ଓଡିଶା

odisha

ETV Bharat / international

ରଣନୀତି ବଦଳାଇଲେ ଟ୍ରମ୍ପ, ଟ୍ବିଟ କରି ଇରାନୀଙ୍କ ପ୍ରଦର୍ଶନକୁ ସମର୍ଥନ - ରଣନୀତି ବଦଳାଇ ଟ୍ରମ୍ପ

ଇରାନ ସହ ଜାରି ରହିଥିବା ଉତ୍ତେଜନାମୂଳକ ସଂଘର୍ଷ ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଭିମୁଖ୍ୟ ନରମ ପଡିଥିବା ଦେଖାଦେଇଛି । ଇରାନରେ ସରକାର ବିରୋଧୀ ପ୍ରଦର୍ଶନ ପରେ ଇରାନୀଙ୍କୁ ସମର୍ଥନ ଜଣାଇଛନ୍ତି ଟ୍ରମ୍ପ । ଅଧିକ ପଢନ୍ତୁ...

Trump backs Iran anti-government protests
Trump backs Iran anti-government protests

By

Published : Jan 12, 2020, 1:02 PM IST

ନ୍ୟୁୟର୍କ: ଇରାନ ସହ ଜାରି ରହିଥିବା ଉତ୍ତେଜନାମୂଳକ ସଂଘର୍ଷ ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଭିମୁଖ୍ୟ ନରମ ପଡିଥିବା ଦେଖାଦେଇଛି । ଇରାନରେ ସରକାର ବିରୋଧୀ ପ୍ରଦର୍ଶନ ପରେ ଇରାନୀଙ୍କୁ ସମର୍ଥନ ଜଣାଇଛନ୍ତି ଟ୍ରମ୍ପ । ରାଷ୍ଟ୍ରପତି ଟ୍ରମ୍ପ ଶନିବାର ଟ୍ବିଟ କରି ରାଷ୍ଟ୍ରପତି ପଦ ସମ୍ଭାଳିବା ପର ଠାରୁ ସର୍ବଦା ଇରାନୀ ଲୋକଙ୍କ ସହ ରହିଛି ଓ ଆଗକୁ ରହିଥିବି ମଧ୍ୟ ବୋଲି କହିଛନ୍ତି ।

ଫଟୋ ସୌଜନ୍ୟ:ଟ୍ବିଟର@realDonaldTrump

ଉଲ୍ଲେଖ ଯେ, ଇରାନରୁ ୟୁକ୍ରେନ ଯାଉଥିବା ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ବିମାନରେ ଥିବା ସମସ୍ତ ୧୭୬ ଯାତ୍ରୀ ପ୍ରାଣ ହରାଇଥିଲେ। ଇରାନ ସମେତ ଅନ୍ୟ ଦେଶଗୁଡ଼ିକ ପ୍ରଥମେ ଏହାକୁ ଯାନ୍ତ୍ରିକ ତ୍ରୁଟି ଜନିତ ବୋଲି ଧରିନେଇଥିଲେ । କିନ୍ତୁ ଇରାନର ମିଶାଇଲ ଆକ୍ରମଣରେ ବିମାନ ଦୁର୍ଘଟଣା ଘଟିଥିବା ମାନି ନେଇଛି ଇରାନ । ଏବେ ଏହାକୁ ନେଇ ଇରାନରେ ପ୍ରଦର୍ଶନ ଜାରି ରହିଛି । ଫଳରେ ଇରାନ ବାସୀଙ୍କ ସରକାର ବିରୋଧୀ ମନୋଭାବକୁ ପଢି ନିଜ ରଣନୀତିରେ ପରିବର୍ତ୍ତନ କରିଛନ୍ତି ଟ୍ରମ୍ପ । ଟ୍ବିଟ କରି ସେ ଇରାନବାସୀଙ୍କ ପାଇଁ ସର୍ବଦା ଛିଡା ହୋଇଥିବା କହିଛନ୍ତି ।

ରାଷ୍ଟ୍ରପତି ଟ୍ରମ୍ପ ଲେଖିଛନ୍ତି ଇରାନବାସୀଙ୍କୁ ବାହାଦୁର ଓ ଏକ ଦୀର୍ଘକାଳ ପାଇଁ ପୀଡାରେ ଜର୍ଜରିତ ବୋଲି ସମ୍ବୋଧନ କରିବା ସହ ସମବେଦନା ଓ ସମର୍ଥନ ମିଶା ଟ୍ବିଟ କରିଛନ୍ତି । ରାଷ୍ଟ୍ରପତି ହେବା ପରଠାରୁ ଇରାନବାସୀଙ୍କ ସହ ମୁଁ ଓ ମୋର ପ୍ରଶାସନ ଇରାନବାସୀଙ୍କ ସହ ଛିଡା ହୋଇଛି ବୋଲି ଟ୍ରମ୍ପ ଟ୍ବିଟରେ ଉଲ୍ଲେଖ କରିଛନ୍ତି । ଏହାସହ ଟ୍ବିଟରେ ଇରାନବାସୀଙ୍କ ବିରୋଧ ପ୍ରଦର୍ଶନ ଉପରେ ସମ୍ପୂର୍ଣ୍ଣ ନଜର ରଖିବା ସହ ଇରାନବାସୀଙ୍କ ସାହସରେ ପ୍ରେରିତ ହେଉଥିବା ମଧ୍ୟ କହିଛନ୍ତି । ରାଷ୍ଟ୍ରପତି ଟ୍ରମ୍ପ ଟ୍ବିଟକୁ ଇଂରାଜୀ ସହ ପାର୍ସୀ ଭାଷାରେ କରିଛନ୍ତି ।

ଟ୍ରମ୍ପ ଅନ୍ୟ ଏକ ଟ୍ବିଟରେ ମାନବାଧିକାର ସଂଗଠନ ଗୁଡିକୁ ଇରାନୀ ଲୋକଙ୍କ ବିରୋଧ ପ୍ରଦର୍ଶନ ଉପରେ ନଜର ରଖିବା ସହ ଖବର ସଂଗ୍ରହ କରିବା ପାଇଁ ଇରାନ ସରକାରଙ୍କୁ ଅନୁମତି ଦେବା ଉଚିତ ବୋଲି କହିଛନ୍ତି । ଶାନ୍ତିପୂର୍ଣ୍ଣ ପ୍ରଦର୍ଶନକାରୀଙ୍କୁ ଆକ୍ରମଣ କିମ୍ବା ହତ୍ୟା କେହି କରିପାରିବେ ନାହିଁ । ଦେଶରେ ଇଣ୍ଟରନେଟ ବନ୍ଦ କିମ୍ବା ପ୍ରଦର୍ଶନକାରୀଙ୍କ ଉପରେ ହିଂସା ଅନୁଚିତ । ଦୁନିଆଁ ଇରାନର ପ୍ରଦର୍ଶନ ଉପରେ ନଜର ରଖିଛି ।

ABOUT THE AUTHOR

...view details