ଓଡିଶା

odisha

ETV Bharat / international

ଆମେରିକାକୁ କୋରୋନା ମାଡ, 24 ଘଣ୍ଟାରେ 1509 ମୃତ୍ୟୁ - କୋରୋନା ମୃତ୍ୟୁ

ଆମେରିକାରେ ଗତ 24 ଘଣ୍ଟାରେ ମଧ୍ୟରେ 1509 ମୃତ୍ୟୁ ହୋଇଛି। ଏନେଇ ଜନ ହକପିନ୍ସ ବିଶ୍ବ ବିଦ୍ୟାଳୟ ପକ୍ଷରୁ ସୂଚନା ମିଳିଛି।

america
ଆମେରିକାକୁ କୋରୋନା ମାଡ, 24 ଘଣ୍ଟାରେ 1509 ମୃତ୍ୟୁ

By

Published : Apr 14, 2020, 9:34 AM IST

ୱାସିଂଟନ୍: ଆମେରିକାରେ କୋରୋନାର ତାଣ୍ଡବ। ଭାଙ୍ଗୁନି କୋରୋନା ଚେନ୍ କମୁନି ମୃତ୍ୟୁସଂଖ୍ୟା। ଧ୍ବସଂଲୀଳା ଲାଗିରହିଛି ବିଶ୍ବର ଏହି ଶକ୍ତିଶାଳୀ ଦେଶରେ। ତେବେ ପ୍ରତ୍ୟେକ ଦିନ ହଜାର ହଜାର ଲୋକଙ୍କ ଜୀବନ ଯାଉଥିବା ବେଳେ ଗତ 24 ଘଣ୍ଟାରେ ଦେଶରେ 1509 ମୃତ୍ୟୁ ହୋଇଛି। ଏନେଇ ଜନ ହକପିନ୍ସ ବିଶ୍ବ ବିଦ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ସୋମବାର ଦିନ ମଧ୍ୟ ମୃତ୍ୟୁ 1514 ରହିଥିଲା।

ବର୍ତ୍ତମାନ ସୁଦ୍ଧା ଆମେରିକାରେ 23,529 ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ 5 ଲକ୍ଷରୁ ଉର୍ଦ୍ଧ୍ବ ଲୋକ ଆକ୍ରାନ୍ତ ଅଛନ୍ତି। ତେବେ ଏହି ଭାଇରସରେ ନ୍ୟୁୟର୍କରେ ଅଧିକ ମୃତ୍ୟୁ ହୋଇଛି। ସେଠାକାର ରାଜ୍ୟପାଳ ସୋମବାର ଘୋଷଣା କରିଛନ୍ତି ଯେ 10,000 ରୁ ଅଧିକ ମୃତ୍ୟୁ ସତ୍ତ୍ୱେ ରାଜ୍ୟ ପାଇଁ ଏହା ସବୁଠାରୁ ଖରାପ ସମୟ ଆସି ଉପସ୍ଥିତ ହୋଇଛି। ଏହାସହ ଅନେକ ରାଜ୍ୟ ମଧ୍ୟ ଦୋକାନ ଖୋଲିବା ପାଇଁ ନିଷ୍ପତ୍ତି ନେଉଛନ୍ତି।

ରାଷ୍ଟ୍ରପତି ଟ୍ରମ୍ଫ ଟ୍ବିଟ କରି ବହୁତ ଶୀଘ୍ର ସଟଡାଉନ ଉଠାଇବାକୁ ସୂଚନା ଦେଇଛନ୍ତି। ଏହାସହ ଯେଉଁମାନେ ଏହାକୁ ବଲବତ୍ତର ରଖିବାକୁ ଚାହୁଁଛନ୍ତି ତାହା ସେହି ରାଜ୍ୟର ମୁଖିଆଙ୍କ ଉପରେ ନିର୍ଭରଶୀଳ।

ଆମେରିକାର ଫେଡେରାଲ୍ ସିଷ୍ଟମ 50 ଟି ରାଜ୍ୟପାଳଙ୍କୁ କ୍ଷମତା ପ୍ରଦାନ କରିଥାଏ, କିନ୍ତୁ ସିଦ୍ଧାନ୍ତରେ ରାଷ୍ଟ୍ରପତି ତାଙ୍କ କ୍ଷମତା ବ୍ୟବହାର କରି ଏକ ସମନ୍ୱିତ ଜାତୀୟ ରଣନୀତିର ତଦାରଖ କରିପାରିବେ। ଏପଟେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚେତାବନୀ ଦେଇ କହିଛି ଯେ ଖୁବ୍ ଶୀଘ୍ର ତାଲାବନ୍ଦ ହଟାଇ ଦେଲେ ଦେଶରେ ପୁଣି ମୃତ୍ୟୁର ମାମଲା ବୃଦ୍ଧି ପାଇବ।

ABOUT THE AUTHOR

...view details