ଓଡିଶା

odisha

By

Published : Jan 20, 2021, 8:41 PM IST

ETV Bharat / international

ଟ୍ରମ୍ପଙ୍କ ବିଦାୟୀ ସମ୍ବୋଧନ, ସଂଘର୍ଷ ଜାରି ରଖିବାକୁ ଦେଲେ ପ୍ରତିଶୃତି

ହ୍ବାଇଟହାଉସରୁ ବାହାରିବା ପରେ ବିଦାୟୀ ଭାଷଣ ଦେଇଛନ୍ତି ରାଷ୍ଟ୍ରପତି ଟ୍ରମ୍ପ । ନିଜ ସମ୍ବୋଧନରେ ଟ୍ରମ୍ପ କହିଛନ୍ତି, ମୋ କାର୍ଯ୍ୟକାଳ ମୋ ପାଇଁ ବେଶ ଖାସ ରହିଲା । ଅଧିକ ପଢନ୍ତୁ...

ଟ୍ରମ୍ପଙ୍କ ବିଦାୟୀ ସମ୍ବୋଧନ, ସଂଘର୍ଷ ଜାରି ରଖିବାକୁ ଦେଲେ ପ୍ରତିଶୃତି
ଟ୍ରମ୍ପଙ୍କ ବିଦାୟୀ ସମ୍ବୋଧନ, ସଂଘର୍ଷ ଜାରି ରଖିବାକୁ ଦେଲେ ପ୍ରତିଶୃତି

ୱାଶିଂଟନ: ଅନେକ ବାଦ ବିବାଦ ପରେ ହ୍ବାଇଟହାଉସରୁ ବିଦାୟ ନେଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ହ୍ବାଇଟହାଉସରୁ ବିଦାୟ ନେବା ପୂର୍ବରୁ ତାଙ୍କୁ ଶେଷଥର ପାଇଁ ଗାର୍ଡ ଅଫ ଅନର ଦିଆଯାଇଛି ।

ଟ୍ରମ୍ପଙ୍କ ବିଦାୟୀ ସମ୍ବୋଧନ, ସଂଘର୍ଷ ଜାରି ରଖିବାକୁ ଦେଲେ ପ୍ରତିଶୃତି

ହ୍ବାଇଟହାଉସରୁ ବାହାରିବା ପରେ ବିଦାୟୀ ଭାଷଣ ଦେଇଛନ୍ତି ରାଷ୍ଟ୍ରପତି ଟ୍ରମ୍ପ । ନିଜ ସମ୍ବୋଧନରେ ଟ୍ରମ୍ପ କହିଛନ୍ତି, ମୋ କାର୍ଯ୍ୟକାଳ ମୋ ପାଇଁ ବେଶ ଖାସ ରହିଲା । ତେବେ ୱାଶିଟନ ଏୟାରପୋର୍ଟରେ ସେ ବନ୍ଧୁ ପରିଜନଙ୍କ ପ୍ରତି ଆଭାର ବ୍ୟକ୍ତ କରିଛନ୍ତି ।

ଟ୍ରମ୍ପ ନିଜ ଶେଷ ସମ୍ବୋଧନରେ କହିଛନ୍ତି, ମୁଁ ସର୍ବଦା ଆମେରିକାବାସୀଙ୍କ ପାଇଁ ସଂଘର୍ଷ କରିବି । ଫ୍ଲୋରିଡାକୁ ଉଡାଣ ଭରିବା ପୂର୍ବରୁ ଟ୍ରମ୍ପ କହିଛନ୍ତି, ଯଦି କୋରୋନା ନଥାନ୍ତା ତେବେ ନିର୍ବାଚନୀ ଫଳାଫଳ କିଛି ଭିନ୍ନ ହୋଇଥାନ୍ତା । ସେ କୋରୋନା ଭାଇରସକୁ ଚୀନି ଭାଇରସ କହିଛନ୍ତି । ତେବେ ଆମେରିକା 9ଟି ଭ୍ୟାକ୍ସିନ ତିଆରି କରିଥିବା ସେ ନିଜ ସମ୍ବୋଧନରେ ସୂଚନା ଦେଇଛନ୍ତି ।

ବିଦାୟୀ ଭାଷଣରେ ବିଡେନଙ୍କ ନାଁ ନେଇ ନାହାନ୍ତି ଟ୍ରମ୍ପ । ସେ ଆମେରିକାର ଜନସାଧାରଣଙ୍କୁ ସମ୍ବୋଧନ କରି କହିଛନ୍ତି, ମୁଁ ସର୍ବଦା ଆପଣଙ୍କ ପାଇଁ ଲଢେଇ କରିବି । ମୁଁ ଆପଣକୁ ଦେଖିବି ଆଉ ଶୁଣିବି । ତେବେ ନୂଆ ପ୍ରଶାସନର ସଫଳତା କାମନା କରିଛନ୍ତି ଟ୍ରମ୍ପ ।

ABOUT THE AUTHOR

...view details