ଓଡିଶା

odisha

By

Published : Jul 12, 2020, 1:47 AM IST

Updated : Jul 12, 2020, 9:06 AM IST

ETV Bharat / international

ଚୀନକୁ ଆଉ ଏକ ଝଟକା ଦେଇପାରେ ଆମେରିକା, ବନ୍ଦ କରିପାରେ ଦ୍ୱିତୀୟ ପର୍ଯ୍ୟାୟ ବାଣିଜ୍ୟିକ ଚୁକ୍ତିନାମା

ଚୀନ ସହିତ ଦ୍ୱିତୀୟ ପର୍ଯ୍ୟାୟ ବାଣିଜ୍ୟିକ ଚୁକ୍ତିନାମା କରିନପାରେ ଆମେରିକା । ଶୁକ୍ରବାର ଏହି ଚୁକ୍ତିନାମାକୁ ଏଡ଼ାଇ ଦେଇଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।

ଆମେରିକା
ଆମେରିକା

ୱାଶିଂଟନ: ଚୀନ ସହିତ ଦ୍ୱିତୀୟ ପର୍ଯ୍ୟାୟ ବାଣିଜ୍ୟିକ ଚୁକ୍ତିନାମା କରିନପାରେ ଆମେରିକା । ଶୁକ୍ରବାର ଏହି ଚୁକ୍ତିନାମାକୁ ଏଡ଼ାଇ ଦେଇଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ବେଜିଂର କୋରୋନା ଭାଇରସ୍ ବିସ୍ତାରକୁ ନେଇ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଛି । ବର୍ତ୍ତମାନ ଏହି ଚୁକ୍ତିନାମା ନହୋଇପାରେ ବୋଲି ଟ୍ରମ୍ପ କହିଛନ୍ତି ।

ଶୁକ୍ରବାର ଏନେଇ ଟ୍ରମ୍ପ କହିଛନ୍ତି, କୋରୋନା ଭାଇରସ ସଂକ୍ରମଣ ବୃଦ୍ଧି ପାଇବା ପରେ ଚୀନ ସହ ଆମେରିକାର ସମ୍ପର୍କ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି। ମୁଁ ବର୍ତ୍ତମାନ ତୀୟ ପର୍ଯ୍ୟାୟ ବାଣିଜ୍ୟିକ ଚୁକ୍ତିନାମା ବିଷୟରେ ଚିନ୍ତା କରିବି ନାହିଁ ବୋଲି ସେ କହିଛନ୍ତି ।

ଏହାପୂର୍ବରୁ ଦୁଇ ଦେଶ ମଧ୍ୟରେ ବୁଝାମଣା ହେବାପରେ ଟ୍ରମ୍ପ ପ୍ରଶାସନ ଚୀନ ସହିତ ଏକ ମେଗା ଚୁକ୍ତି ସ୍ୱାକ୍ଷର କରିଥିଲେ। ଜାନୁଆରୀରେ ଟ୍ରମ୍ପ ଚୀନ ସହିତ ପ୍ରଥମ ପର୍ଯ୍ୟାୟ ବାଣିଜ୍ୟିକ ଚୁକ୍ତି ସ୍ୱାକ୍ଷର କରିଥିଲେ ଯାହା ଆମେରିକାର କୃଷି, ଶକ୍ତି ଏବଂ ଅନ୍ୟାନ୍ୟ ଉତ୍ପାଦର ରପ୍ତାନି ବୃଦ୍ଧି ଉପରେ ଧ୍ୟାନ ଦେଇଥିଲା। କିନ୍ତୁ କୋରୋନା ଭାଇରସ୍ ଆରମ୍ଭ ହେବା ପରେ ୱାଶିଂଟନ ଏବଂ ବେଜିଂ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ଖରାପ ହୋଇଛି । ଏହା ବ୍ୟତୀତ ଚୀନ ଦ୍ବାରା ହଂକଂରେ ଲାଗୁ କରାଯାଇଥିବା ନୂତନ ଜାତୀୟ ସୁରକ୍ଷା ଆଇନ, ଆମେରିକୀୟ ସାମ୍ବାଦିକଙ୍କ ଉପରେ ପ୍ରତିବନ୍ଧକ, ଉଇଗ୍ରୁ ମୁସଲମାନମାନଙ୍କ ଚିକିତ୍ସା ଏବଂ ତିବ୍ଦତରେ ସୁରକ୍ଷା ବ୍ୟବସ୍ଥା ଲାଗୁ କରିବା ପ୍ରସଙ୍ଗକୁ ନେଇ ମଧ୍ୟ ଚୀନ ଏବଂ ଆମେରିକା ମଧ୍ୟରେ ମତାନ୍ତର ରହିଛି ।

ଚୀନ ସହ ଆମେରିକାର ସମ୍ପର୍କ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି। ଚୀନ କୋରୋନା ମହାମାରୀକୁ ଚାହିଁଲେ ବନ୍ଦ କରି ପାରିଥାନ୍ତିା । କିନ୍ତୁ ସେ ଏହାକୁ ବନ୍ଦ କରିଲାନାହିଁ । ଉହାନ୍ ପ୍ରଦେଶରୁ ଚୀନର ଅବଶିଷ୍ଟ ଅଂଶରେ କୋରୋନାର ବିସ୍ତାରକୁ ସେମାନେ ଅଟକାଇପାରିଥାନ୍ତେ । କିନ୍ତୁ ସେମାନେ ଏଭଳି କରିନଥିବା ଟ୍ରମ୍ପ କହିଛନ୍ତି ।

ଏହା ପୂର୍ବରୁ ମଧ୍ୟ ଟ୍ରମ୍ପ କୋରୋନା ଭାଇରସକୁ ନେଇ ଅନେକ ଥର ଚୀନ ଉପରେ ବର୍ଷିଛନ୍ତି । ଚୀନକୁ କଟାକ୍ଷ କରି ଟ୍ରମ୍ପ କୋରୋନା ଭାଇରସକୁ କୁଙ୍ଗ ଫ୍ଲୁ ଏବଂ ଚାଇନିଜ୍ ଭାଇରସ ବୋଲି କହିଛନ୍ତି । ଏହା ବ୍ୟତୀତ ବୈଦେଶିକ ସଚିବ ମାଇକ୍ ପୋମ୍ପିଓଙ୍କ ପରି ଉଚ୍ଚ ପ୍ରଶାସନିକ ଅଧିକାରୀ ଏହାକୁ ଉହାନ ଜୀବାଣୁ ବୋଲି କହିଛନ୍ତି।

ସୂଚନାଯୋଗ୍ୟ ଯେ, ଚୀନର ଉହାନ୍‌ ସହରରେ ପ୍ରଥମେ ଉତ୍ପନ୍ନ ହୋଇଥିବା କୋରୋନା ଭାଇରସ ସଂକ୍ରମଣ ଯୋଗୁଁ ଆମେରିକା ଅଧିକ କ୍ଷତିଗ୍ରସ୍ତ ହୋଇଛି । ଆମେରିକାରେ ଏବେ ସୁଦ୍ଧା 3.1 ନିୟୁତ ଲୋକ କୋରୋନାରେ ସଂକ୍ରମିତ ହୋଇଛନ୍ତି । 1,30,000 ରୁ ଅଧିକ ଲୋକ ଏଥିରେ ପ୍ରାଣ ହରାଇଛନ୍ତି।

Last Updated : Jul 12, 2020, 9:06 AM IST

ABOUT THE AUTHOR

...view details