ଓଡିଶା

odisha

ଆମେରିକାରେ 24 ଘଣ୍ଟାରେ 2,494 ମୃତ, 9 ଲକ୍ଷରୁ ଉର୍ଦ୍ଧ୍ବ ଆକ୍ରାନ୍ତ

By

Published : Apr 26, 2020, 9:58 AM IST

ମୃତ୍ୟୁ ସଂଖ୍ୟାରେ ଦେଶ ଭିତରେ ଆଗରେ ରହିଛି ଆମେରିକା । ଏଠାରେ 53 ହଜାର ଛୁଇଁଛି କୋଭିଡ-19 ମୃତ୍ୟୁ ସଂଖ୍ୟା । ସେହିପରି 9 ଲକ୍ଷ 36 ହଜାରରୁ ଉର୍ଦ୍ଧ୍ବ ଲୋକ ଆକ୍ରାନ୍ତ ହୋଇଛନ୍ତି । ଅଧିକ ପଢନ୍ତୁ...

ଆମେରିକା:24 ଘଣ୍ଟାରେ 2,494 ମୃତ, 9 ଲକ୍ଷ 36 ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ
ଆମେରିକା:24 ଘଣ୍ଟାରେ 2,494 ମୃତ, 9 ଲକ୍ଷ 36 ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ

ଓ୍ବାଶିଂଟନ: ଯୁକ୍ତରାଷ୍ଟ୍ର ଆମେରିକାରେ ତାଣ୍ଡବ ରଚୁଛି କୋରୋନା । ପ୍ରତ୍ୟେକ ଦିନ ସାମ୍ନାକୁ ଆସୁଛି ଶହସ୍ରାଧିକ ଆକ୍ରାନ୍ତ ଓ ମୃତ ରିପୋର୍ଟ । ତେବେ ମୃତ୍ୟୁ ସଂଖ୍ୟାରେ ଦେଶ ଭିତରେ ଆମେରିକା ଆଗରେ ରହିଛି ।

ଗତ 24 ଘଣ୍ଟା ମଧ୍ୟରେ 2 ହଜାର 494ରୁ ଉର୍ଦ୍ଧ୍ବ କୋରୋନା ଭାଇରସରେ ମୃତ୍ୟୁ ସଂଖ୍ୟା ରେକର୍ଡ ହୋଇଥିବା ସୂଚନା ଦେଇଛି ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟ । ତଥ୍ୟ ଅନୁଯାୟୀ ଯୁକ୍ତରାଷ୍ଟ୍ରରେ ବର୍ତ୍ତମାନ ମୋଟ ମୃତ୍ୟୁ ସଂଖ୍ୟା 53 ହଜାର 511 ରହିଥିବାବେଳେ, 9 ଲକ୍ଷ 36 ହଜାର 293 କୋଭିଡ-19 ପିଜିଟିଭ ରିପୋର୍ଟ ସାମ୍ନାକୁ ଆସିଛି ।

ABOUT THE AUTHOR

...view details