ଓଡିଶା

odisha

ETV Bharat / international

ଚୀନ ସହ ମିଳିତ ଭାବରେ କାମ କରିବାକୁ ଇଚ୍ଛା ପ୍ରକାଶ କଲେ ଟ୍ରମ୍ପ - ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ଟ୍ରମ୍ପ ପ୍ରଶାସନ ଚୀନ ସମେତ ଯେକୌଣସି ଦେଶ ସହ କାମ କରିବାକୁ ଇଚ୍ଛୁକ, ଯଦି ସେମାନେ ପ୍ରଥମ ସଫଳ କୋରୋନା ଟୀକା ଉତ୍ପାଦନ କରନ୍ତି ବୋଲି ଟ୍ରମ୍ପ କହିଛନ୍ତି ।

 ଟ୍ରମ୍ପ
ଟ୍ରମ୍ପ

By

Published : Jul 22, 2020, 12:15 PM IST

ୱାଶିଂଟନ: କୋରୋନା ଭାଇରସକୁ ନେଇ ଚୀନକୁ ଅନେକଥର ଧମକ ଦେଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ତାଙ୍କ ସ୍ବର ବଦଳାଇ ଦେଇଛନ୍ତି। ଚୀନ ପ୍ରତି ସର୍ବଦା ଆକ୍ରମଣାତ୍ମକ ସ୍ବଭାବ ଦେଖାଉଥିବା ଟ୍ରମ୍ପ ଏବେ ଚୀନ ପ୍ରତି ନମ୍ରତା ପ୍ରଦର୍ଶନ କରିଛନ୍ତି । ଚୀନ ସହ ଆମେରିକା ମିଳିତ ଭାବେ କାମ କରିବାକୁ ଇଚ୍ଛା ପ୍ରକାଶ କରିଛି । ଏନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଟ୍ରମ୍ପ ପ୍ରଶାସନ ଚୀନ ସମେତ ଯେକୌଣସି ଦେଶ ସହ କାମ କରିବାକୁ ଇଚ୍ଛୁକ, ଯଦି ସେମାନେ ପ୍ରଥମ ସଫଳ କୋରୋନା ଟୀକା ଉତ୍ପାଦନ କରନ୍ତି।

ଟୀକା ବିକଶିତ କରିବା ପାଇଁ ସେ ଚୀନ ସହ କାମ କରିବାକୁ ପ୍ରସ୍ତୁତ କି ନାହିଁ ବୋଲି ମଙ୍ଗଳବାର ଟ୍ରମ୍ପଙ୍କୁ ପ୍ରଶ୍ନ କରାଯାଇଥିଲା । ତେବେ ଏନେଇ ଟ୍ରମ୍ପ କହିଛନ୍ତି, ଆମେ ଯେକୌଣସି ବ୍ୟକ୍ତି କିମ୍ବା ଦେଶ ସହ କାମ କରିବାକୁ ପ୍ରସ୍ତୁତ। କୋରୋନା ଚିକିତ୍ସା ଏବଂ ଟୀକା ବିକଶିତକୁ ନେଇ ଆମେରିକାରେ ଅଗ୍ରଗତି କରାଯାଉଛି। ଟୀକା ବିକଶିତ ଏବଂ କୋରୋନା ଔଷଧ ବିକଶିତ ଦିଗରେ ଆମେ ବହୁତ ଭଲ କାମ କରୁଛୁ ବୋଲି ସେ କହିଛନ୍ତି ।

କୋରୋନା ଭାଇରସ ମହାମାରୀ ଗତ ଡିସେମ୍ବରରେ ଚୀନର ହୁୱାଇ ପ୍ରଦେଶର ଉହାନ ସହରରେ ଆରମ୍ଭ ହୋଇଥିଲା। କିନ୍ତୁ ଚୀନ ଏହାକୁ ଲୁଚାଇ ରଖିଥିବାରୁ ଆମେରିକା ଚୀନକୁ କଡା ସମାଲୋଚନା କରୁଛି । ଚୀନ ଯୋଗୁଁ ଆମେରିକା ଅଧିକ କ୍ଷତିଗ୍ରସ୍ତ ହେଉଥିବା ଟ୍ରମ୍ପ ଅନେକ ଥର ଅଭିଯୋଗ କରିଛନ୍ତି । ଏହା ବ୍ୟତୀତ କୋରୋନା ଭାଇରସକୁ ସେ ଚାଇନିଜ ଭାଇରସ ବୋଲି ଅନେକ ଥର କହିଛନ୍ତି ।

ABOUT THE AUTHOR

...view details