ଓଡିଶା

odisha

ETV Bharat / international

ଆମେରିକାରେ ବଡ ସାଇବର ଆଟାକ, ଏହି ହାଇପ୍ରୋଫାଇଲ ବ୍ୟକ୍ତିଙ୍କର ଟ୍ବିଟର ହେଲା ହ୍ୟାକ୍‌ - ସାଇବର ହ୍ୟାକ

ଆମେରିକାରେ ଅନେକ ବଡବଡ କମ୍ପାନୀ ଓ ହାଇପ୍ରୋଫାଇଲ ବ୍ୟକ୍ତଙ୍କ ଟ୍ବିଟର ଆକାଉଣ୍ଟ ହ୍ୟାକ୍‌ ନେଇ ସୂଚନା । କ୍ରିପ୍ଟୋକରେନ୍ସି କାରବାରରେ ଘୋଟାଲା କରିବାକୁ ହ୍ୟାକରମାନେ ଏହି ଆକାଉଣ୍ଟଗୁଡିକୁ ହ୍ୟାକ୍‌ କରାଯାଇଥିବା ଜଣାପଡିଛି । ଅଧିକ ପଢନ୍ତୁ...

ଆମେରିକାରେ ବଡ ସାଇବର ଆଟାକ, ଏହି ହାଇପ୍ରୋଫାଇଲ ବ୍ୟକ୍ତିଙ୍କର ଟ୍ବିଟର ହେଲା ହ୍ୟାକ୍‌
ଆମେରିକାରେ ବଡ ସାଇବର ଆଟାକ, ଏହି ହାଇପ୍ରୋଫାଇଲ ବ୍ୟକ୍ତିଙ୍କର ଟ୍ବିଟର ହେଲା ହ୍ୟାକ୍‌

By

Published : Jul 16, 2020, 4:22 AM IST

Updated : Jul 16, 2020, 9:26 AM IST

ଓ୍ବାସିଂଟନ: ଆମେରିକାରେ ବଡ ଧରଣର ସାଇବର ଆଟାକ ହୋଇଥିବା ନେଇ ଖବର ସାମ୍ନାକୁ ଆସିଛି । ଅନେକ ହାଇପ୍ରୋଫାଇଲ ବ୍ୟକ୍ତିଙ୍କ ଟ୍ବିଟର ଆକାଉଣ୍ଟ ହ୍ୟାକ୍‌ ହୋଇଛି । ତେବେ ଟ୍ବିଟର ଆକାଉଣ୍ଟ ହ୍ୟାକ୍‌ ହୋଇଥିବା ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ପୂର୍ବତନ ଆମେରିକାର ରାଷ୍ଟ୍ରପତି ବାରାକ ଓବାମା, ଇସ୍ରାଇଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସମେତ ଆମେରିକା ରାଷ୍ଟ୍ରପତି ପାଇଁ ପ୍ରତିଦ୍ବିନ୍ଦିତା କରୁଥିବା ଜୋ ବାଇଡେନ, ଟେସଲାର ସିଇଓ ଏଲୋନ ମସ୍କ, ମାଇକ୍ରୋସଫ୍ଟର କୋ-ଫାଉଣ୍ଡର ବିଲଗେଟ୍ସ ଓ ଆପଲର ଟ୍ବିଟର ହ୍ୟାଣ୍ଡେଲ ହ୍ୟାକ୍‌ହୋଇଥିବା ଜଣାପଡିଛି । ତେବେ ଏହି ସମସ୍ତ ଆକାଉଣ୍ଟ ଏକାସାଙ୍ଗରେ ହ୍ୟାକ୍‌ କରାଯାଇଛି ।

ବୁଧବାର ବିଳମ୍ବିତ ରାତିରେ ଏହି ହାଇପ୍ରୋଫାଇଲ ଟ୍ବଟର ଆକାଉଣ୍ଟଗୁଡିକ ହ୍ୟାକ୍‌ ହୋଇଛି । ତେବେ କ୍ରିପ୍ଟୋକରେନ୍ସି କାରବାରରେ ଘୋଟାଲା କରିବାକୁ ହ୍ୟାକରମାନେ ଏହି ଆକାଉଣ୍ଟଗୁଡିକୁ ହ୍ୟାକ୍‌ କରାଯାଇଥିବା ଜଣାପଡିଛି ।

ଆମେରିକାରେ ବଡ ସାଇବର ଆଟାକ, ଏହି ହାଇପ୍ରୋଫାଇଲ ବ୍ୟକ୍ତିଙ୍କର ଟ୍ବିଟର ହେଲା ହ୍ୟାକ୍‌

ବୁଧବାର ସଂଧ୍ୟ 4ଟା 17ରେ ଟେସଲା ସିଇଓଙ୍କ ଟ୍ବିଟର ଆକାଉଣ୍ଟରେ ଏକ ଟ୍ବିଟ ହୋଇଥିଲା । ଏହି ଟ୍ବିଟରେ ଲେଖାଥିଲା ଯେ ମହାମାରୀ କୋରୋନା କାରଣରୁ ମୁଁ ଉଦାରତା ଅନୁଭବ କରୁଛି । ଏଥିପାଇଁ ଯେ କେହି ବି ମୋତେ ଗୋଟିଏ ଘଣ୍ଟା ମଧ୍ୟରେ ବିଟ କଏନ ପେମେଣ୍ଟ କରିବେ ମୁଁ ତାଙ୍କର ଏହି କଏନକୁ ଦ୍ବିଗୁଣିତ କରିଦେବି । ଏହାସହ ଏହି ଟ୍ବିଟରେ ଏକ ବିଟିସି ଲିଙ୍କ୍‌ ମଧ୍ୟ ପ୍ରଦାନ କରାଯାଇଥିଲା । ବିଲଗେଟ୍ସଙ୍କ ଟ୍ବିଟର ହ୍ୟାଣ୍ଡେଲରେ ମଧ୍ୟ ସମାନ ଟ୍ବିଟ କରାଯାଇଥିଲା । ତେବେ ପରିବର୍ତ୍ତି ସମୟରେ ଏହି ଟ୍ବିଟଗୁଡିକୁ ଡିଲିଟ କରାଯାଇଥିବା ଦେଖିବାକୁ ମିଳିଛି ।

ଆମେରିକାରେ ବଡ ସାଇବର ଆଟାକ, ଏହି ହାଇପ୍ରୋଫାଇଲ ବ୍ୟକ୍ତିଙ୍କର ଟ୍ବିଟର ହେଲା ହ୍ୟାକ୍‌

ସେହିପରି ସଙ୍ଗେସଙ୍ଗେ ଆପଲ ଓ ଉବେରର ଟ୍ବିଟର ଆକାଉଣ୍ଟ ମଧ୍ୟ ହ୍ୟାକରମାନେ ହ୍ୟାକ କରିନେଇଥିଲେ । ତେବେ ଏଥିଯୋଗୁଁ ଏହି ବଡବଡ କମ୍ପାନୀ ଓ ହାଇପ୍ରୋଫାଇଲ ବ୍ୟକ୍ତିମାନେ ପ୍ରଭାବିତ ହୋଇଛନ୍ତି । ତେବେ ଘଟଣା ବିଷୟରେ ଅବଗତ ଥିବା ଟ୍ବିଟର ପକ୍ଷରୁ ବୟାନ ଦିଆଯାଇଛି । ଘଟଣାର ଶୀଘ୍ର ଯାଞ୍ଚ କରାଯିବ ବୋଲି କହିଛି ଟ୍ବିଟର ।

@ANI

Last Updated : Jul 16, 2020, 9:26 AM IST

ABOUT THE AUTHOR

...view details