ୱାଶିଂଟନ: ତାଲିବାନ ଏବଂ ଆମେରିକା ମଧ୍ୟରେ ଦୋହାରେ ହୋଇଥିବା ଶାନ୍ତିଚୁକ୍ତି ପାଳନ କରୁଛି ଆମେରିକା । ଏହି ଚୁକ୍ତି ଅନୁଯାୟୀ ଆମେରିକା ଆଫଗାନିସ୍ତାନରୁ ନିଜର ସୈନ୍ୟବାହିନୀକୁ ସମ୍ପୁର୍ଣ୍ଣ ରୂପେ ପ୍ରତ୍ୟାହାର କରିବାକୁ ପ୍ରସ୍ତୁତି କରୁଛି । ନଭେମ୍ବର ଶେଷ ସୁଦ୍ଧା ଆଫଗାନିସ୍ତାନରେ ଆମେରିକାର ସୈନ୍ୟ ସଂଖ୍ୟା 5000ରୁ କମ୍ ରହିବ । ଏନେଇ ଆମେରିକାର ପ୍ରତିରକ୍ଷା ସଚିବ ମାର୍କ ଏସପର୍ ରବିବାର ନିଶ୍ଚିତ କରିଛନ୍ତି ।
ଏହା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ସାକ୍ଷାତକାରରେ ସୈନ୍ୟ ହ୍ରାସ ଯୋଜନା ବିଷୟରେ ପ୍ରକାଶ କରିଥିଲେ। ନଭେମ୍ବର ଆରମ୍ଭରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ସମୟରେ ଆଫଗାନିସ୍ତାନରେ କେତେ ଆମେରିକୀୟ ସୈନ୍ୟ ରହିବେ ବୋଲି ଟ୍ରମ୍ପଙ୍କୁ ପ୍ରଶ୍ନ କରାଯାଇଥିଲା । ଯାହାର ଜବାବରେ ଟ୍ରମ୍ପ କହିଥିଲେ, ଏହା ସମ୍ଭବତ 4,000 ରୁ 5000 ମଧ୍ୟରେ ରହିବ ।