ଓଡିଶା

odisha

By

Published : Jul 5, 2020, 2:36 AM IST

ETV Bharat / international

ବିବାଦୀୟ ପ୍ରତିମୂର୍ତ୍ତି ଅପସାରଣକୁ ଟ୍ରମ୍ପଙ୍କ ନିର୍ଦ୍ଦୟ ଆନ୍ଦୋଳନ ଆଖ୍ୟା

ଆମେରିକା ସ୍ବାଧୀନତା ଦିବସ ପାଳନ ଅବସରରେ ଦେଶରେ ଇତିହାସ ଓ ଏହାର ସ୍ବାଧୀନତା ପଛରେ ରହିଥିବା ମହାନାୟକଙ୍କ ସ୍ମୃତିକୁ କିଛି ଆନ୍ଦୋଳକାରୀ ଧ୍ବଂସ କରିବାକୁ ଚେଷ୍ଟା କରୁଥିବା କହିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ । ଅଧିକ ପଢନ୍ତୁ...

removal of monuments in america, america independence day, 4th july programme in america, donald trump, anti-racism protest in america, ଆମେରିକାରେ ପ୍ରତିମୂର୍ତ୍ତୀ ଅପସାରଣ, ଆମେରିକା ସ୍ବାଧୀନତା ଦିବସ, ଆମେରିକାରେ 4 ଜୁଲାଇ କାର୍ଯ୍ୟକ୍ରମ, ଡୋନାଲ୍ଡ ଟ୍ରମ୍ପ, ଆମେରିକାରେ ଜାତିଆଣ ବିରୋଧୀ ଆନ୍ଦୋଳନ
ବିବାଦୀୟ ପ୍ରତିମୂର୍ତ୍ତି ଅପସାରଣକୁ ଟ୍ରମ୍ପଙ୍କ ନିର୍ଦ୍ଦୟ ଆନ୍ଦୋଳନ ଆଖ୍ୟା

ୱାଶିଂଟନ: ଆମେରିକା ସ୍ବାଧୀନତା ଦିବସ ପାଳନ ଅବସରରେ ଦେଶରେ ଇତିହାସ ଓ ଏହାର ସ୍ବାଧୀନତା ପଛରେ ରହିଥିବା ମହାନାୟକଙ୍କ ସ୍ମୃତିକୁ କିଛି ଆନ୍ଦୋଳକାରୀ ଧ୍ବଂସ କରିବାକୁ ଚେଷ୍ଟା କରୁଥିବା କହିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ । ଦେଶରେ ବର୍ତ୍ତମାନ ବର୍ଣ୍ଣ ବୈଷମ୍ୟ ବିରୋଧୀ ଆନ୍ଦୋଳନ ତେଜିଥିବା ବେଳେ ଏଥିରେ ଅନେକ ପ୍ରତିମୂର୍ତ୍ତି ଭଙ୍ଗାଯିବା ଘଟଣାକୁ ଟ୍ରମ୍ପ ଏକ ନିର୍ଦ୍ଦୟ ଆନ୍ଦୋଳନର ଆଖ୍ୟା ମଧ୍ୟ ଦେଇଛନ୍ତି । ଦକ୍ଷିଣ ଡାକୋଟାର ମାଇଣ୍ଟ ରସମୋରଠାରେ ଅଭିଭାଷଣ ଦେବା ସମୟରେ ଟ୍ରମ୍ପ ଏପରି ମନ୍ତବ୍ୟ ଦେଇଥିଲେ ।

ଏହି ଅଭିଭାଷଣରେ ଟ୍ରମ୍ପ କହିଥିଲେ କି ଦେଶର ଇତିହାସ ସୃଷ୍ଟିକାରୀ ମହାନାୟକଙ୍କ ସ୍ମୃତି ହଟାଇବା ପାଇଁ ନିର୍ଦ୍ଦୟ ଆନ୍ଦୋଳନ ଆରମ୍ଭ ହୋଇଛି । ଏହା ନା ଯେ କେବଳ ସେମାନଙ୍କ ସ୍ମୃତି ନଷ୍ଟ କରୁଛି ବରଂ ଏହା ଆଗାମୀ ପୀଢି ମନରେ ସେମାନଙ୍କ ପ୍ରତି ଏକ ଘୃଣା ଭାବ ସୃଷ୍ଟି କରୁଛି । ଯାହା ଅତି ଦୁଃଖର ବିଷୟ । ଏହି ଆନ୍ଦୋଳନକାରୀମାନେ ଭୁଲିବା କଥା ନୁହେଁ କି ଏହି ଦେଶ ଗଠନରେ ଏହି ମହାନାୟକଙ୍କ ଅବଦାନ ଅତି ଗୁରୁତ୍ବପୂର୍ଣ୍ଣ । ସେ ଏହା ମଧ୍ୟ କହିଥିଲେ କି ଗଣମାଧ୍ୟମରେ ଏହି ପ୍ରତିମୂର୍ତ୍ତିର ଇତିହାସକୁ କଳଙ୍କିତ ଓ ଜାତିଆଣବାଦର ସ୍ରଷ୍ଟା ଭାବେ ଦର୍ଶାଯାଇ ଆନ୍ଦୋଳନକାରୀମାନେ ସଂସ୍କୃତିକୁ ନଷ୍ଟ କରୁଛନ୍ତି ।

ତେବେ ଆନ୍ଦୋଳନକାରୀଙ୍କ ଏହି ଉଦ୍ୟମ ନିନ୍ଦନୀୟ ହୋଇଥିବା ବେଳେ ଏମାନଙ୍କ କବଳରୁ ଆମେରିକାର ଇତିହାସ ଓ ମହାନାୟକଙ୍କ ପ୍ରତିମୂର୍ତ୍ତିକୁ ସମ୍ପୂର୍ଣ୍ଣ ସୁରକ୍ଷା ଦେବା ପାଇଁ ଟ୍ରମ୍ପ ପ୍ରତିଶୃତି ଦେଇଛନ୍ତି । ଏହି ଜନନାୟକଙ୍କୁ ମନେ ରଖିବା ସହ ଦେଶର ସଂଘର୍ଷମୟ ଇତିହାସରୁ ମନେ ପକାଇବା ପାଇଁ ଏହି ପ୍ରତିମୂର୍ତ୍ତିର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଯାହା ଆଗକୁ ମଧ୍ୟ ଜାରି ରହିବାର ଆବଶ୍ୟକତା ରହିଛି । ତେଣୁ ସ୍ବାଧୀନତା ଦିବସ କାର୍ଯ୍ୟକ୍ରମ ଅବସରରେ ଟ୍ରମ୍ପ ଦେଶବାସୀଙ୍କୁ ଉଦବୋଧନ ଦେଇ ଦେଶର ଇତିହାସ ଓ ଐତିହ୍ୟକୁ ଆନ୍ଦୋଳନକାରୀଙ୍କଠାରୁ ସୁରକ୍ଷିତ ରଖିବା ପାଇଁ ପ୍ରତିଶୃତି ଦେଇଛନ୍ତି ।

@IANS

ABOUT THE AUTHOR

...view details