ଓଡିଶା

odisha

ETV Bharat / international

ଟ୍ରମ୍ପଙ୍କ ଆକାଉଣ୍ଟକୁ ସବୁଦିନ ପାଇଁ ବ୍ୟାନ କଲା ଟ୍ବିଟର

ଆମେରିକା ହିଂସାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଥିବା ବେଳେ ଟ୍ବିଟର ନେଇଛି ବଡ ପଦକ୍ଷେପ । କମ୍ପାନୀର ନିୟମକୁ ଉଲ୍ଲଂଘନ କରୁଥିବା ଦର୍ଶାଇ ଟ୍ବିଟର ରାଷ୍ଟ୍ରପତି ଟ୍ରମ୍ପଙ୍କୁ ସ୍ଥାୟୀ ଭାବେ ନିଲମ୍ବିତ କରିଛି । ଅଧିକ ପଢନ୍ତୁ:

By

Published : Jan 9, 2021, 7:41 AM IST

Updated : Jan 9, 2021, 8:57 AM IST

ଟ୍ରମ୍ପଙ୍କ ଆକାଉଣ୍ଟକୁ ସ୍ଥାୟୀ ଭାବେ ନିଲମ୍ବନ କଲା ଟ୍ବିଟର
ଟ୍ରମ୍ପଙ୍କ ଆକାଉଣ୍ଟକୁ ସ୍ଥାୟୀ ଭାବେ ନିଲମ୍ବନ କଲା ଟ୍ବିଟର

ୱାଶିଂଟନ: ୱାଶିଂଟନ ହିଂସା ଘଟଣାକୁ ନେଇ ଦେଶବ୍ୟାପୀ ଉତ୍ତେଜନା ଲାଗିରହିଥିବା ବେଳେ ଟ୍ବିଟର ନେଇଛି ବଡ ପଦକ୍ଷେପ । କମ୍ପାନୀର ନିୟମକୁ ଉଲ୍ଲଂଘନ କରୁଥିବା ଦର୍ଶାଇ ଟ୍ବିଟର ରାଷ୍ଟ୍ରପତି ଟ୍ରମ୍ପଙ୍କୁ ସ୍ଥାୟୀ ଭାବେ ନିଲମ୍ବିତ କରିଛି । ହିଂସାକୁ ଅଧିକ ଉତ୍ସାହିତ କରିବାର ଆଶଙ୍କା ଥିବାରୁ ଆମେ @RrealDonaldTrump ଆକାଉଣ୍ଟୁକୁ ସବୁଦିନ ପାଇଁ ନିଲମ୍ବନ କରିଛୁ ବୋଲି କମ୍ପାନୀ କହିଛି। ଗତ କିଛିଦିନ ଧରି ଟ୍ରମ୍ପଙ୍କ ଆକାଉଣ୍ଟରୁ ଟ୍ବିଟ ଏବଂ ବିଭିନ୍ନ ପ୍ରସଙ୍ଗର ସମୀକ୍ଷା ପରେ କମ୍ପାନୀ ଏହି ନିଷ୍ପତ୍ତି ନେଇଛି ବୋଲି କମ୍ପାନୀ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛି ।

ଟ୍ରମ୍ପଙ୍କ ଆକାଉଣ୍ଟକୁ ସ୍ଥାୟୀ ଭାବେ ନିଲମ୍ବନ କଲା ଟ୍ବିଟର

ଏହାସହ ଟ୍ବିଟର ଉଲ୍ଲେଖ କରିଛି ଯେ, ଆମେ ବହୁ ଆଗରୁ ଏହା ସ୍ପଷ୍ଟ କରିଛୁ ଯେ ଏହି ଆକାଉଣ୍ଟ ନିୟମ ଉର୍ଦ୍ଧ୍ବରେ ନୁହେଁ । ଟ୍ବିଟର ଆକାଉଣ୍ଟକୁ ହିଂସା ସୃଷ୍ଟି କରିବା ପାଇଁ ବ୍ୟବହାର କରିପାରିବେ ନାହିଁ । ଆମେ ନୀତି ତଥା କାର୍ଯ୍ୟକାରିତା ଉପରେ ସ୍ବଚ୍ଛ ରହିବୁ । ତେବେ ଟ୍ବିଟରରେ ଟ୍ରମ୍ପଙ୍କର 80 ମିଲିଅନ ଫଲୋଅର ରହିଛନ୍ତି ।

ତେବେ ୱାଶିଂଟନ ହିଂସା ପରେ ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡିକ ମଧ୍ୟ ପ୍ରତିବନ୍ଧକ ଲଗାଇଛନ୍ତି । ଯେ ପର୍ଯ୍ୟନ୍ତ ଟ୍ରମ୍ପଙ୍କ କାର୍ଯ୍ୟକାଳ ନସରିଛି ସେ ପର୍ଯ୍ୟନ୍ତ ଟ୍ରମ୍ପଙ୍କ ଆକାଉଣ୍ଟକୁ ବ୍ୟାନ କରିଛି ଫେସବୁକ । ସେହିପରି ଟ୍ବିଚ୍‌, ଟିକଟକ, ସପିଫ୍‌, ଆପଲ୍‌, ରେଡ୍ଡିଟ୍‌ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମ ପ୍ରତିବନ୍ଧକ ଲଗାଇଛନ୍ତି ।

ସୂଚନାଯୋଗ୍ୟ, ଗତ ବୁଧବାର ଟ୍ରମ୍ପଙ୍କ ସମର୍ଥକ ଆମେରିକା ସଂସଦ ଭବନରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ। ପରେ କ୍ୟାପିଟାଲ ପୋଲିସ ଓ ଟ୍ରମ୍ପ ସମର୍ଥକଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଶେଷରେ ସ୍ଥିତି ନିୟନ୍ତ୍ରଣ କରିବାକୁ ପୋଲିସକୁ ଲୁହବୁହା ଗ୍ୟାସ ସହ ଗୁଳି ଚାଳନା ମଧ୍ୟ କରିବାକୁ ପଡିଥିଲା । ଯେଉଁଥିରେ ଏବେ ପର୍ଯ୍ୟନ୍ତ 5 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ହିଂସାରେ ସମ୍ପୃକ୍ତ ଥିବା 50 ରୁ ଅଧିକ ବିକ୍ଷୋଭକାରୀଙ୍କୁ ଗିରଫ କରାଯାଇଛି । ୱାଶିଂଟନ ଡିସିରେ ସୁରକ୍ଷା ବ୍ୟବସ୍ଥା କଡାକଡି କରି ଦିଆଯାଇଛି । ଏହାସହ ଜାନୁଆରୀ 21 ପର୍ଯ୍ୟନ୍ତ ଜରୁରୀକାଳୀନ ସ୍ଥିତି ଲାଗୁ କରାଯାଇଛି । ବିଶ୍ବରେ ଆମେରିକାର ଏହି ହିଂସା କାଣ୍ଡକୁ ତୀବ୍ର ନିନ୍ଦା କରାଯାଉଥିବାବେଳେ ଆମେରିକାର ଗଣତନ୍ତ୍ରରେ ଏହା କଳା ଦିନ ବୋଲି ମଧ୍ୟ କୁହାଯାଉଛି ।

Last Updated : Jan 9, 2021, 8:57 AM IST

ABOUT THE AUTHOR

...view details