ନୂଆଦିଲ୍ଲୀ: କୋଭିଡ୍-19 ପରି ମହାମାରୀ ଏବେ ଆମେରିକାରେ ମୃତ୍ୟୁର ତାଣ୍ଡବ ରଚୁଛି। ଆମେରିକା ପ୍ରଥମ ଦେଶ ଯେଉଁଠି ମୃତ୍ୟୁସଂଖ୍ୟା ଗୋଟିଏ ଦିନରେ 2 ହଜାର ଛୁଇଁଛି।ଜହନ ହପକିନ୍ସ ବିଶ୍ବବିଦ୍ୟାଳୟର ସୂଚନା ଅନୁସାରେ, ଆମେରିକାରେ କୋରୋନା ମୃତ୍ୟୁ ସଂଖ୍ୟା 18,586 ଟପିଲାଣି। ଯାହା ଇଟାଲୀ ମୃତ୍ୟୁସଂଖ୍ୟାର ବହୁତ ପାଖାପାଖି । ଅର୍ଥାତ୍ ଏବେ ସୁଦ୍ଧା ଇଟାଲୀରେ 18,849 ଜଣଙ୍କ ମୃତ୍ୟୁ ହୋଇଛି।
ଆମେରିକା ମଧ୍ୟ ସ୍ବୀକାର କରିଛି ଯେ ପାଖାପାଖି 5 ମିଲିୟନ ଲୋକଙ୍କ କୋଭିଡ୍ 19 ପରୀକ୍ଷା ସରିଛି। ସେଥିମଧ୍ୟରୁ 24 ଘଣ୍ଟାରେ 35,098 ଲୋକଙ୍କ ପଜିଟିଭ୍ ମାମଲା ସାମ୍ନାକୁ ଆସିଛି। ଶୁକ୍ରବାର ଦିନ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ମହାମାରୀର କିଛିଦିନରେ ପରେ ଅର୍ଥନୀତିକୁ ପୁନଃ ଖୋଲିବା ଉପରେ ଧ୍ୟାନ ଦେବା ପାଇଁ ସେ ଖୁବ୍ ଶୀଘ୍ର ଏକ ଟାସ୍କଫୋର୍ସ ଘୋଷଣା କରିବେ। ଏହାସହ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ ଲକଡାଉନକୁ ଖୁବ୍ ଶୀଘ୍ର ଉଠାଯିବ।