ଓଡିଶା

odisha

ETV Bharat / international

ଟ୍ବିଟରେ ରିପ୍ଲାଏ କଣ୍ଟ୍ରୋଲ କରିପାରିବେ ୟୁଜର୍ସ ! - ଟ୍ବିଟର ୟୁଜର୍ସ

ଯେଉଁ ୟୁଜର୍ସ ଏହି ଟେଷ୍ଟରେ ସାମିଲ ହୋଇଛନ୍ତି ସେମାନେ ନିଜ ଟ୍ବିଟ ରିପ୍ଲାଏକୁ ନିୟନ୍ତ୍ରଣ କରିପାରୁଛନ୍ତି । ପ୍ରାଥମିକ ଭାବେ ସେମାନଙ୍କୁ ଏହି ସୁବିଧା ଦିଆଯାଇଛି । ଅଧିକ ପଢନ୍ତୁ...

ଟ୍ବିଟରେ ରିପ୍ଲାଏ କଣ୍ଟ୍ରୋଲ କରିପାରିବେ ୟୁଜର୍ସ !
ଟ୍ବିଟରେ ରିପ୍ଲାଏ କଣ୍ଟ୍ରୋଲ କରିପାରିବେ ୟୁଜର୍ସ !

By

Published : May 21, 2020, 8:20 PM IST

ୱାଶିଂଟନ: ନିଜ ୟୁଜର୍ସଙ୍କ ପାଇଁ ଏକ ନୂଆ ଫିଚର ଆଣୁଛି ଟ୍ବିଟର । ଏଥିରେ ସେମାନେ କୌଣସି ଏକ ଟ୍ବିଟ ଉପରେ କମେଣ୍ଟ ଓ ରିପ୍ଲାଏକୁ କଣ୍ଟ୍ରୋଲ କରିପାରିବେ । ଏହା ଉପର ବର୍ତ୍ତମାନ ପରୀକ୍ଷାମୂଳକ ଭାବେ ଟେଷ୍ଟ କରାଯାଉଛି ।

ଏହା ଅନୁସାରେ ଏବେ ଯେଉଁ ୟୁଜର୍ସ ଏହି ଟେଷ୍ଟରେ ସାମିଲ ହୋଇଛନ୍ତି ସେମାନେ ନିଜ ଟ୍ବିଟ ରିପ୍ଲାଏକୁ ନିୟନ୍ତ୍ରଣ କରିପାରୁଛନ୍ତି । ପ୍ରାଥମିକ ଭାବେ ସେମାନଙ୍କୁ ଏହି ସୁବିଧା ଦିଆଯାଇଛି । ଏହାଦ୍ବାରା ଏହି ୟୁଜର୍ସମାନେ ନିଜ ଟ୍ବିଟରେ କିଏ କମେଣ୍ଟ ଦେଇପାରିବେ ତାହା ନିଜ ଇଚ୍ଛାନୁସାରେ ବାଛିପାରିବେ । ନିଜ ଫଲୋୟର୍ସ ଅବା ଯାହାକୁ ବାଛିବେ କିମ୍ବା ସମସ୍ତେ । ୟୁଜର୍ସ ନିଜ ଇଚ୍ଛାରେ ଯାହାକୁ ଅନୁମତି ଦେବେ ସିଏ ତାଙ୍କ ଟ୍ବିଟରେ ରିପ୍ଲାଏ ଦେଇପାରିବ ।

ତେବେ ଏହି ଟେଷ୍ଟ ଏବେ କେବଳ ହାତଗଣିତ ଲୋକଙ୍କୁ ନେଇ କରାଯାଉଛି । ଆଣ୍ଡ୍ରଏଡ, ଆଇଓଏସ ଏବଂ ୱେବ ଆପ୍ ବ୍ୟବହାର କରୁଥିବା ବିଶ୍ବ କିଛି ଲୋକ ଏହାର ଅନ୍ତର୍ଭୁକ୍ତ ହୋଇଛନ୍ତି ବୋଲି ଟ୍ବିଟର ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହା କାର୍ଯ୍ୟକାରୀ ହେଲେ ୟୁଜର୍ସଙ୍କ ଟ୍ବିଟରେ କେହି କମେଣ୍ଟ ଦେଇପାରିବେ ନାହିଁ । କିନ୍ତୁ ସମସ୍ତେ ଏହା ଦେଖିପାରିବେ ଏବଂ ଲାଇକ ଓ ରିଟ୍ବିଟ କରିପାରିବେ ।

ABOUT THE AUTHOR

...view details