ୱାଶିଂଟନ: ଯଦି ଭାରତ କୋରୋନା ଚିକିତ୍ସାରେ ବ୍ୟବହୃତ ହାଇଡ୍ରୋକ୍ସିକ୍ଲୋରୋକୁଇନ ରପ୍ତାନୀ ଉପରୁ ବ୍ୟାନ ନ ହଟାଏ, ତେବେ ତା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ସୂଚାଇଛନ୍ତି । ହ୍ବାଇଟ ହାଉସରେ କୋରୋନା ସଂପର୍କରେ ଆଲୋଚନା ସମୟରେ ଟ୍ରମ୍ପ କହିଛନ୍ତି, ‘ଆମେରିକା ସହ ଭାରତର ସଂପର୍କ ବହୁତ ଭଲ । ତେବେ ଭାରତ କଣ ପାଇଁ ଆମେରିକାର ଔଷଧ କିଣିବା ଉପରେ ପ୍ରତିବନ୍ଧକ ଲଗାଇଛି ମୁଁ ଜାଣିପାରୁନାହିଁ ।’
ସେ ପୁଣି କହିଛନ୍ତି, ‘ଏହା ମୋଦିଙ୍କ ନିଷ୍ପତ୍ତି ବୋଲି ମୁଁ ଭାବୁନାହିଁ । ମୁଁ ଜାଣେ ଯେ ସେ ଅନ୍ୟ ଦେଶ ପାଇଁ ଏହାକୁ ବନ୍ଦ କରିଦେଇଥିବା କଥା ମଧ୍ୟ ଗତକାଲି ପ୍ରକାଶ କରିଥିଲେ । ଆମେ ଏହାକୁ ଦେଖିବୁ କିମ୍ବା ଭାରତ ଆମେରିକା ଉପରେ ଥିବା ପ୍ରତିବନ୍ଧକକୁ ହଟାଇବ, ଏହାକୁ ନେଇ ଆମେ ଆଶ୍ଚର୍ଯ୍ୟ ହେବୁ ନାହିଁ । କାରଣ ଭାରତ ଆମେରିକା ସହିତ ବହୁତ ସଂପର୍କ ରହିଛି ।’ନିକଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ହୋଇଥିବା ଫୋନ ବାର୍ତ୍ତାଳାପରେ ଟ୍ରମ୍ପ କହିଛନ୍ତି ସେ ଏ ସଂପର୍କରେ ଏକ ଅନୁରୋଧ ପତ୍ର ଆମେରିକା ତରଫରୁ ପଠାଇବା ପାଇଁ ନିର୍ଦ୍ଦେଶ ଦେବେ ବୋଲି ଟ୍ରମ୍ପ କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି, ‘ ମୁଁ ଆଶ୍ଚର୍ଯ୍ୟ ହେବି ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିଷ୍ପତ୍ତି ସଂପର୍କରେ ମତେ କହିବାକୁ ପଡିବ । ମୁଁ ରବିବାର ସକାଳେ ତାଙ୍କ ସହ କଥାହେଲି ଓ କହିଲି ଯେ ଆମର ଯୋଗାଣକୁ ଅନୁମତି ଦେଲେ ଆମେ ପ୍ରଶଂସା କରିବୁ । ଯଦି ସେ ଏହାକୁ ଅନୁମତି ନ ଦିଅନ୍ତି, ତାହା ଠିକ୍ ହେବ ହେଲେ ଆମର ପରବର୍ତ୍ତୀ ପଦକ୍ଷେପ ଅବଶ୍ୟ ପ୍ରତିଶୋଧ ହୋଇପାରେ । କାହିଁକି ହେବ ନାହିଁ ?’
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର କହିଥିଲେ ଯେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହାଇଡ୍ରୋକ୍ସିକ୍ଲୋରୋକୁଇନ ଟାବଲେଟ ଯୋଗାଇବାକୁ ଅନୁରୋଧ କରିଛନ୍ତି ଯାହା COVID-19 ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବହୃତ ହୋଇପାରିବ । ହ୍ବାଇଟହାଉସର କୋରୋନା ଭାଇରସ ଟାସ୍କଫୋର୍ସ ସଂକ୍ଷିପ୍ତ ବାର୍ତ୍ତାରେ ଟ୍ରମ୍ପ ଘୋଷଣା କରିଥିଲେ ଯେ, ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଲ ପରେ ଭାରତ ଆମେରିକାର ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ରପ୍ତାନୀ କରିବା ପାଇଁ ଲଗାଯାଇଥିବା ପ୍ରତିବନ୍ଧକକୁ ହଟାଇବ । ସେଥିପାଇଁ ଭାରତ ଗୁରୁତ୍ବ ପ୍ରଦାନ କରୁଥିବା ସେ ଉଲ୍ଲେଖ କରିଥିଲେ ।