ଓଡିଶା

odisha

ETV Bharat / international

କୋରୋନା ଜରିଆରେ ବିଶ୍ବଯୁଦ୍ଧ ଆରମ୍ଭ କରିଛି ଚୀନ: ଟ୍ରମ୍ପ

କୋରୋନା ଭାଇରସକୁ ନେଇ ଚୀନ ଉପରେ ବର୍ଷିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । କୋରୋନା ଜରିଆରେ ଚୀନ ବିଶ୍ବଯୁଦ୍ଧ ଆରମ୍ଭ କରିଥିବା ଟ୍ରମ୍ପ ଟାର୍ଗେଟ କରି କହିଛନ୍ତି । ଅଧିକ ପଢନ୍ତୁ...

By

Published : Sep 22, 2020, 8:43 PM IST

କୋରୋନା ଜରିଆରେ ବିଶ୍ବଯୁଦ୍ଧ ଆରମ୍ଭ କରିଛି ଚୀନ: ଟ୍ରମ୍ପ
କୋରୋନା ଜରିଆରେ ବିଶ୍ବଯୁଦ୍ଧ ଆରମ୍ଭ କରିଛି ଚୀନ: ଟ୍ରମ୍ପ

ୱାସିଂଟନ: ମହାମାରୀ କୋରୋନା ଭାଇରସକୁ ନେଇ ପୂନର୍ବାର ଚୀନ ଉପରେ ବର୍ଷିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । କୋରୋନା ଜରିଆରେ ଚୀନ ବିଶ୍ବଯୁଦ୍ଧ ଆରମ୍ଭ କରିଥିବା ଟ୍ରମ୍ପ ଟାର୍ଗେଟ କରି କହିଛନ୍ତି ।

ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ ଦ୍ବିତୀୟ ବିଶ୍ବଯୁଦ୍ଧ ଶେଷ ହେବା ଏବଂ ମିଳିତ ଜାତିସଂଘର ପ୍ରତିଷ୍ଠା ହେବାର 75 ବର୍ଷ ବିତିଗଲା ପରେ ଆମେ ପୁଣି ଥରେ ବିଶ୍ବ ସଂଘର୍ଷରେ ଲାଗିଛନ୍ତି । ଏକ ଅଦୃଶ୍ୟ ଶତୃ ଭୟଙ୍କର ଯୁଦ୍ଧ ଆରମ୍ଭ କରିଛି । 188ଟି ଦେଶରେ ଚୀନ ଭୂତାଣୁ ଅଗଣିତ ଲୋକଙ୍କ ଜୀବନ ନେଇସାରିଥିବା ଟ୍ରମ୍ପ ଉଦବେଗ ପ୍ରକାଶ କରି କହିଛନ୍ତି ।

ଟ୍ରମ୍ପ ଆହୁରି ମଧ୍ୟ କହିଛନ୍ତି ଯେ ଆମେରିକାରେ ଆମେ ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ସବୁଠାରୁ ଆକ୍ରମଣାତ୍ମକ ଯୁଦ୍ଧ ପ୍ରସ୍ତୁତି ଆରମ୍ଭ କରିଥିଲୁ । ଆମେ ଶୀଘ୍ର ଭେଣ୍ଟିଲେଟରର ଏକ ରେକର୍ଡ ଯୋଗାଣ ଉତ୍ପାଦନ କଲୁ |

କରୋନାର ମାରାତ୍ମକ ଭୂତାଣୁକୁ ନେଇ ଚୀନ ଏବଂ ଆମେରିକା ମଧ୍ୟରେ ବାକ ଯୁଦ୍ଧ ଆରମ୍ଭ ହୋଇଛି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ ଚୀନ କୋରୋନା ଭାଇରସରେ ନିଜ ଦେଶର ମୃତ୍ୟୁ ସଂଖ୍ୟାକୁ ଲୁଚାଇ ରଖିଛି । ମୃତ୍ୟୁ ସଂଖ୍ୟା ପ୍ରକୃତରେ ବହୁତ ଅଧିକ ବୋଲି ସେ କହିଛନ୍ତି ।

ABOUT THE AUTHOR

...view details