ଓଡିଶା

odisha

ETV Bharat / international

ବଢୁଛି ଟ୍ବିଟର ହ୍ୟାକ୍, ହାଇ ପ୍ରୋଫାଇଲ ଆକାଉଣ୍ଟରେ ଲାଗିଲା କଟକଣା - ହାଇ ପ୍ରୋଫାଇଲ ଆକାଉଣ୍ଟରେ ଲାଗିଲା କଟକଣା

ଟ୍ବିଟରରେ ଆକାଉଣ୍ଟ ହ୍ୟାକ୍ ଘଟଣା ବଢି ଚାଲିଛି । ଦିନକୁ ଦିନ ଅଧିକ ଅଫିସିଆଲ ହାଇପ୍ରୋଫାଇଲ ଆକାଉଣ୍ଟ ହ୍ୟାକ୍ ହେଉଛି । ଏମାନଙ୍କ ମଧ୍ୟରେ ବାରାକ ଓବାମା, ଜୋ ବିଡେନ, ବିଲ ଗେଟ୍ସ, ଏଲୋନ ମୁସ୍କ ଭଳି ବ୍ୟକ୍ତିତ୍ବ ରହିଛନ୍ତି । ଅଧିକ ପଢନ୍ତୁ..

ବଢୁଛି ଟ୍ବିଟର ହ୍ୟାକ୍, ହାଇ ପ୍ରୋଫାଇଲ ଆକାଉଣ୍ଟରେ ଲାଗିଲା କଟକଣା
ବଢୁଛି ଟ୍ବିଟର ହ୍ୟାକ୍, ହାଇ ପ୍ରୋଫାଇଲ ଆକାଉଣ୍ଟରେ ଲାଗିଲା କଟକଣା

By

Published : Jul 18, 2020, 7:33 PM IST

ୱାଶିଂଟନ: ସୋସିଆଲ ମିଡିଆ ସାଇଟ ଟ୍ବିଟରରେ ଆକାଉଣ୍ଟ ହ୍ୟାକ୍ ଘଟଣା ବଢି ଚାଲିଛି । ଦିନକୁ ଦିନ ଅଧିକ ଅଫିସିଆଲ ହାଇପ୍ରୋଫାଇଲ ଆକାଉଣ୍ଟ ହ୍ୟାକ୍ ହେଉଛି । ଏମାନଙ୍କ ମଧ୍ୟରେ ବାରାକ ଓବାମା, ଜୋ ବିଡେନ, ବିଲ ଗେଟ୍ସ, ଏଲୋନ ମୁସ୍କ ଭଳି ବ୍ୟକ୍ତିତ୍ବ ରହିଛନ୍ତି । ଟ୍ବିଟରରେ ହ୍ୟାକର ଏତେ ମାତ୍ରାରେ ସକ୍ରିୟ ଅଛନ୍ତି ଯେ ସେମାନେ ପ୍ରତି ଫେକ୍ ଟ୍ବିଟ୍ ପାଇଁ ମଧ୍ୟ ଅର୍ଥ ଡିମାଣ୍ଡ କରୁଛନ୍ତି ।

ତେବେ ଏହାକୁ ରୋକିବା ପାଇଁ ଟ୍ବିଟର ପଦକ୍ଷେପ ନେବା ଆରମ୍ଭ କରିଛି । ଏହା ନିଜ ପ୍ଲାଟଫର୍ମରେ ଥିବା ସମସ୍ତ ଭ୍ୟାରିଫାଏଡ୍ ଆକାଉଣ୍ଟର କାର୍ଯ୍ୟକଳାପ ଉପରେ ରୋକ ଲଗାଇଛି । ଏହାସହ ପରିସ୍ଥିତି ଉପରେ କଡା ନଜର ରହିଛି । ଖୁବଶିଘ୍ର ଅଧିକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କମ୍ପାନୀ ସୂଚନା ଦେଇଛି । ହାଇ ପ୍ରୋଫାଇଲ ଲୋକଙ୍କ ଟ୍ବିଟ୍ କରିବା ଉପରେ କିଛି କଟକଣା ଲଗାଯାଇଛି । ସେମାନଙ୍କ ପାସୱାର୍ଡ ରିସେଟ୍ କରିବାକୁ କୁହାଯାଇଛି । ଟ୍ବିଟର ଏହି ଆକାଉଣ୍ଟ ସବୁ ଉପରେ ନଜର ରଖିବା ସହ ସେମାନଙ୍କ କାର୍ଯ୍ୟକଳାପରେ କିଛି ନିୟନ୍ତ୍ରଣ ଲଗାଇଛି ।

ବର୍ତ୍ତମାନ ହ୍ୟାକ୍ ଉପରେ ଟ୍ବିଟର କାମ କରୁଥିବାରୁ କିଛି ଆକାଉଣ୍ଟ ଟ୍ବିଟ୍ କରିବାରେ ସମସ୍ୟା ଭୋଗିବେ । ଏଥିପାଇଁ ଧୈର୍ଯ୍ୟର ସହ ସେମାନଙ୍କୁ ଅପେକ୍ଷା କରିବାକୁ ଟ୍ବିଟର କହିଛି । ଏପରି ଅସୁବିଧା କିଛିଦିନ ଲାଗି ରହିବ ବୋଲି ଜଣାପଡିଛି । କମ୍ପାନୀର କିଛି କର୍ମଚାରୀଙ୍କୁ ହାତ କରି ଅବା କୌଣସି କୌଶଳରେ ଫସାଇ କିଛି ହ୍ୟାକର ଟ୍ବିଟରର ଆଭ୍ୟନ୍ତରୀଣ ସିଷ୍ଟମ ଓ ଟୁଲ୍ସ ସମ୍ପର୍କରେ ତଥ୍ୟ ସଂଗ୍ରହ କରିନେଇଛନ୍ତି । ଫଳରେ ଅନେକ ଭ୍ୟାରିଫାଏଡ୍ ଆକାଉଣ୍ଟ ହ୍ୟାକ୍ କରି ସେଠାରୁ ସେମାନେ ଟ୍ବିଟ୍ କରିବାରେ ସଫଳ ହେଉଛନ୍ତି ବୋଲି ଟ୍ବିଟର କହିଛି ।

ତେବେ ଏହା ଉପରେ ବର୍ତ୍ତମାନ ଯାଞ୍ଚ ଚାଲିଛି । ହ୍ୟାକରଙ୍କ ଆକ୍ଟିଭିଟି ଉପରେ ସେମାନେ ନଜର ରଖିଛନ୍ତି । କେଉଁ କେଉଁ ଖବର ଏବଂ କିପରି ଭାବେ ହ୍ୟାକ୍ କରାଯାଉଛି ତାହାକୁ ଯାଞ୍ଚ କରୁଛି କମ୍ପାନୀ । ଯେଉଁ ଆକାଉଣ୍ଟ ହ୍ୟାକ୍ ହେଉଛି ତାହାକୁ ନିଜ ଅଧୀନକୁ ନେଇ ସେଥିରୁ ମିଥ୍ୟା ଟ୍ବିଟକୁ ହଟାଇ ଦିଆଯାଉଛି । ଏହାପରେ ହ୍ୟାକରଙ୍କ ପରବର୍ତ୍ତୀ ପଦକ୍ଷେପକୁ ଅପେକ୍ଷା କରାଯାଉଛି । ସେମାନଙ୍କର ଟ୍ବିଟ୍ ଆସୁଥିବା ପ୍ରସଙ୍ଗ ଉପରେ ନଜର ରଖାଯାଉଛି । ସେଥିରୁ ସେମାନଙ୍କ ଉତ୍ସ ସମ୍ପର୍କରେ ଜାଣିବା ସହ ଟ୍ବିଟର କାର୍ଯ୍ୟାନୁଷ୍ଠାନ ନେଉଛି ବୋଲି ପ୍ରକାଶ କରିଛି । ଏଥିପାଇଁ ଯେଉଁ ଆକାଉଣ୍ଟ ହ୍ୟାକ୍ ହେଉଛି ତାହାର କାର୍ଯ୍ୟକଳାପ ଉପରେ କିଛି ରୋକ୍ ଲଗାଯାଇଛି । ଆଭ୍ୟନ୍ତରୀଣ ସିଷ୍ଟମ ତଥା ତଥ୍ୟ ସୁରକ୍ଷିତ ରଖିବା ଉପରେ ଏବେ କମ୍ପାନୀ କାମ କରୁଛି ବୋଲି ଖବର ରହିଛି ।

ABOUT THE AUTHOR

...view details