ଓଡିଶା

odisha

ETV Bharat / international

ଖୁବଶୀଘ୍ର ବଜାରକୁ ଆସିବ ଆଇପ୍ୟାଡର ଦୁଇଟି ନୂଆ ଭାରିଏଣ୍ଟ

ଖୁବଶୀଘ୍ର ଟେକ୍ନୋଲୋଜି ମାର୍କେଟରେ ଆପଲ ଲଞ୍ଚ କରିବାକୁ ଯାଉଛି ନିଜର ଦୁଇଟି ନୂଆ ଡିଭାଇସ । ଏହି ଡିଭାଇସ ଦ୍ବୟ ଆଇପ୍ୟାଡର ଦୁଇଟି ନୂଆ ଭାରିଏଣ୍ଟ ହେବ ବୋଲି କୁହଯାଇଛି । ଏହି ଡିଭାଇସ ଦୁଇଟି ହେଉଛି 10.8 ଇଞ୍ଚର ଆଇପ୍ୟାଡ ଓ 8.5 ଇଞ୍ଚର ଆଇପ୍ୟାଡ ମିନି ।

By

Published : Jun 29, 2020, 7:05 PM IST

apple latest news, apple, ipad, ipad new launching, latest technology news, ଆପଲ୍‌ ଲାଟେଷ୍ଟ ନ୍ୟୁଜ୍‌, ଆପଲ୍‌, ଆଇପ୍ୟାଡ, ଆଇପ୍ୟାଡ ନୂଆ ଲଞ୍ଚିଂ, ଲାଟେଷ୍ଟ ଟେକ୍ନୋଲୋଜି ନ୍ୟୁଜ୍‌
ଖୁବଶୀଘ୍ର ବଜାରକୁ ଆସିବ ଆଇପ୍ୟାଡର ଦୁଇଟି ନୂଆ ଭାରିଏଣ୍ଟ

ସାନ ଫ୍ରାନ୍ସିସ୍କୋ: ଖୁବଶୀଘ୍ର ଟେକ୍ନୋଲୋଜି ମାର୍କେଟରେ ଆପଲ ଲଞ୍ଚ କରିବାକୁ ଯାଉଛି ନିଜର ଦୁଇଟି ନୂଆ ଡିଭାଇସ । ଏହି ଡିଭାଇସ ଦ୍ବୟ ଆଇପ୍ୟାଡର ଦୁଇଟି ନୂଆ ଭାରିଏଣ୍ଟ ହେବ ବୋଲି କୁହଯାଇଛି । ଏହି ଡିଭାଇସ ଦୁଇଟି ହେଉଛି 10.8 ଇଞ୍ଚର ଆଇପ୍ୟାଡ ଓ 8.5 ଇଞ୍ଚର ଆଇପ୍ୟାଡ ମିନି । ପ୍ରଥମ ଭାରିଏଣ୍ଟଟି ଚଳିତବର୍ଷ ଶେଷ ସୁଦ୍ଧା ଲଞ୍ଚ ହେବାର ଯୋଜନା ଥିବା ବେଳେ ଅନ୍ୟଟି 2021ରେ ଲଞ୍ଚ ହେବା ନେଇ ଆପଲ ସ୍ପଷ୍ଟ କରିଛି ।

ଖୁବଶୀଘ୍ର ବଜାରକୁ ଆସିବ ଆଇପ୍ୟାଡର ଦୁଇଟି ନୂଆ ଭାରିଏଣ୍ଟ

ଏନେଇ ଆପଲ ଆନାଲିଷ୍ଟ ମିଙ୍ଗ-ଚି କୁଓଙ୍କ କହିବା ଅନୁଯାୟୀ ବର୍ତ୍ତମାନ ପ୍ରଚଳିତ 10.2 ଇଞ୍ଚ ମଡେଲ କିମ୍ବା 10.5 ଇଞ୍ଚର ଆଇପ୍ୟାଡ ଏୟାରର ବିକଳ୍ପ ଭାବେ 10.8 ଇଞ୍ଚର ଆଇପ୍ୟାଡ ଲଞ୍ଚ କରାଯିବ । ଏକ ଟ୍ବିଟ ଜରିଆ ମିଙ୍ଗ ଏହା ସ୍ପଷ୍ଟ କରିଛନ୍ତି । ସେପଟେ ଲଞ୍ଚ ହେବାକୁ ଥିବା 8.5 ଇଞ୍ଚର ଆଇପ୍ୟାଡ ମିନି ସିରିଜର ପ୍ରଥମ ଡିଭାଇସ ହେବ ।

ଲଞ୍ଚ ହେବାକୁ ଥିବା ଉଭୟ ଡିଭାଇସ ସହ ଆପଲ 20 ୱାଟ୍‌ର ପାୱାର ଆଡପ୍ଟର ମଧ୍ୟ ଯୋଗାଇବା ନେଇ ସୂଚନା ଦେଇଛି । ହେଲେ ଆଇଫୋନ 12 କ୍ଷେତ୍ରରେ ଏହି ନିୟମ କମ୍ପାନୀ ଲାଗୁ କରିବ ନାହିଁ । ମିଙ୍ଗ ଏନେଇ ଖୁଲାସା କରିଛନ୍ତି କି କମ୍ପାନୀ ଆଗାମୀ ଦିନରେ ମିନି-ଏଲଇଡି ଡିସପ୍ଲେ ଟେକ୍ନୋଲୋଜିର ବ୍ୟବହାର କରି ହାର୍ଡଓୟାର ପ୍ରଡକ୍ଟ ପ୍ରସ୍ତୁତ କରିବାର ଯୋଜନା ରଖିଛି ।

ଯଦି ଏହି ଟେକ୍ନୋଲୋଜିର ବ୍ୟବହାର ହୁଏ ତେବେ 2021ରେ ଆପଲ୍‌ ମିନି-ଏଲଇଡି ପ୍ରଡକ୍ଟ ସିପମେଣ୍ଟ 300 ପ୍ରତିଶତ ଓ 2022ରେ ଏହା 225 ପ୍ରତିଶତ ବଢିବାର ସମ୍ଭାବନା ରହିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details