ୱାଶିଂଟନ: ଆମେରିକାରେ କୋରୋନାକୁ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ପୁଣି ନୂଆ ମନ୍ତବ୍ୟ । ଏଥର ପୁଣି ସେ ଆମେରିକୀୟ ଗଣମାଧ୍ୟମ ଉପରେ ଦୋଷାରୋପ କରିଛନ୍ତି । କହିଛନ୍ତି କି ଦେଶରେ କୋରୋନାର ସ୍ଥିତି ପାଇଁ ଗଣମାଧ୍ୟମ ଦାୟୀ । ଲୋକଙ୍କ ପାଖରେ କୋରୋନା ସମ୍ବନ୍ଧୀୟ ମିଛ ତଥ୍ୟ ପହଞ୍ଚାଇବାରେ ଗଣମାଧ୍ୟମ ବହୁତ ବଡ ଭୂମିକା ବହନ କରିଛି ଏଥିରେ ସନ୍ଦେହ ନାହିଁ ।
ଟ୍ରମ୍ପଙ୍କ ଟାର୍ଗେଟରେ ପୁଣି ଆମେରିକୀୟ ଗଣମାଧ୍ୟମ - ଆମେରିକାରେ କୋରୋନା
ଆମେରିକାରେ କୋରୋନାକୁ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ପୁଣି ନୂଆ ମନ୍ତବ୍ୟ । ଏଥର ପୁଣି ସେ ଆମେରିକୀୟ ଗଣମାଧ୍ୟମ ଉପରେ ଦୋଷାରୋପ କରିଛନ୍ତି ।
![ଟ୍ରମ୍ପଙ୍କ ଟାର୍ଗେଟରେ ପୁଣି ଆମେରିକୀୟ ଗଣମାଧ୍ୟମ donald trump, american media, trump targets american media, corona in america, corona update, ଡୋନାଲ୍ଡ ଟ୍ରମ୍ପ, ଟ୍ରମ୍ପଙ୍କ ଟାର୍ଗେଟରେ ଆମେରିକୀୟ ଗଣମାଧ୍ୟମ, ଆମେରିକୀୟ ଗଣମାଧ୍ୟମ, ଆମେରିକାରେ କୋରୋନା, କୋରୋନା ଅପଡେଟ](https://etvbharatimages.akamaized.net/etvbharat/prod-images/768-512-6789685-865-6789685-1586865503674.jpg)
ନିଜ ମୁଣ୍ଡରୁ ଦୋଷ କାଢିବାକୁ ଯାଇ ଟ୍ରମ୍ପ ଏହା କହିଛନ୍ତି କି ଗଣମାଧ୍ୟମ ନିଜ ଦାୟିତ୍ବବୋଧ ଭୂଲି କେବଳ ସରକାରଙ୍କୁ ନିନ୍ଦା କରିବାରେ ଲାଗିଛି । ସରକାର କିପରି କୋରୋନାର ମୁକାବିଲା କରୁଛନ୍ତି ସେନେଇ ଲୋକଙ୍କ ପାଖରେ ସଠିକ ତଥ୍ୟ ପହଞ୍ଚିପାରିନାହିଁ । ଯଦି ଗଣମାଧ୍ୟମ ଏତେ ହି ସଚ୍ଚୋଟ ତେବେ ସେ ଭୁଲ ତଥ୍ୟ ପ୍ରସାରଣ ପୂର୍ବରୁ ଥରେ ଚିନ୍ତା ନିଶ୍ଚୟ କରିଥାଆନ୍ତା ।
ତେଣୁ ଦେଶରେ କୋରୋନା ବିପର୍ଯ୍ୟୟ ପାଇଁ ସରକାର ନୁହେଁ ଗଣମାଧ୍ୟମ ଦାୟୀ । ନିଜକୁ ଠିକ ପ୍ରମାଣ କରିବା ପାଇଁ ଟ୍ରମ୍ପ କିଛିଟା ଭିଡିଓ ଦେଖାଇଥିଲେ ଏବଂ କହିଥିଲେ କି ଅନେକ ସମୟରେ ସେ ଲୋକଙ୍କୁ ସାହାଯ୍ୟ କରୁଥିବାର ସେ ଭିଡିଓରେ ଦର୍ଶାଇଥିଲେ। ଏଥିସହ ଦେଶର କିଛି ପ୍ରତିଷ୍ଠିତ ଖବରକାଗଜରେ ପ୍ରକାଶିତ ସ୍ତମ୍ଭ ମଧ୍ୟ ସେ ଦେଖାଇଥିଲେ । ଯେଉଁଥିରେ ତାଙ୍କ ମହାନ କାର୍ଯ୍ୟକୁ ଗଣମାଧ୍ୟମ ସଠିକ ଭାବରେ ଦେଖାଇନଥିବା ସେ ଆକ୍ଷେପ କରିଥିଲେ ।