ବ୍ରାଜିଲିଆ: ଦେଶର ଗରିବୀ ହଟାଇବା ପାଇଁ ବଳି ପଡିଛନ୍ତି ଲକ୍ଷ ଲକ୍ଷ ଗଛ । ଏ ହେଉଛି ବ୍ରାଜିଲସ୍ଥିତ ଆମାଜନ ରେନଫରେଷ୍ଟର କଥା । ଯେଉଁଠି ଗତବର୍ଷ ତୁଳନାରେ ଚଳିତବର୍ଷ ନଷ୍ଟ ହେବାରେ ଲାଗିଛି ଅଧିକ ଗଛ । ଆଉ ଏହା ପଛରେ ଦାୟୀ ସାଜିଛି ବ୍ରାଜିଲର ରାଷ୍ଟ୍ରପତି ଜାଏର ବୋଲସୋନାରୋ । ଦେଶରେ ଗରିବୀ ଦୂର କରିବା ପାଇଁ ସେ କାଠ ମାଫିଆ ଓ ଖଣି ମାଫିଆଙ୍କୁ ଜଙ୍ଗଲ ନଷ୍ଟ କରିବାର ଦେଇଛନ୍ତି ଖୋଲା ଅନୁମତି ।
ଫଳ ସ୍ବରୂପ ଆମାଜନ ରେନଫରେଷ୍ଟରେ ଗତବର୍ଷ ଏପ୍ରିଲ ସୁଦ୍ଧା 248 ବର୍ଗ କିଲୋମିଟର ଜଙ୍ଗନ ନଷ୍ଟ ହୋଇଥିବା ବେଳେ ଚଳିତବର୍ଷ ଏପ୍ରିଲ ସୁଦ୍ଧା ନଷ୍ଟ ହୋଇଛି 405 ବର୍ଗ କିଲୋମିଟରର ଜଙ୍ଗଲ । ଲକଡାଉନ ସମୟରେ ସାଧାରଣ ଜନତାଙ୍କ ବିରୋଧ ମିଳୁନଥିବାରୁ ଜଙ୍ଗଲ ନଷ୍ଟ କରିବାରେ ସଫଳ ହେଉଛନ୍ତି ଏହି ବେଆଇନ କାଠ ଓ ଖଣି ମାଫିଆ । ସମ୍ପୃକ୍ତ ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ ରାଷ୍ଟ୍ରପତି କହିଛନ୍ତି କି ଦେଶରେ ଅନେକ ଖଣିଜ ପଦାର୍ଥ ଓ କାଠ ଗଚ୍ଛିତ ରହିଛି । ଯାହାକୁ ବିକ୍ରି କରି ଦେଶ ନିଜ ଅର୍ଥନୀତି ସୁଧାରି ପାରିବ ।