ଓଡିଶା

odisha

ETV Bharat / international

ଆସନ୍ତା 17ରେ ଜାତିସଙ୍ଘ ସୁରକ୍ଷା ପରିଷଦ ନିର୍ବାଚନ, ନିର୍ଦ୍ବନ୍ଦରେ ନିର୍ବାଚିତ ହେବ ଭାରତ - ଜାତିସଂଘ ସୁରକ୍ଷା ପରିଷଦ

ଜାତିସଂଘ ସୁରକ୍ଷା ପରିଷଦର ପାଞ୍ଚଜଣ ଅସ୍ଥାୟୀ ସଦସ୍ୟଙ୍କ ପାଇଁ ନିର୍ବାଚନ ଜୁନ୍ 17 ରେ ଅନୁଷ୍ଠିତ ହେବ।

ଆସନ୍ତା 17ରେ ଜାତିସଙ୍ଘ ସୁରକ୍ଷା ପରିଷଦ ନିର୍ବାଚନ, ନିଦ୍ବନ୍ଦରେ ନିର୍ବାଚିତ ହେବ ଭାରତ
ଆସନ୍ତା 17ରେ ଜାତିସଙ୍ଘ ସୁରକ୍ଷା ପରିଷଦ ନିର୍ବାଚନ, ନିଦ୍ବନ୍ଦରେ ନିର୍ବାଚିତ ହେବ ଭାରତ

By

Published : Jun 2, 2020, 1:35 PM IST

ୱାଶିଂଟନ: ଜାତିସଂଘ ସୁରକ୍ଷା ପରିଷଦର ପାଞ୍ଚଜଣ ଅସ୍ଥାୟୀ ସଦସ୍ୟଙ୍କ ପାଇଁ ନିର୍ବାଚନ ଜୁନ୍ 17 ରେ ଅନୁଷ୍ଠିତ ହେବ। ସୋମବାର ଜୁନ୍ ମାସ ପାଇଁ ଫ୍ରାନ୍ସ 15 ଦେଶ ପରିଷଦର ସଭାପତି ଦାୟିତ୍ୱ ଗ୍ରହଣ କଲାବେଳେ ଏହି କାର୍ଯ୍ୟସୂଚୀ ପ୍ରକାଶ ପାଇଛି।

ଚଳିତ ମାସ ପାଇଁ ସୁରକ୍ଷା ପରିଷଦର କାର୍ଯ୍ୟର ଅନୌପଚାରିକ ଅସ୍ଥାୟୀ କାର୍ଯ୍ୟକ୍ରମ ଅନୁଯାୟୀ, ସୁରକ୍ଷା ପରିଷଦ ନିର୍ବାଚନ ଜୁନ୍ 17 ରେ ଧାର୍ଯ୍ୟ କରାଯାଇଛି। ଏଥିରେ ଏସିଆ-ପ୍ରଶାନ୍ତ ମହାସାଗରୀୟ ବର୍ଗର ଏକ ସ୍ଥାୟୀ ଆସନ ପାଇଁ ଭାରତ ପ୍ରାର୍ଥୀ ଅଟେ। ଏହି ଗ୍ରୁପରୁ ଏକାକୀ ଆସନ ପାଇଁ ଭାରତ ଏକମାତ୍ର ପ୍ରାର୍ଥୀ ହୋଇଥିବାରୁ ଅସ୍ଥାୟୀ ଭାବରେ ଏଥିରେ ନିର୍ବାଚିତ ହୋଇଛି।

ଗତ ବର୍ଷ ଜୁନ୍ ମାସରେ ଚୀନ୍ ଏବଂ ପାକିସ୍ତାନ ସମେତ 55 ସଦସ୍ୟ ବିଶିଷ୍ଟ ଏସିଆ-ପାସିଫିକ୍ ଗୋଷ୍ଠୀ ଦ୍ୱାରା ନୂଆଦିଲ୍ଲୀର ପ୍ରାର୍ଥୀ ସର୍ବସମ୍ମତି କ୍ରମେ ଅନୁମୋଦନ ହୋଇଥିଲା। ଏନେଇ ଗତ ସପ୍ତାହରେ ସାଧାରଣ ସଭା କୋଭିଡ୍ 19 ମହାମାରୀକୁ ଆଖି ଆଗରେ ରଖି ନୂତନ ଭୋଟିଂ ବ୍ୟବସ୍ଥାରେ କରିବାକୁ ନିଷ୍ପତ୍ତି କରାଯାଉଛି।

ଏହାପୂର୍ବରୁ, ଭାରତ 1950-1951, 1967—1968, 1972—1973, 1977—1978, 1984—1985, 1991-1992 ଏବଂ ସଦ୍ୟତମ 2011-2012 ମସିହାରେ ପରିଷଦର ଏକ ଅସ୍ଥାୟୀ ସଦସ୍ୟ ଭାବରେ ନିର୍ବାଚିତ ହୋଇଥିଲା।

ସୁରକ୍ଷା ପରିଷଦରେ ସଂସ୍କାର ଆଣିବା ପାଇଁ ଭାରତ ବର୍ଷ ବର୍ଷ ଧରି ଚାଲିଥିବା ପ୍ରୟାସରେ ଆଗରେ ରହିଆସିଛି । ତେଣୁ ଏହି ପରିଷଦର ସ୍ଥାୟୀ ସଦସ୍ୟ ଭାବରେ ଏହା ଏକ ସ୍ଥାନ ପାଇବାକୁ ଯୋଗ୍ୟ, ଯାହା ବର୍ତ୍ତମାନର ରୂପରେ ଏକବିଂଶ ଶତାବ୍ଦୀର ଭୈଗୋଳିକ ରାଜନୈତିକ ବାସ୍ତବତାକୁ ପ୍ରତିପାଦିତ କରେ ନାହିଁ।

ପ୍ରତିବର୍ଷ ସାଧାରଣ ସଭା ପାଞ୍ଚ ବର୍ଷ ପାଇଁ ପାଞ୍ଚଟି ଅସ୍ଥାୟୀ ସଦସ୍ୟ (ମୋଟ 10 ଟି ମଧ୍ୟରୁ) ଚୟନ କରେ । 10 ଟି ଅସ୍ଥାୟୀ ଆସନ ଆଞ୍ଚଳିକ ଭିତ୍ତିରେ ଭାଗ ହୋଇଥାଏ। ସେଗୁଡିକ ହେଲା ଆଫ୍ରିକୀୟ ଏବଂ ଏସୀୟ ରାଜ୍ୟଗୁଡିକ ପାଇଁ ପାଞ୍ଚଟି; ପୂର୍ବ ୟୁରୋପୀୟ ରାଜ୍ୟଗୁଡ଼ିକ ପାଇଁ ଗୋଟିଏ; ଲାଟିନ୍ ଆମେରିକୀୟ ଏବଂ କାରିବିଆନ୍ ରାଜ୍ୟଗୁଡିକ ପାଇଁ ଦୁଇଟି; ଏବଂ ପଶ୍ଚିମ ୟୁରୋପୀୟ ଏବଂ ଅନ୍ୟାନ୍ୟ ରାଜ୍ୟ ପାଇଁ ଦୁଇଟି ।

ABOUT THE AUTHOR

...view details