ଓ୍ବାଶିଂଟନ: ଚଳିତ ଥର ବିଶ୍ବର ସମ୍ମାନ ଜନକ ନୋବେଲ ଶାନ୍ତି ପୁରସ୍କାର ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାଁ ମନୋନୀତ କରାଯାଇଛି । ନିକଟରେ ୟୁଏଇ ଓ ଇସ୍ରାଏଲ ମଧ୍ୟରେ ଐତିହାସିକ ଶାନ୍ତି ଚୁକ୍ତିରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଗୁରୁତ୍ବପୂର୍ଣ୍ଣ ମଧ୍ୟସ୍ଥତା କାରଣରୁ ତାଙ୍କ ନାଁ ନୋବେଲ ପୁରସ୍କାର ପାଇଁ ମନୋନୀତ କରାଯାଇଥିବା ଜଣାପଡିଛି ।
ୟୁଏଇ ଓ ଇସ୍ରାଏଲ ମଧ୍ୟରେ ଐତିହାସିକ ଶାନ୍ତି ଚୁକ୍ତି କରାଇଥିବାରୁ ନରଓ୍ବେର ସାଂସଦ ତିବ୍ରିଙ୍ଗ ଜେଡ୍ଡେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ଦେବା ପାଇଁ ପ୍ରସ୍ତାବ ଦେଇଥିଲେ । ବିଶ୍ବର ଅନେକ ବିବାଦିଦ ସମସ୍ୟାର ସମାଧାନ ପାଇଁ ଟ୍ରମ୍ପଙ୍କୁ ପ୍ରଶଂସା କରିଛନ୍ତି ଜେଡ୍ଡେ ।