ଓଡିଶା

odisha

ETV Bharat / international

ହ୍ୟାକିଂରୁ ବର୍ତ୍ତିଲେନି ଟ୍ବିଟର CEO - ଟ୍ବିଟର

ହ୍ୟାକ ହୋଇଛି ଟ୍ବିଟର ସିଇଓଙ୍କ ଆକାଉଣ୍ଟ । ହ୍ୟାକ ହେବା ପରେ ସୁରକ୍ଷା ନେଇ ପ୍ରଶ୍ନ ଉଠାଇଲେ ୟୁଜର୍ସ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

By

Published : Aug 31, 2019, 1:48 PM IST

ହାଇଦ୍ରାବାଦ: ହ୍ୟାକ ହୋଇଛି ଟ୍ବିଟର ସିଇଓ ଜ୍ୟାକ ଡୋରସେଙ୍କ ଆକାଉଣ୍ଟ । ଟ୍ବିଟରରେ ଅନେକ ଅଶାଳୀନ ବାର୍ତ୍ତା ସେୟାର ପରେ ହ୍ୟାକ ହୋଇଥିବା ଜଣାପଡିଥିଲା । କିଛି ଟ୍ବିଟରେ #chucklingsquad ଲେଖା ନଜର ଆସିଛି । ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ଟ୍ବିଟର ଆକାଉଣ୍ଟ ହ୍ୟାକ କରାଯାଇଛି ।

ଏହାସହ ହ୍ୟାକର ନାଜି ଜର୍ମାନୀର ସମର୍ଥନରେ ଅନେକ ଟ୍ବିଟ କରିଥିବା ଦେଖିବାକୁ ମିଳିଛି । ତେବେ ଏଠି ପ୍ରଶ୍ନ ଉଠୁଛି, ଯଦି ଟ୍ବିଟର ସିଇଓଙ୍କ ଆକାଉଣ୍ଟ ସୁରକ୍ଷିତ ନୁହେଁ ତାହାଲେ ଅନ୍ୟ ୟୁଜର୍ସ କିପରି ସୁରକ୍ଷିତ । ଯାହାକୁ ନେଇ ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ନିକଟରେ ଟ୍ବିଟର, ମାଞ୍ଚେଷ୍ଟର ୟୁନାଇଟେଡ ସହ ମିଶି ଟ୍ବିଟରକୁ କିପରି ଅଧିକ ସୁରକ୍ଷିତ କରାଯାଇ ପାରିବ, ସେ ନେଇ ଆଲୋଚନା କରିଥିଲେ । ବ୍ରିଟିଶର ସିକ୍ୟୁରିଟି ପରାମର୍ଶଦାତା ଗ୍ରାମ କ୍ଲୁଲେ ଆକାଉଣ୍ଟ ସୁରକ୍ଷିତ ରଖିବା ପାଇଁ ଦୁଇଟି କାରକ ଉପରେ ଧ୍ୟାନ ଦେବାକୁ କହିଛନ୍ତି । ପ୍ରଥମେ ଅଲଗା ପାସୱାର୍ଡ ଦେବା ସହ କେଉଁ ଆପ ସହ ନିଜ ଆକାଉଣ୍ଟ ଲିଙ୍କ କରୁଛନ୍ତି ସେ ନେଇ ସଜାଗ ହେବା ଉଚିତ ।

ବ୍ୟୁରୋ ରିପୋର୍ଟ ଇଟିଭି ଭାରତ

ABOUT THE AUTHOR

...view details