ଓଡିଶା

odisha

ETV Bharat / international

ଅର୍ଥନୀତିକୁ ଟ୍ରାକକୁ ଆଣିବାକୁ ଟ୍ରମ୍ପଙ୍କ ମାଷ୍ଟର ପ୍ଲାନ, କମିଟିରେ 2 ଭାରତୀୟ ବଶୋଂଦ୍ଭବ - american-economic-revival-industry-groups

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଶର ଅର୍ଥନୀତିକୁ ପୁନର୍ବାର ଟ୍ରାକକୁ ଫେରାଇ ଆଣିବାକୁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଛନ୍ତି। କିପରି ଦେଶର ଅର୍ଥନୀତି ଆଗକୁ ବିଶେଷ ଭାବେ ପ୍ରଭାବିତ ନହେବ ସେନେଇ ଏକ କମିଟି ଗଠନ କରିଛନ୍ତି।

american-economic-revival-industry-groups
ଅର୍ଥନୀତିକୁ ଟ୍ରାକକୁ ଆଣିବାକୁ ଟ୍ରମ୍ପଙ୍କ ମାଷ୍ଟର ପ୍ଲାନ, କମିଟିରେ 2 ଭାରତୀୟ ବଶୋଂଦ୍ଭବ

By

Published : Apr 15, 2020, 3:32 PM IST

ନୂଆଦିଲ୍ଲୀ: କୋରୋନା ପ୍ରଭାବରେ ଆମେରିକାର ଅଣ୍ଟା ଭାଙ୍ଗିଯାଇଛି। ବିଶ୍ବର ମହାଶକ୍ତିଶାଳୀ ଦେଶ କୋରୋନା ମୁକାବିଲାରେ ଅର୍ଥନୀତି ଠୁ ଆରମ୍ଭ କରି ସ୍ବାସ୍ଥ୍ୟ କ୍ଷେତ୍ରରେ ବହୁ ମାତ୍ରାରେ ପ୍ରଭାବିତ ହେବା ସହ କ୍ଷତି ସହୁଛି।

ତେବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଶର ଅର୍ଥନୀତିକୁ ପୁନର୍ବାର ଟ୍ରାକକୁ ଫେରାଇ ଆଣିବାକୁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଛନ୍ତି। କିପରି ଦେଶର ଅର୍ଥନୀତି ଆଗକୁ ବିଶେଷ ଭାବେ ପ୍ରଭାବିତ ନହେବ ସେନେଇ ଏକ କମିଟି ଗଠନ କରିଛନ୍ତି।

ଏହି କମିଟିରେ ଅନେକ ଭାରତୀୟ ବଶୋଂଦ୍ଭବଙ୍କୁ ସ୍ଥାନ ମିଳିଛି। ତେବେ ସବୁଠାରୁ ଗୁରୁତ୍ବ ପୂର୍ଣ୍ଣ କଥା ହେଲେ ଗୁଗଲ ପିଓ ସୁନ୍ଦର ପିଚାର,ମାଇକ୍ରୋସଫ୍ଟ ସିଇଓ ସତ୍ୟ ନାଦାଲଙ୍କ ଉପରେ ଗୁରୁତ୍ବ ଦାୟିତ୍ବ ନ୍ୟସ୍ତ କରିଛନ୍ତି। ଦୁହେଁ ଏହି କମିଟିରେ ସକ୍ରିୟ ଭୂମିକା ନିର୍ବାହ କରି ଆମେରିକା ଅର୍ଥନୀତିକୁ ପୁନର୍ବାର ସୁଦୃଢ କରିବେ ବୋଲି ଆମେରିକା ରାଷ୍ଟ୍ରପତି ଆଶା ରଖିଛନ୍ତି।

ସୂଚନା ଅନୁସାରେ, ଏବେ ସୁଦ୍ଧା ଆମେରିକାରେ 5 ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ 23 ହଜାରରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଛି। ତେବେ ଦେଶରେ ଏତେ ସଂଖ୍ୟକ ଲୋକଙ୍କ ମୃତ୍ୟୁକୁ ନେଇ ନାଚାର ଆମେରିକା ସରକାର।

ABOUT THE AUTHOR

...view details