ନ୍ୟୁୁୟର୍କ: କୋରୋନକୁ କିଛି ଦିନ ପୂର୍ବେ ଚାଇନିଜ ଭାଇରସ୍ କହୁଥିବା ଆମେରିକା ରାଷ୍ଟ୍ରପତି ଏବେ ସ୍ବର ବଦଳାଇଛନ୍ତି । ଏହି ଶବ୍ଦକୁ ନେଇ ଚୀନ ଆମେରିକା ମଧ୍ୟରେ ବଢୁଥିବା ତିକ୍ତତା ମଧ୍ୟରେ ଟ୍ରମ୍ପଙ୍କ ବୟାନ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣିଛି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିକଟରେ ଏକ ସାକ୍ଷାତକାରରେ କହିଛନ୍ତି ଯେ ସେ 'ଚାଇନିଜ୍ ଭାଇରସ୍' ଶବ୍ଦ ବ୍ୟବହାର କରିବେ ନାହିଁ ।
ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର କେଙ୍ଗ ସ୍ବାଙ୍ଗ କହିଛନ୍ତି ଯେ ଚୀନ୍ର ନାମକୁ ଅପମାନିତ କରିବାକୁ ଚୀନ୍ ଦୃଢ ବିରୋଧ କରୁଛି। ଚୀନ୍ ଆଶା କରୁଛି ଯେ କୋଭିଡ -19 ମହାମାରୀର ଚ୍ୟାଲେଞ୍ଜକୁ ଅନ୍ତର୍ଜାତୀୟ ସମୁଦାୟ ଏକାଠି ହାତ ମିଶାଇ ନାଶ କରିବା ପାଇଁ ଚେଷ୍ଟା ଜାରି ରଖିବେ ।