ଓଡିଶା

odisha

ETV Bharat / international

ଟ୍ରମ୍ପଙ୍କ ପାଖ ମାଡି ପାରୁନି କୋରୋନା, ଦ୍ବିତୀୟ ଟେଷ୍ଟ ରିପୋର୍ଟ ନେଗେଟିଭ - କୋରୋନା ଭାଇରସ

କୋରୋନା କବଳରେ ବିଶ୍ବର ଶକ୍ତିଶାଳୀ ଦେଶ ଆମେରିକା । ହୁ ହୁ ହୋଇ ବଢି ଚାଲିଛି ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା । ସେପଟେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦ୍ବିତୀୟ ଥର ପାଇଁ କୋରୋନା ଟେଷ୍ଟ କରିଛନ୍ତି । ତାଙ୍କ ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡିଛି । ଅଧିକ ପଢନ୍ତୁ...

corona
ଦ୍ବିତୀୟ ଥର କୋରୋନା ଟେଷ୍ଟ କଲେ ଟ୍ରମ୍ପ, ରିପୋର୍ଟ ନେଗେଟିଭ

By

Published : Apr 3, 2020, 9:00 AM IST

ୱାସିଂଟନ: ଆମେରିକାକୁ ଡରାଉଛି କୋରୋନା। ଦିନ ଗଡିବା ସହ ଗଡି ଚାଲିଛି ଶହ ଶହ ଲୋକଙ୍କ ମୁଣ୍ଡ। ତେବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମଧ୍ୟ ଘାରିଛି କୋରୋନା ଭୟ। ଯେଉଁଥି ପାଇଁ ଟ୍ରମ୍ପ ଦ୍ବିତୀୟ ଥର ପାଇଁ କୋରୋନା ଟେଷ୍ଚ କରିଛନ୍ତି। ହେଲେ ତାଙ୍କ ରିପୋର୍ଟ ନେଗେଟିଭ ଆସିଛି ।

ହ୍ବାଇଟ ହାଉସର ଫିଜିସିଆନ ସିନ କୋନଲେ ଏକ ମେମୋ ଜାରି କରି କହିଛନ୍ତି ଯେ ରାଷ୍ଟ୍ରପତି ଟ୍ରମ୍ପ ସମ୍ପୂର୍ଣ୍ଣ ସୁ୍ସ୍ଥ ଅଛନ୍ତି। ତାଙ୍କର ଗୋଟିଏ ମିନିଟରେ ନମୁନା ସଂଗ୍ରହ କରାଯାଇଥିବା ବେଳେ 15 ମିନିଟ୍‌ରେ ରିପୋର୍ଟ ଆସିବା ସହ ତାଙ୍କ ଶରୀରେ କୋରୋନାର କୌଣସି ଲକ୍ଷଣ ଜଣାପଡିନାହିଁ।

ଏଠାରେ ସୂଚନା ଥାଉ ଯେ, ପୂର୍ବରୁ ଟ୍ରମ୍ପ ଏକ ସମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ସେ ଦୁଇ ଜଣ କୋରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ। ଫଳରେ ତାଙ୍କର କୋରନା ଟେଷ୍ଚ କରାଯାଇଥିଲା । ସେ ସମୟରେ ମଧ୍ୟ ରିପୋର୍ଟ ନେଗେଟିଭ୍ ଆସିଥିଲା।

ତେବେ ଟ୍ରମ୍ପ ଏକ ନୂଆ ଘୋଷଣା କରିଛନ୍ତି ଯେ, ନର୍ସିଂହୋମ ଗୁଡିକରେ କୌଣସି ବାହର ଲୋକଙ୍କୁ ପ୍ରବେଶ କରିବାକୁ ଅନୁମତି ଦିଆନଯାଉ। ନୂଆ ନିର୍ଦ୍ଦେଶନାମା ଅନୁସାରେ ନର୍ସିଂ ହୋମରେ ଏକ ନିର୍ଦ୍ଦିଷ୍ଟ ଡାକ୍ତରୀ ଦଳ ହିଁ ରୋଗୀଙ୍କ ଚିକତ୍ସା କରିବେ। ଯାହାଦ୍ବାରା କୋରୋନା ଭାଇରସ ସଂକ୍ରମଣକୁ ରୋକାଯାଇପାରିବ ।

@ANI

ABOUT THE AUTHOR

...view details