର 540ରେ ପହଞ୍ଚିଛି । ସେହିପରି ଏଥିରେ 1 ଲକ୍ଷ 55 ହଜାର 402 ଜଣ ମୃତ୍ୟୁବରଣ କରିଛନ୍ତି ।

ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ 24 ଲକ୍ଷ 46 ହଜାର ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ, 22 ଲକ୍ଷ 56 ହଜାର ସଂକ୍ରମିତ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି । ଦେଶର ସର୍ବାଧିକ ସହର ନ୍ୟୁୟର୍କ କୋରୋନା ଦ୍ବାରା ପ୍ରଭାବିତ ହୋଇଛି ।

ABOUT THE AUTHOR

...view details