ଓଡିଶା

odisha

କପିରାଇଟ ଅଭିଯୋଗରେ ଟ୍ରମ୍ପଙ୍କ ଟ୍ବିଟକୁ ହଟାଇଲା ଟ୍ବିଟର

By

Published : Jul 19, 2020, 5:09 PM IST

ଟ୍ବିଟର ଟ୍ରମ୍ପଙ୍କ ଏକ ରିଟ୍ବିଟକୁ ତାଙ୍କ ପେଜରୁ ହଟାଇଦେଇଛି । ଏକ କ୍ୟାପେନ -ଷ୍ଟାଇଲ ଭିଡିଓକୁ ଟ୍ରମ୍ପ ଶନିବାର ରିଟ୍ବିଟ କରିଥିଲେ । ଏହା କପିରାଇଟ ନିୟମ ଉଲ୍ଲଂଘନ ଅଭିଯୋଗରେ ଟ୍ବିଟର ରାଷ୍ଟ୍ରପତି ଟ୍ରମ୍ପଙ୍କ ଏହି ରିଟ୍ବିଟକୁ ହଟାଇଦେଇଛି ।

Twitter
Twitter

ୱାଶିଂଟନ: ଟ୍ବିଟର ଓ ଟ୍ରମ୍ପଙ୍କ ମଧ୍ୟରେ ବିବାଦ ଅନେକ ଥର ଚର୍ଚ୍ଚାର ରହିଛି । ଏବେ ପୁଣି ଥରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଟ୍ବିଟକୁ ନେଇ ଟ୍ବିଟର କ୍ରିୟାଶୀଳ ହୋଇଛି । ଟ୍ବିଟର ଟ୍ରମ୍ପଙ୍କ ଏକ ରିଟ୍ବିଟକୁ ତାଙ୍କ ପେଜରୁ ହଟାଇଦେଇଛି । ଏକ କ୍ୟାପେନ -ଷ୍ଟାଇଲ ଭିଡିଓକୁ ଟ୍ରମ୍ପ ଶନିବାର ରିଟ୍ବିଟ କରିଥିଲେ । ଏହା କପିରାଇଟ ନିୟମ ଉଲ୍ଲଂଘନ ଅଭିଯୋଗରେ ଟ୍ବିଟର ରାଷ୍ଟ୍ରପତି ଟ୍ରମ୍ପଙ୍କ ଏହି ରିଟ୍ବିଟକୁ ହଟାଇଦେଇଛି ।

ଆମେରିକାର ପ୍ରଖ୍ୟାତ ଲିଙ୍କିନ୍ ପାର୍କର ଗୀତର ଏକ ଭିଡିଓ ଶନିବାର ବିଳମ୍ବିତ ରାତିରେ ରାଷ୍ଟ୍ରପତିଙ୍କ ଟ୍ବିଟର ଫିଡରୁ ହଟାଇ ଦିଆଯାଇଥିଲା । ଏହାସହ ଏକ ନୋଟିଫିକେସନ ମଧ୍ୟ ଦିଆଯାଇଥିଲା । ଏହାର କପିରାଇଟ ଥିବା ମାଲିକଙ୍କ ରିପୋର୍ଟ ଆଧାରରେ ଏହାକୁ ହଟାଇଦିଆଯାଇଥିବା କୁହାଯାଇଥିଲା ।

ୱାଇଟ ହାଉସ ସୋସିଆଲ ମିଡିଆ ଡାଇରେକ୍ଟର ଡାନ ସ୍କାଭିନୋଙ୍କ ଆକଉଣ୍ଟରୁ ଟ୍ରମ୍ପ ଏହି ଟ୍ବିଟକୁ ରିଟ୍ବିଟ କରିଥିଲେ । ଡିଜିଟାଲ ମିଲେନିୟମ କପିରାଇଟ ଆକ୍ଟ ଅନୁଯାୟୀ ମେସିନ ସୋପ ଇଣ୍ଟରଟେନମେଣ୍ଟ ପକ୍ଷରୁ ଦିଆଯାଇଥିବା ନୋଟିସ ଆଧାରରେ ଟ୍ରମ୍ପଙ୍କ ଟ୍ବିଟକୁ ହଟାଇଦେଇଛି ଟ୍ବିଟର ।

ମେସିନ୍ ସୋପ ଏହାର ଲିଙ୍କଡଇନ ପେଜ ଅନୁଯାୟୀ ରକ ବ୍ୟାଣ୍ଡ ଲିଙ୍କିନ୍ ପାର୍କର ମାଲିକାନା ଅଟେ । ଫଳରେ ଏହାର ଅନୁରୋଧ ଓ କପିରାଇଟ ନିୟମ ଆଧାରରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଟ୍ବିଟକୁ ହଟାଇଛି ଟ୍ବିଟର ।

ABOUT THE AUTHOR

...view details