ଆପଣ ସାଧାରଣତଃ ଯେତେବେଳେ ନାଇଟ କ୍ଲବକୁ ଯାଆନ୍ତି ଦେଖିଥିବେ ସେଠାରେ ହିନ୍ଦୀ, ପଞ୍ଜାବୀ, ଇଂରାଜୀ କିମ୍ବା ସେମିତି କିଛି ଭାଷାର ଗୀତ ବାଜିଥାଏ । ଆଉ ସେହି ଗୀତର ତାଳେ ତାଳେ ଝୁମି ଯାଆନ୍ତି ନାଇଟ କ୍ଲବକୁ ଆସିଥିବା ଲୋକମାନେ । ତେବେ ଆପଣ କେବେ ଏମିତି ନାଇଟ କ୍ଲବ ଦେଖିଛନ୍ତି କି, ଯେଉଁଠି ସଂସ୍କୃତ ଗୀତ ବାଜେ ଆଉ ଲୋକ ମାନେ ସେହି ଗୀତରେ ନାଚନ୍ତି ମଧ୍ୟ । ଏହି କଥା ଶୁଣି ଆପଣ ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚୟ, କିନ୍ତୁ ଦୁନିଆରେ ଏମିତି ଏକ ଦେଶ ଅଛି ଯେଉଁଠିକାର ନାଇଟ କ୍ଲବରେ ଲୋକେ ହିନ୍ଦୀ କିମ୍ବା ଇଂରାଜୀ ନୁହଁ ବରଂ ସଂକୃତ ଗୀତ ଝୁମୁଥିବାର ନଜର ଆସନ୍ତି । ତେବେ ଜାଣନ୍ତୁ କେଉଁଠି ରହିଛି ଏହି ନାଇଟ କ୍ଲବ, ଆଉ କଣ ଏହାର ବିଶେଷତ୍ତ୍ବ...
ଏହି ଦେଶର ନାଁ ହେଉଛି ଆର୍ଜେଣ୍ଟିନା । ଏଠାକାର ରାଜଧାନୀ ବ୍ୟୁନସ-ଆୟର୍ସରେ ଗ୍ରୋଭ ନାମକ ଏକ ନାଇଟ କ୍ଲବ ରହିଛି । ଆଉ ଏହି ନାଇଟ କ୍ଲବରେ ଗଣେଶ ଶରଣମ,ଗୋବିନ୍ଦ-ଗୋବିନ୍ଦ, ଜୟ ଜୟ ରାଧା ରମଣ ହରି ବୋଲ ଓ ଜୟ କୃଷ୍ଣ ହରେ ପରି ଗୀତ ବାଜିଥାଏ ।
ଆର୍ଜେଣ୍ଟିନା ସ୍ଥିତ ଏହି ନାଇଟ କ୍ଲବର ରହିଛି ଅନେକ ଖାସ କଥା । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ନାଇଟ କ୍ଲବ କୌଣସି ଛୋଟ ମୋଟ ନାଇଟ କ୍ଲବ ନୁହେଁ ବରଂ ଏଠାରେ ଏକା ସାଙ୍ଗରେ 800 ଲୋକ ଗୀତରେ ନାଚୁଥିବାର ନଜର ଆସନ୍ତି ।