ଓଡିଶା

odisha

By

Published : Sep 18, 2020, 1:59 PM IST

ETV Bharat / international

ସପ୍ତାହେ ପରେ ୟୁଏନ ସାଧାରଣ ସଭା, ଯୋଗ ଦେବେ 173 ବିଶ୍ବ ନେତା

ଆସନ୍ତା ସପ୍ତାହରେ ଆୟୋଜିତ ହେବାକୁ ଯାଉଛି ଜାତିସଂଘ ସାଧାରଣ ସଭାର ଉଚ୍ଚସ୍ତରୀୟ ବୈଠକ । କୋରୋନା ମହାମାରୀ ପାଇଁ ଚଳିତବର୍ଷ ଭର୍ଚୁଆଲ ମାଧ୍ୟମରେ ବୈଠକ ଆୟୋଜିତ ହେଉଥିବା ବେଳେ ଏବର୍ଷ ରେକର୍ଡ ସଂଖ୍ୟକ ବିଶ୍ବ ନେତା ସାମିଲ ହେବା ନେଇ ଜଣା ପଡିଛି ।

un general assembly, united nations, un meeting, un latest news, un meeting update, ୟୁଏନ ସାଧାରଣ ସଭା, ଜାତିସଂଘ, ଜାତିସଂଘ ବୈଠକ, ଜାତିସଂଘ ଲାଟେଷ୍ଟ ନ୍ୟୁଜ୍‌, ଜାତିସଂଘ ବୈଠକ ଅପଡେଟ
ସପ୍ତାହେ ପରେ ୟୁଏନ ସାଧାରଣ ସଭା, ଯୋଗ ଦେବେ 173 ବିଶ୍ବ ନେତା

ନ୍ୟୁୟର୍କ: ଆସନ୍ତା ସପ୍ତାହରେ ଆୟୋଜିତ ହେବାକୁ ଯାଉଛି ଜାତିସଂଘ ସାଧାରଣ ସଭାର ଉଚ୍ଚସ୍ତରୀୟ ବୈଠକ । କୋରୋନା ମହାମାରୀ ପାଇଁ ଚଳିତବର୍ଷ ଭର୍ଚୁଆଲ ମାଧ୍ୟମରେ ବୈଠକ ଆୟୋଜିତ ହେଉଥିବା ବେଳେ ଏବର୍ଷ ରେକର୍ଡ ସଂଖ୍ୟକ ବିଶ୍ବ ନେତା ସାମିଲ ହେବା ନେଇ ଜଣା ପଡିଛି । ଏଥର 119 ରାଜ୍ୟ ମୁଖ୍ୟ ତଥା 54 ସରକାରୀ ନେତା ଏହି ବୈଠକରେ ସାମିଲ ହେବା ନେଇ ଗ୍ରୀନ ସିଗନାଲ ଦେଇଛନ୍ତି । ଏଥିସହ ଏବର୍ଷ ରେକର୍ଡ ସଂଖ୍ୟକ ମୋଟ 173 ବିଶ୍ବ ନେତା ଏହି ସାଧାରଣ ସଭାର ଉଚ୍ଚସ୍ତରୀୟ ବୈଠକରେ ସାମିଲ ହେବା ନେଇ ସ୍ପଷ୍ଟ ହୋଇଛି ।

ଏହି ବୈଠକରେ ସାମିଲ ହେବାକୁ ଥିବା ବିଶ୍ବ ନେତାମାନେ ଅନଲାଇନ ମାଧ୍ୟମରେ ନିଜ ନିଜ ମତାମତ ଓ ଯୋଜନା ପରିବେଷଣ କରିବାର ବ୍ୟବସ୍ଥା ରହିଛି । ତେବେ ଏବର୍ଷ ଏହି ବୈଠକର ପ୍ରକ୍ରିୟାକୁ ମହାମାରୀ ପାଇଁ କିଛିଟା ପରିବର୍ତ୍ତନ କରାଯାଇଛି । ଏବର୍ଷ ବିଶ୍ବ ନେତାମାନଙ୍କ ମତାମତକୁ ନ୍ୟୁୟର୍କ ସ୍ଥିତ ଜନୈକ ପ୍ରତିନିଧିଙ୍କ ଦ୍ବାରା ପୂର୍ବରୁ ରେକର୍ଡ କରାଯିବ । ଯାହାକୁ ବୈଠକରେ ଉପସ୍ଥାପିତ କରାଯିବ । ସେପଟେ ପୂର୍ବ ବର୍ଷମାନଙ୍କରେ ଜାତିସଂଘର ମୁଖ୍ୟାଳୟରେ ବୈଠକ ଆୟୋଜିତ ହେଉଥିବା ବେଳେ ଏଥିରେ ପାଖପାଖି 100 ରାଷ୍ଟ୍ର ସାମିଲ ହେଉଥିଲେ । ହେଲେ ଚଳିତବର୍ଷ ଏହି ରେକର୍ଡ ଭାଙ୍ଗି ସାମିଲ ହୋଇଛନ୍ତି 173 ବିଶ୍ବ ନେତା ।

ଚଳିତ ଥର ବୈଠକରେ ଅଧ୍ୟକ୍ଷତା କରିବେ ତୁର୍କୀ କୂଟନୀତିଜ୍ଞ ଭୋଲକାନ ବୋଜକିର । ତେବେ ପ୍ରାରମ୍ଭିକ ପର୍ଯ୍ୟାୟରେ ତୁର୍କୀ ରାଷ୍ଟ୍ରପତି ରେସେପ ତାୟିପ ଏର୍ଡୋଗାନ ଓ ବୈଦେଶିକ ମନ୍ତ୍ରୀ ଏହି ବୈଠକରେ ପ୍ରତ୍ୟେକ୍ଷ ଭାବେ ଯୋଗ ଦେବା ନେଇ ସୂଚନା ଦେଇଥିଲେ । ହେଲେ କୋରୋନା ପାଇଁ କିଛିଟା ଯୋଜନାରେ ପରିବର୍ତ୍ତନ ହୋଇଛି । ଏହି ବୈଠକ ସେପ୍ଟେମ୍ବର 22ରୁ 29 ତାରିଖ ଯାଏଁ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି ।

ତେବେ ବର୍ତ୍ତମାନ ସମୟରେ ନ୍ୟୁୟର୍କରେ ବିଦେଶୀ ନାଗରିକଙ୍କୁ ଆଗମନ ପରେ 14 ଦିନ କ୍ବାରେଣ୍ଟାଇନ ବାଧ୍ୟତାମୂଳକ କରାଯାଇଥିବାରୁ ସମସ୍ତ ନେତାଙ୍କ ଆଗମନକୁ ବାତିଲ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ବୋଜକିର ।

@ANI

ABOUT THE AUTHOR

...view details