ଓଡିଶା

odisha

ETV Bharat / international

ଆମେରିକାରେ ସଡକ ଦୁର୍ଘଟଣା, ୨ ଭାରତୀୟ ଛାତ୍ର ମୃତ - ଆମେରିକାରେ ସଡକ ଦୁର୍ଘଟଣାରେ ଭାରତୀୟ ଛାତ୍ର ମୃତ

ଆମେରିକାର ଟେନେସେ ରାଜ୍ୟର ଦକ୍ଷିଣ ନୈଶାୱିଲରେ ଏକ ଭୟଙ୍କର ସଡକ ଦୁର୍ଘଟଣାରେ 2 ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି । ପୋଲିସ ସୂଚନା ଅନୁସାରେ ଛାତ୍ର ଦୁଇ ଜଣ ହେଲେ ଜୁ଼ଡି ଷ୍ଟେନଲି(23) ଓ ବୈଭବ ଗୋପିସେଟ୍ଟି(26) । ଅଧିକ ପଢନ୍ତୁ...

two indian students died on road accident in america
ଫାଇଲ ଫଟୋ

By

Published : Dec 2, 2019, 5:39 PM IST

ୱାଶିଂଟନ: ଆମେରିକାର ଟେନେସେ ରାଜ୍ୟର ଦକ୍ଷିଣ ନୈଶାୱିଲରେ ଏକ ଭୟଙ୍କର ସଡକ ଦୁର୍ଘଟଣାରେ 2 ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି । ପୋଲିସ ସୂଚନା ଅନୁସାରେ ଛାତ୍ର ଦୁଇ ଜଣ ହେଲେ ଜୁ଼ଡି ଷ୍ଟେନଲି(23) ଓ ବୈଭବ ଗୋପିସେଟ୍ଟି(26) । ମୃତକଦ୍ବୟ ଟେନେସେ ଷ୍ଟେୟ ୟୁନଭରସିଟିରେ ସ୍ନାତ୍ତକ ବିଭାଗର ଛାତ୍ର ଥିଲେ। ଉଭୟେ କଲେଜ ଅଫ ଏଗ୍ରିକଲଚରରୁ ଖାଦ୍ୟ ବିଜ୍ଞାନ ବିଷୟରେ ଅଧ୍ୟୟନ କରୁଥିଲେ ।

ଦୁଇ ଛାତ୍ରଙ୍କ ବିୟୋଗ ପରେ ଭାରତରେ ସେମାନଙ୍କ ଅନ୍ତିମ ସଂସ୍କାର ବ୍ୟବସ୍ଥା ନିମନ୍ତେ ସହପାଠୀ 42 ହଜାର ଡଲାରରୁ ଅଧିକ ଫଣ୍ଡ ଜମା କରିଛନ୍ତି।

ସ୍ଥାନୀୟ ପୋଲିସ ସୂଚନା ଅନୁସାରେ ଷ୍ଟେନଲି ଓ ବୈଭବଙ୍କ ମୃତ୍ୟୁ 28 ନଭେମ୍ବର ରାତିରେ ହିଟ୍‌ ଆଣ୍ଡ ରନ୍‌ ମାମଲାରେ ହୋଇଛି । ମେଟ୍ରୋ ନୈଶାୱିଲ ପୋଲିସ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଏହି ଦୁର୍ଘଟଣାରେ ସାମିଲ ଟ୍ରକର ମାଲିକ ଡେଭିଡ(26) ପୋଲିସ ନିକଟରେ ଆତ୍ମସମର୍ପଣ କରିଛି । ଟ୍ରକ ମାଲିକଙ୍କ ଡିଏଏନଏ ଟେଷ୍ଟ କରାଯିବା ସହ ପଚରାଉଚରା ଜାରି ରହିଛି । ଟ୍ରକ ଚାଳକ କାରକୁ ଶକ୍ତ ଧକ୍କା ଦେବା ଫଳରେ ଦୁଇ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଥିବା କହିଛି ପୋଲିସ ।

ABOUT THE AUTHOR

...view details