ଓଡିଶା

odisha

ETV Bharat / international

ବିଡେନଙ୍କ ଅଭିଯାନ କର୍ମୀ ପଜିଟିଭ୍ ଚିହ୍ନଟ, ହାରିସଙ୍କୁ ଶୁଭକାମନା ଦେଲେ ଟ୍ରମ୍ପ - କୋରୋନା ମହାମାରୀ

ରାଷ୍ଟ୍ରପତି ନିର୍ବାଚନ ରାଲିରେ ଯିବା ବେଳେ ବିଡେନଙ୍କ ଫ୍ଲାଇଟ୍ କ୍ରୁ ସଦସ୍ୟ ଓ ଅଭିଯାନ କର୍ମୀ କୋରୋନା ପଜିଟିଭ୍ ଆସିଛନ୍ତି। ଏହାପରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ଫ ଉଭୟଙ୍କ ସୁସ୍ଥତା କାମନା କରିଛନ୍ତି। ଅଧିକ ଖବର ପଢନ୍ତୁ...

ବିଡେନଙ୍କ ଅଭିଯାନ କର୍ମୀ ପଜିଟିଭ୍ ଚିହ୍ନଟ, ହାରିସଙ୍କୁ ଶୁଭକାମନା ଦେଲେ ଟ୍ରମ୍ପ
ବିଡେନଙ୍କ ଅଭିଯାନ କର୍ମୀ ପଜିଟିଭ୍ ଚିହ୍ନଟ, ହାରିସଙ୍କୁ ଶୁଭକାମନା ଦେଲେ ଟ୍ରମ୍ପ

By

Published : Oct 18, 2020, 7:31 PM IST

ୱାଶିଂଟନ୍: ଆମେରିକାରେ ରାଜନୀତି ପାଇଁ ବୁଣା ହେଉଛି ଋଣନୀତି। ରାଷ୍ଟ୍ରପତି ପଦ ପାଇଁ ଚାଲିଛି ଅଙ୍କକଷା। ନିର୍ବାଚନ ଲଢୁଥିବା ଉଭୟ ଦଳର ପ୍ରାର୍ଥୀ ପରସ୍ପର ଉପରେ ଆରୋପ ପ୍ରତ୍ୟାରୋପରେ ବ୍ୟସ୍ତ ଅଛନ୍ତି। ତେବେ ଏତେ ସବୁ ଭିତରେ ମାନବିକତାର ଉର୍ଦ୍ଧ୍ବକୁ ଯାଇ ନିଜର ମହତପଣିଆ ଦେଖାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ।

ଟ୍ରମ୍ପ ଡେମୋକ୍ରାଟିକ୍ ଉପରାଷ୍ଟ୍ରପତି ପ୍ରାର୍ଥୀ କମଲା ହ୍ୟାରିସଙ୍କୁ ସୁସ୍ଥ କାମନା ସହ ଆଶା କରିଛନ୍ତି ଯେ ତାଙ୍କ ସହଯୋଗୀ ଜୋ ବିଡେନଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ସ୍ଥିତିରେ ଥିବ। କାରଣ ରାଷ୍ଟ୍ରପତି ନିର୍ବାଚନ ରାଲିରେ ଯିବା ବେଳେ ବିଡେନଙ୍କ ଫ୍ଲାଇଟ୍ କ୍ରୁ ସଦସ୍ୟ ଓ ଅଭିଯାନ କର୍ମୀ କୋରୋନା ପଜିଟିଭ୍ ଆସିଥିଲେ ଏନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇବା ପରେ ଟ୍ରମ୍ପର ନିଜର ବାର୍ତ୍ତା ଦେଇଛନ୍ତି।

ଶନିବାର ସନ୍ଧ୍ୟାରେ ମିଚିଗାନର ମୁସ୍କେଗୋନରେ ପୁନଃ ନିର୍ବାଚନ ରାଲିରେ ସମର୍ଥକଙ୍କୁ ସମ୍ବୋଧିତ କରିବା ସମୟରେ ରାଷ୍ଟ୍ରପତି ଏହି ମନ୍ତବ୍ୟ ଦେଇଛନ୍ତି । ''ମୁଁ ଆଶା କରୁଛି ସେ ଭଲ ସ୍ଥିତିରେ ଅଛନ୍ତି କାରଣ ତାଙ୍କ ଗୋଷ୍ଠୀର ଅନେକ ଲୋକ କୋଭିଡ -19 ପଜିଟିଭ୍ ଆସିଛନ୍ତି। ତେଣୁ ଆମେ ସମସ୍ତେ ତାଙ୍କୁ ଶୁଭେଚ୍ଛା ଜଣାଉଛୁ। ସେ ଆହୁରି ମଧ୍ୟ କହିଛନ୍ତି, ଆମେ ଆମ କାମ କରୁଛୁ। ଆଶା କରୁଛୁ ସେ ଭଲରେ ଅଛନ୍ତି।"

ପଜିଟିଭ୍ ମାମଲା ସାମ୍ନାକୁ ଆସିବା ପରେ ହ୍ୟାରିସ୍ ସତର୍କତା ଭାବରେ ତାଙ୍କ ଅଭିଯାନ ଯାତ୍ରାକୁ ସ୍ଥଗିତ ରଖିଛନ୍ତି। କାଲିଫର୍ଣ୍ଣିଆ ସିନେଟର ଏବଂ ତାଙ୍କ ସ୍ବାମୀ କୋଭିଡ -19 ପରୀକ୍ଷା କରିଥିଲେ ଏବଂ ଉଭୟ ଦମ୍ପତିଙ୍କ ରିପୋର୍ଟ ନେଗେଟିଭ୍ ଆସିଛି।

ABOUT THE AUTHOR

...view details