ୱାଶିଂଟନ୍: ଆମେରିକାରେ କୋରୋନା ସ୍ଥିତି ଉଦବେଗଜନକ ରହିଛି । ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ର କୋରୋନା ବିରୋଧୀ ଲଢେଇ ପ୍ରଭାବଶୀଳୀ ଢଙ୍ଗରେ ଜାରି ରଖିଛି । ଏପରିସ୍ଥଳେ ହ୍ବାଇଟ ହାଉସ କହିଛି ଯେ ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ଦେଶର ସର୍ବୋଚ୍ଚ ସଂକ୍ରାମକ ରୋଗ ବିଶେଷଜ୍ଞ ଆନ୍ଥୋନୀ ଫୌସିଙ୍କୁ ପଦରୁ ହଟାଉ ନାହାଁନ୍ତି ।
ହ୍ବାଇଟ ହାଉସର ଡେପୁଟି ପ୍ରେସ ସେକ୍ରେଟାରୀ ହୋଗାନ ଗିଡଲେ ସୋମବାର ଏକ ବିବୃତ୍ତିରେ କହିଛନ୍ତି ଯେ ଗଣମାଧ୍ୟମକୁ ଆସୁଥିବା ଖବରରେ ସତ୍ୟତା ନାହିଁ । ସେ କହିଛନ୍ତି ଯେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଜଣେ ବିଶ୍ବସ୍ତ ପରାମର୍ଶଦାତା ଡକ୍ଟର ଫୌସି ରହିଆସିଛନ୍ତି ଓ ତାଙ୍କ କାମ ଜାରି ରଖିଛନ୍ତି ।