ଓଡିଶା

odisha

By

Published : Apr 18, 2020, 12:55 AM IST

ETV Bharat / international

ଦେଶର ଅର୍ଥନୀତି ବଞ୍ଚାଇବା ପାଇଁ ବାଜିରେ ଆମେରିକୀୟ ନାଗରିକ

ଦେଶବାସୀଙ୍କୁ ଏବେ ପ୍ରତି ମୁହୂର୍ତ୍ତରେ କୋରୋନା ସଂକ୍ରମଣ ଡରାଉଥିବା ବେଳେ ଅନ୍ୟପଟେ ଅର୍ଥନୀତିକୁ ପୁଣି ସଶକ୍ତ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଟ୍ରମ୍ପ । ଅଧିକ ପଢ଼ନ୍ତୁ...

donald trump, american economy, corona situation in america, corona update, ଡୋନାଲ୍ଡ ଟ୍ରମ୍ପ, ଆମେରିକା ଅର୍ଥନୀତି, ଆମେରିକାରେ କୋରୋନା ସ୍ଥିତି, କୋରୋନା ଅପଡେଟ
ଦେଶର ଅର୍ଥନୀତି ବଞ୍ଚାଇବା ପାଇଁ ବାଜିରେ ଆମେରିକୀୟ ନାଗରିକ

ୱାଶିଂଟନ: କୋରୋନା ମାଡରେ ଆମେରିକାର ଅର୍ଥନୈତିକ ମେରୁଦଣ୍ଡ ଭାଙ୍ଗିପଡିଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନେଇଛନ୍ତି କିଛି କ୍ରୁର ନିଷ୍ପତ୍ତି । ଦେଶବାସୀଙ୍କୁ ଏବେ ପ୍ରତି ମୁହୂର୍ତ୍ତରେ କୋରୋନା ସଂକ୍ରମଣ ଡରାଉଥିବା ବେଳେ ଅନ୍ୟପଟେ ଅର୍ଥନୀତିକୁ ପୁଣି ସଶକ୍ତ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଟ୍ରମ୍ପ । ଦେଶର ବିଭିନ୍ନ ରାଜ୍ୟପାଳଙ୍କୁ ନିଜ ରାଜ୍ୟରେ କଟକଣା କୋହଳ କରିବା ସହ ଆର୍ଥିକ ସୁଦୃଢୀକରଣକୁ ଗୁରୁତ୍ବ ଦେବା ପାଇଁ କହିଛନ୍ତି ଟ୍ରମ୍ପ ।

ଗୁରୁବାର ଜାତାୟ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଯେ, ଦେଶ କୋରୋନା କବଳରେ ଫସିଛି ସତ, ହେଲେ ଦେଶରେ ଅର୍ଥନୀତିକୁ ଏପରି ବୁଡାଇ ଦିଆଯାଇନପାରେ । ତେଣୁ ରାଜ୍ୟପାଳଙ୍କୁ ଧିରେ ଧିରେ ନିଜ ରାଜ୍ୟରେ କଟକଣା କୋହଳ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । 330 ମିଲିୟନ ଜନସଂଖ୍ୟା ବିଶିଷ୍ଟ ଆମେରିକାରେ ବର୍ତ୍ତମାନ 95 ପ୍ରତିଶତ ଲୋକଙ୍କୁ ଷ୍ଟେ ଆଟ ହୋମ ଅର୍ଡର ଦିଆଯାଇଛି । ସେପଟେ 22 ମିଲିୟନ ଆମେରିକୀୟ ବେରୋଜଗାର ଭାବେ ନିଜକୁ ରେଜିଷ୍ଟର କରିଛନ୍ତି ।

କୋରୋନା ପ୍ରଭାବିତଙ୍କ ସଂଖ୍ୟା କିଛି କମ ନୁହେଁ । 6,40,000ରେ ରହିଛି ଏହି ସଂଖ୍ୟା । ତଥାପି ଟ୍ରମ୍ପଙ୍କ କହିବା ଅନୁଯାୟୀ ଦେଶରେ ଅନେକ ସୁସ୍ଥ ନାଗରିକ ମଧ୍ୟ ରହିଛନ୍ତି । ଯଦି ରାଜ୍ୟପାଳ ମାନେ ଅନୁମତି ଦିଅନ୍ତି ତେବେ ଏହି ସୁସ୍ଥ ବ୍ୟକ୍ତିମାନେ ନିଜ ଜୀବନକୁ ବାଜିରେ ଲାଗାଇ ଦେଶ ପାଇଁ କର୍ମକ୍ଷେତ୍ରକୁ ଓହ୍ଲାଇପାରିବେ । ଫଳରେ କୋରୋନାର ବିନାଶ ପରେ ଦେଶ ପୂର୍ବ ପରି ସୁଦୃଢ ଭାବେ ଛିଡା ହୋଇଥିବା ଲୋକେ ଦେଖିପାରିବେ ।

ABOUT THE AUTHOR

...view details