ୱାଶିଂଟନ: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆକାଉଣ୍ଟକୁ ଟ୍ବିଟର ସ୍ଥାୟୀ ଭାବେ ନିଲମ୍ବନ କରିବା ପରେ ଟ୍ବିଟର ଉପରେ ବର୍ଷିଛନ୍ତି ଟ୍ରମ୍ପ । ତାଙ୍କ ବ୍ୟକ୍ତି ଗତ ଆକାଉଣ୍ଟ ବ୍ଲକ ହେବା ପରେ ଅଫିସିଆଲ ଆକାଉଣ୍ଟ @POTUSରୁ ଟ୍ବିଟ କରି ଜୋ ବିଡେନଙ୍କୁ ଟାର୍ଗେଟ କରିଛନ୍ତି । ଟ୍ବିଟର କର୍ମଚାରୀମାନେ ଡେମୋକ୍ରାଟ ପାର୍ଟି ଓ ରେଡିକାଲ ଲେଫ୍ଟ ସହ ମିଶି ମୋ ଆକାଉଣ୍ଟକୁ ବନ୍ଦ କରିଛନ୍ତି । ଏହା ମତେ ଏବଂ 80 ମିଲିଅନ ଫଲୋଅରଙ୍କୁ ଚୁପ୍ କରିବାକୁ ଏକ ଉଦ୍ୟମ କରାଯାଇଛି ବୋଲି ନିଜ ଅଫିସିଆଲ ଆକାଉଣ୍ଟରୁ ଟ୍ବିଟ କରି କହିଛନ୍ତି ଟ୍ରମ୍ପ । ସେ ଟ୍ବିଟ କରିବାର କିଛି ମିନିଟ୍ ମଧ୍ୟରେ ତାଙ୍କର ସମସ୍ତ ଟ୍ବିଟକୁ ହଟାଇବା ସହ @POTUS ଆକାଉଣ୍ଟକୁ ବ୍ଲକ କରିଛି ଟ୍ବିଟର ।
ଟ୍ବିଟର-ଟ୍ରମ୍ପ ୱାର୍: ବ୍ୟାନ ହେଲା ଟ୍ରମ୍ପଙ୍କ 3ଟି ଆକାଉଣ୍ଟ - ଟ୍ବିଟର ଓ ରାଷ୍ଟ୍ରପତି ଟ୍ରମ୍ପଙ୍କ ମଧ୍ୟରେ ଘମାସନ ଲଢେଇ
ଟ୍ବିଟର ଓ ରାଷ୍ଟ୍ରପତି ଟ୍ରମ୍ପଙ୍କ ମଧ୍ୟରେ ଚାଲିଛି ଘମାସନ ଲଢେଇ । ପ୍ରଥମେ ଟ୍ରମ୍ପଙ୍କ ବ୍ୟକ୍ତିଗତ ଆକାଉଣ୍ଟ ଓ ପରେ ଅଫିସିଆଲ ଆକାଉଣ୍ଟ @POTUS ଶେଷରେ ଟିମ୍ ଟ୍ରମ୍ପ ଆକାଉଣ୍ଟକୁ ମଧ୍ୟ ବ୍ୟାନ କରିଛି ଟ୍ବିଟର ।

ଏହାସହ ସେ କହିଛନ୍ତି ଟ୍ବିଟରେ ବାକ୍ ସ୍ବାଧୀନତା ନାହିଁ । ଟ୍ବିଟର ଘରୋଇ କମ୍ପାନୀ ହୋଇପାରେ । ଯାହା ରେଡିକାଲ ଲେଫ୍ଟ ଫ୍ଲାଟଫର୍ମକୁ ପ୍ରୋତ୍ସାହନ ଦେଉଛି । ତେବେ ନିକଟ ଭବିଷ୍ୟତରେ ନିଜର ଏକ ସୋସିଆଲ ମିଡିଆ ପ୍ଲାଟଫର୍ମ ତିଆରି କରିବୁ ବୋଲି କହିଛନ୍ତି ଟ୍ରମ୍ପ । ଏନେଇ ଖୁବ ଶୀଘ୍ର ଏକ ବଡ ଘୋଷଣା ହେବ ବୋଲି ଟ୍ରମ୍ପ ଟ୍ବିଟରେ ଦର୍ଶାଇଛନ୍ତି । ତେବେ ସେ ଟ୍ବିଟ କରିବାର କିଛି ମିନିଟ୍ ମଧ୍ୟରେ ତାଙ୍କର ସମସ୍ତ ଟ୍ବିଟକୁ ହଟାଇ ଦିଆଯାଇଛି । ଏହାସହ ତାଙ୍କ ଅଫିସିଆଲ ଆକାଉଣ୍ଟ @POTUS କୁ ବ୍ୟାନ କରିଛି ଟ୍ବିଟର ।
ତେବେ କେବଳ ଏତିକିରେ ଥମିନି ଟ୍ବିଟର ୱାର । ରାଷ୍ଟ୍ରପତିଙ୍କ ଟିମ ଟ୍ରମ୍ପ ଟ୍ବିଟର ଆକାଉଣ୍ଟ ଟ୍ବିଟରକୁ କଡା ଜବାବ ଦେଇଛି । Team Trump ଟ୍ବିଟ କରିଛି ଯେ ଆମେ ଚୁପ୍ ରହିବୁନି । ଟ୍ବିଟରରେ ବାକ୍ ସ୍ବାଧୀନତା ନାହିଁ । ତେବେ ଏହି ଟ୍ବିଟ ପରେ Team Trump ଆକାଉଣ୍ଟକୁ ମଧ୍ୟ ନିଲମ୍ବନ କରିଛି ଟ୍ବିଟର । ତେବେ ଟ୍ରମ୍ପଙ୍କ ମୋଟ 3 ଟି ଆକାଉଣ୍ଟକୁ ବ୍ୟାନ କରିଛି ଟ୍ବିଟର । ଆଗାମୀ ଭବିଷ୍ୟତରେ ହିଂସାକୁ ଦୃଷ୍ଟିରେ ରଖି ଟ୍ବିଟର ପ୍ରଥମେ ଟ୍ରମ୍ପଙ୍କ ବ୍ୟକ୍ତିଗତ ଟ୍ବିଟର ଆକାଉଣ୍ଟକୁ ସବୁଦିନ ପାଇଁ ବ୍ୟାନ କରିବା ପରେ ଆରମ୍ଭ ହୋଇଛି ଏହି ଲଢେଇ ।