ସାନ ଫ୍ରାନ୍ସିସ୍କୋ: ସୋସିଆଲ ମିଡିଆ ପ୍ଲାଟଫର୍ମରେ ବର୍ଣ୍ଣ ବୈଶମ୍ୟତା ଦୂର କରିବା ପାଇଁ ଆଗେଇ ଆସିଛି ଟ୍ବିଟର । ଏନେଇ ଟ୍ବିଟର ନିଜ ପ୍ଲାଟଫର୍ମରୁ ‘ମାଷ୍ଟର’, ‘ସ୍ଲେଭ’ ଓ ‘ବ୍ଲାକଲିଷ୍ଟ’ ଆଦି ଶବ୍ଦକୁ କମ୍ପାନୀ ବ୍ୟାନ କରିଛି । ଏଣିକି ଏହି ପ୍ଲାଟଫର୍ମରେ ଏହି ଶବ୍ଦଗୁଡିକର ବ୍ୟବହାର ହୋଇନପାରିବା ନେଇ କମ୍ପାନୀ ଶୁକ୍ରବାର ସ୍ପଷ୍ଟ କରିଛି । ଆମେରିକାରେ ଶ୍ବେତକାୟ ଜର୍ଜ ଫ୍ଲଏଡଙ୍କ ମୃତ୍ୟୁ ପରେ ଏହି ବିବାଦ ତେଜିଥିବାରୁ ଟ୍ବିଟର ଏହି ଚରମ ପଦକ୍ଷେପ ନେଇଥିବା ପ୍ରକାଶ କରିଛି ।
ଏହି ବିଷୟ ନେଇ ଜର୍ଜ ଫ୍ଲଏଡଙ୍କ ମୃତ୍ୟୁର ଢେର ପୂର୍ବରୁ ଯୋଜନା ରହିଥିବା କମ୍ପାନୀ ପ୍ରକାଶ କରିଛି । ଏନେଇ ଦୀର୍ଘ ଦଶନ୍ଧି ପୂର୍ବରୁ କୋଡିଂ ପାଇଁ ‘ମାଷ୍ଟର’, ‘ସ୍ଲେଭ’ ଓ ‘ବ୍ଲାକଲିଷ୍ଟ’ ଶବ୍ଦର ବ୍ୟବହାର ହେଉଥିବା ବେଳେ ଏହାକୁ ରୋକିବା ପାଇଁ କମ୍ପାନୀ ପ୍ରୟାସ ଆରମ୍ଭ କରିଥିଲା । ଏହାର ମୂଳ ଉଦ୍ଦେଶ୍ୟ ହେଉଛି ପ୍ଲାଟଫର୍ମରେ କାହାର ମନୋଭାବକୁ ଆଘାତ ନପହଞ୍ଚିବା ପରି ଭାବନାର ପରିପ୍ରକାଶ ଓ ଏକ ବନ୍ଧୁତ୍ବପୂର୍ଣ୍ଣ ପରିବେଶର ସୃଷ୍ଟି । କିଛି ଦିନ ତଳେ ସାମାନ୍ୟ ଗୋଟିଏ ଗୋଟିଏ ଶବ୍ଦ ମଧ୍ୟ ମନୋଭାବକୁ ଆଘାତ କରିପାରୁଥିବାରୁ ‘#WordsMatter’ ନାମକ ଆନ୍ଦୋଳନ ଆରମ୍ଭ ହୋଇଥିଲା ।