ୱାଶିଂଟନ: ବିଶ୍ବରେ ଯୁବପିଢିଙ୍କୁ ଟୀକାକରଣରେ ଆଗରେ ରହିଛି ଆମେରିକା । ଆମେରିକାରେ ସଂକ୍ରମଣକୁ ରୋକିବା ପାଇଁ ସରକାର ଅଧିତ ତତ୍ପରତା ଦେଖାଇଛନ୍ତି । ଦେଶରେ ଯୁବପିଢିଙ୍କ ଜନସଂଖ୍ୟାର ଅର୍ଦ୍ଧେକଙ୍କୁ ଟିକା ପ୍ରଥମ ଡୋଜ ଟିକା ଦିଆଯାଇଥିବା ବେଳେ 30 ପ୍ରତିଶତ ଯୁବପିଢି ସମ୍ପୂର୍ଣ୍ଣ ଭାବେ ଟିକା ନେଇସାରିଥିବା ଜଣାପଡିଛି ।
କୋରୋନା ଭାଇରସରୁ ଆମେରିକାବାସୀଙ୍କୁ ରକ୍ଷା କରିବା ପାଇଁ ଟୀକାକରଣକୁ ଜୋରଦାର କରାଯାଇଛି । ଏଯାବତ ଦେଶରେ ମୋଟ 20କୋଟି ଟିକା ଲୋକଙ୍କୁ ଦିଆ ସରିଥିବା ରେକର୍ଡ କରାଯାଇଛି । 30 ପ୍ରତିଶତ ଯୁବପିଢିଙ୍କ ସମ୍ପୂର୍ଣ୍ଣ ଟୀକାକରଣ ଶେଷ ହୋଇଥିବା ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ତଥାପି ୟୁରୋପ, ଲାଟିନ ଆମେରିକା, ଆଫ୍ରିକା ଓ ଏସିଆରେ ସଂକ୍ରମଣ ଦ୍ରୁତଗତିରେ ବଢିବାରେ ଲାଗିଛି । ଏହି ସମସ୍ତ ଅଞ୍ଚଳରେ ମୋଟ କୋରୋନା ଜନିତ ମୃତ୍ୟୁସଂଖ୍ୟାକୁ ମିଶାଇ ଏହା 30 ଲକ୍ଷରେ ପହଞ୍ଚିଛି ।