ଓଡିଶା

odisha

କୋରୋନାରେ କାନ୍ଦୁଛି ଆମେରିକା, 24 ଘଣ୍ଟାରେ 1997 ମୃତ

By

Published : Apr 20, 2020, 10:28 AM IST

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 2 ହଜାର ଲୋକଙ୍କ ମୃତ୍ୟୁ। ଏହାସହ ଆକ୍ରାନ୍ତଙ୍କ ସଂଖ୍ୟା 7 ଲକ୍ଷ 63 ହଜାରରେ ପହଞ୍ଚିଛି।

america
କୋରୋନାରେ କାନ୍ଦୁଛି ଆମେରିକା, 24 ଘଣ୍ଟାରେ 1997 ମୃତ

ୱାସିଂଟନ୍: ଆମେରିକାର କୋରୋନାର ତାଣ୍ଡବ ଲୀଳା। ଏହି ମାରାତ୍ମକ ମହାମାରୀର କବଜ୍ଜାରେ ଥିବା ବିଶ୍ବର ସବୁଠୁ ଶକ୍ତିଶାଳୀ ଦେଶ ଏବେ ନାଚାର। ଔଷଧ ନଥିବାରୁ ମୃତ୍ୟୁସଂଖ୍ୟା ରୋକିବାର ଅସମର୍ଥ ଆମେରିକା।

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 2 ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା ଜନ ହକପିନ୍ସ ବିଶ୍ବବିଦ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ଏହାସହ ଆକ୍ରାନ୍ତଙ୍କ ସଂଖ୍ୟା 7 ଲକ୍ଷ 63 ହଜାରରେ ପହଞ୍ଚିଛି। ମିଳିଥିବା ସୂଚନା ଅନୁସାରେ, ବିଶ୍ବରେ ସର୍ବାଧିକ କୋରୋନା ଆକ୍ରାନ୍ତ ଆମେରିକାରେ ରହିଥିବାବେଳେ ମୃତ୍ୟୁସଂଖ୍ୟା ମଧ୍ୟ ଆକାଶ ଛୁଆଁ। ତେବେ ଦେଶରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ସୈନ୍ୟ ବାହିନୀର ଗତିବିଧି ଉପରେ କଟକଣା ଜୁନ୍ 30 ପର୍ଯ୍ୟନ୍ତ ବୃଦ୍ଧି କରିଛି।

ପେଣ୍ଟାଗନ୍‌ର ଜଣେ ଅଧିକାରୀ ଘୋଷଣା କରିଛନ୍ତି ଯେ, ପୂର୍ବ ଯୋଜନା ଅନୁଯାୟୀ ଆମେରିକାର ସୌନ୍ୟ ବାହିନୀର ଗତିବିଧି ସହିତ ତୁଳନା କରିବା ସହଜ ଏବଂ ଅଧିକ ରିହାତି ଅନ୍ତର୍ଭୂକ୍ତ ରହିବ। "

ABOUT THE AUTHOR

...view details