ୱାଶିଂଟନ: ଇଞ୍ଜିନ ଖରାପ ସତ୍ତ୍ବେ ରବିବାର ଫ୍ଲାଇଟ୍ UA328 ସୁରକ୍ଷିତ ଭାବେ ଡେନଭରରେ ଅବତରଣ କରିଛି । ୟୁନାଇଟେଡ୍ ଏୟାରଲାଇନ୍ସ ଏନେଇ ସୂଚନା ଦେଇଛି । ୟୁନାଇଟେଡ୍ ଫ୍ଲାଇଟ୍ 328 ଇଞ୍ଜିନ ଖରାପ ଅନୁଭବ କରିବା ପରେ ନିରାପଦରେ ଡେନଭରକୁ ଫେରିଛି।
ବିମାନଟି ଡେନଭରରୁ ହନୋଲୁଲୁ ଅଭିମୁଖେ ଯାତ୍ରା କରୁଥିଲା ଏବଂ ଯିବାର କିଛି ସମୟ ପରେ ଇଞ୍ଜିନ ସମସ୍ୟା ଅନୁଭବ କରିଥିଲେ କ୍ର୍ୟୁ ମେମ୍ବର । ବିମାନ ଅବତରଣ ପରେ ଜରୁରୀକାଳିନ କ୍ର୍ୟୁ ମେମ୍ବର ଆସି ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ ।